Advertisment

Rahas Jatra: ଦୁଲୁକୁଛି ହରିପୁର , ଏକାଠି ଖେଳୁଛନ୍ତି ୯ ଅପେରା

ଆଖି ଲାଖି ଗଲା ପରି ବେଶ । ଚିକମିକ୍ କରୁଛି ରଙ୍ଗବେରଙ୍ଗର ଆଲୋକ । ମନ କିଣୁଛି ରାହାସ ଯାତ୍ରା । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭରୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ହରିପୁର ହୋଇଉଠେ ଚଳଚଞ୍ଚଳ ।

Jajpur-Haripur-Kunja-Mela

Jajpur-Haripur-Kunja-Mela Photograph: (OTV)

Advertisment

ଆଖି ଲାଖି ଗଲା ପରି ବେଶ । ଚିକମିକ୍ କରୁଛି ରଙ୍ଗବେରଙ୍ଗର ଆଲୋକ । ମନ କିଣୁଛି ରାହାସ ଯାତ୍ରା । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭରୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ହରିପୁର ହୋଇଉଠେ ଚଳଚଞ୍ଚଳ । ଅନେକ ଦିନ ଆଗରୁ କାରିଗରମାନେ ଲାଗିପଡିଥାନ୍ତି କୁଂଜ ଓ ମୂର୍ତ୍ତି ତିଆରି କାମରେ । ପ୍ରସିଦ୍ଧ ରାହାସ ଯାତ୍ରା ଲାଗି ଏଠାରେ ଶହଶହ ଲୋକଙ୍କ ସମାଗମ ହୁଏ । ଅଞ୍ଚଳର ମଠ ମନ୍ଦିର ଏବଂ କୁଞ୍ଜରେ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଏବଂ ମଦନମୋହନ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଥିବାବେଳେ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳ ସହ ଜିଲା ବାହାରୁ ଲୋକଙ୍କ ସୁଅ ଛୁଟେ ଏଠାକୁ । 

Advertisment

କିମ୍ବଦନ୍ତୀ ଅନୁସାରେ ପଂଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ଏଇଠି କିଛି ସମୟ ଅଟକିଥିଲେ । ସେହି ସମୟରେ ଏହି ସ୍ଥାନରେ ଅନେକ ଲୋକ ରାଧାକୃଷ୍ଣଙ୍କ ପ୍ରେମରେ ନିଜକୁ ବାନ୍ଧି ରଖିଥିଲେ । ସେବେ ଠାରୁ ଏହି ଅଂଚଳରେ ପାଳିତ ହୋଇ ଆସୁଛି ରାହାସ ଯାତ୍ରା । ଆଉ ଏଥିପାଇଁ ଜନଗହଳିକୁ ନଜରରେ ରଖି ଅନେକ ବ୍ୟବସାୟିକ ଷ୍ଟଲ ଖୋଲିଥିବାବେଳେ ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ୯ଟି ଅପେରା ପାର୍ଟି ଏଠାରେ ପଡ଼ିଥିବା ବେଳେ ନାଟକକୁ ଦର୍ଶକ ଭରପୁର ଉପଭୋଗ କରୁଛନ୍ତି ।

ତେବେ ପରମ୍ପରାକୁ ସମ୍ମାନ ଜଣାଇ ଅନେକ ବର୍ଷ ଧରି ଚାଲିଆସୁଛି ଏହି ଯାତ୍ରା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାହାସ ଯାତ୍ରାକୁ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ