SONA CHANDI Photograph: (OTV)
କେଜି କେଜି ସୁନା, କୁଇଣ୍ଟାଲ କୁଇଣ୍ଟାଲ ରୁପା। ମହଣ ମହଣ ସୁନା-ଚାନ୍ଦି ଅଳଙ୍କାରରେ ଝଟକୁଛନ୍ତି ମାଆ। ମସ୍ତକରୁ ତଳିପା ଯାଏଁ ସୁନାର ଆଭୂଷଣ। ଐତିହ୍ୟ ନଗରୀ କଟକ ହେଉ କି ରାଜଧାନୀ ଭୁବନେଶ୍ବର, ଏଥର ବି ପୂଜା ପେଣ୍ଡାଲରେ ସୁନା ଓ ଚାନ୍ଦିକୁ ନେଇ ପ୍ରତିଯୋଗିତା। କଟକର ସବୁଠୁ ଧନୀ କୁହାଯାଉଥିବା ଚୌଧୁରୀ ବଜାର ପୂଜା ମଣ୍ଡପ।ଏଠି ମାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଆମୂଳଚୂଳ ସୁନାର ଆଭୂଷଣ। ମୁକୁଟରୁ ମାଳ, ହାରରୁ ହସ୍ତ ଅଳଙ୍କାର ସବୁ କିଛି ସୁନା। ଏଠାରେ ୩୦ କିଲୋ ସୁନା ସହ ଚାନ୍ଦିରେ ମେଢ଼ରେ ଲାଗିଛି ଅଢେଇ କ୍ବିଣ୍ଟାଲ ରୂପା।...
ସେମିତି କଟକରେ ଚାନ୍ଦିମେଢ଼ରେ ସବୁଠୁ ଅଧିକ ରୁପା ବ୍ୟବହାର ହୋଇଥିବା ରାଣୀହାଟ ପୂଜା ମଣ୍ଡପ। ଏଠି ମାଙ୍କ ୨୭ ଫୁଟ୍ ଉଚ୍ଚ ମେଢ଼ରେ ଲାଗିଛି ସାଢ଼େ ୫ କ୍ବିଣ୍ଟାଲ ରୁପା। ଯାହାକି କଟକର ସବୁଠୁ ଉଚ୍ଚ ଆଉ ଓଜନିଆ ମେଢ଼ର ମାନ୍ୟତା ପାଇଛି। ସେହିଭଳି ସୁନାରେ ଝଟକୁଥିବା ସେଖ୍ ବଜାର ପୂଜା ମଣ୍ଡପ। ଏଠି ସାଢେ ୩ କିଲୋ ସୁନାରେ ନିର୍ମାଣ ହୋଇଛି କେବଳ ମାଙ୍କ ମୁକୁଟ। ଅନ୍ୟ ସମସ୍ତ ପାର୍ଶ୍ବ ଦେବଦେବୀଙ୍କ ମୁକୁଟକୁ ମିଶାଇ ବ୍ୟବହାର ହୋଇଛି ସାଢେ ୭ କେଜିରୁ ଅଧିକ ସୁନା।
ସୁନା ଆଉ ଚାନ୍ଦି ଚମକରେ ପଛରେ ପଡ଼ିନି ମଙ୍ଗଳାବଗ। ଏଠି ମାଙ୍କ ମୁକୁଟ, ପଦ୍ମହାର ଏବଂ ପାର୍ଶ୍ବଦେବଦେବୀଙ୍କ ମୋଟ ୬ଟି ମୁକୁଟ ସୁନାରେ ତିଆରି। ଯାହାର ଓଜନ ସାଢେ ୧୨ କେଜି। ୩ କ୍ବିଣ୍ଟାଲ ଓଜନର ରୁପାରେ ସଜେଇ ହୋଇଛି ମଙ୍ଗଳାବାଗ ମେଢ।
କଟକ ଭଳିି ସୁନା ଅଳଙ୍କାର ପରିପାଟିରେ ରାଜଧାନୀ ଭୁବନେଶ୍ବର ତାଳ ଦେଇପାରିନଥିଲେ ବି ଟ୍ରେଣ୍ଡରେ କିନ୍ତୁ ଆଦୌ ପଛରେ ନାହିଁ। ସ୍ମାର୍ଟ ସିଟିରେ ବି ବହୁ ପୂଜା ମଣ୍ଡପରେ ବଢୁଛି ସୁନା ଚାନ୍ଦିର ବ୍ୟବହାର। ସହିଦ ନଗର ପୂଜା ମଣ୍ଡପ। ଏଠି ସମ୍ପୂର୍ଣ୍ଣ ସୁନାରେ ତିଆରି ମାଙ୍କ ମୁକୁଟ। ସେହିଭଳି କାନ ଓ ବେକର ଅଳଙ୍କାରକୁ ମିଶାଇ ବ୍ୟବହାର ହୋଇଛି ଅଢେଇ କିଲୋ ସୁନା। ୩ କ୍ବିଣ୍ଟାଲ ରୂପାରେ ନିର୍ମାଣ ହୋଇଛି ମେଢ।
ଝାରପଡ଼ାରେ ଏଥର ପ୍ରଥମ ଥର ମାଙ୍କ ମୁଣ୍ଡରେ ଶୋଭା ପାଇଛି ସୁନାର ମୁକୁଟ। ଗଳାର ଚମ୍ପାମାଳ ଓ ରାଣୀହାର ସହ ଅନ୍ୟ ପାର୍ଶ୍ବଦେବଦେବୀଙ୍କ ମୁକୁଟ ବି ସୁନାକୁ ପରିବର୍ତ୍ତିତ ହୋଇଛି। ପୁରୁଣା ଷ୍ଟେସନ୍ ବଜାର ପୂଜା ମଣ୍ଡପରେ ମାଙ୍କ ଗହଣାରେ ଲାଗିଛି ଗୋଟିଏ କେଜିର ସୁନା। ୧୨୪ କିଲୋ ରୂପାରେ ତିଆରି ହୋଇଛି ଆକର୍ଷଣୀୟ ମେଢ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/30/sona-chandi-2025-09-30-21-19-19.jpg)