Kalia-Sandha-Gulua Photograph: (OTV)
ଗୁଲୁଆଙ୍କ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଦର୍ଶକ। ତେବେ ପରିବାର ଭାଙ୍ଗିବା ପଛରେ ୨ଟି ମୁଖ୍ୟ କାରଣ କଥା ମିଡିଆରେ କହିଛନ୍ତି ବର୍ଷା। ବିବାହ ପରେ ମଧ୍ୟ ଯାଜପୁରର ଗୋଟିଏ ଝିଅ ସହ ସମ୍ପର୍କରେ ଥିଲେ ଗୁଲୁଆ। ଯାହାକୁ ସେ ଖୋଦ୍ ଓଟିଭିରେ ଲାଇଭ୍ ସ୍ୱିକାର କରିଛନ୍ତି। ସେଇ ଝିଅ ପାଇଁ ଝଗଡ଼ା ଆରମ୍ଭ ହୋଇଥିବା କଥା ବର୍ଷା କହିଛନ୍ତି। ଅନ୍ୟପଟେ ତାଙ୍କ ଘର ଭାଙ୍ଗିବା ପଛରେ ଗୁଲୁଆଙ୍କ କିଛି ସାଙ୍ଗ ଖଳନାୟକ ଥିବା କଥା ଅଭିଯୋଗ କରିଛନ୍ତି ବର୍ଷା।
ତେବେ କେବଳ ବର୍ଷା ନୁହଁନ୍ତି ଗୁଲୁଆଙ୍କ ଟିମରେ କାମ କରୁଥିବା ସୁରେଶ କୁମାର ବେହେରା ଓରଫ୍ କାଳିଆ ଷଣ୍ଢଙ୍କ ପତ୍ନୀ ଡେଜି ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଏହି ସାଙ୍ଗମାନେ ବର୍ଷାଙ୍କ ନାଁରେ ସବୁବେଳେ ଖରାପ କଥା ଗୁଲୁଆଙ୍କ ମୁଣ୍ଡରେ ପୁରାନ୍ତି। ଦୁହିଁଙ୍କ ଘର ଭାଙ୍ଗିବାର ଏହା ପ୍ରମୁଖ କାରଣ ବୋଲି କହିଛନ୍ତି ଡେଜି।
ଏପଟେ ଗୁଲୁଆ-ବର୍ଷାଙ୍କ ଝଗଡ଼ାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଟିମ ସଦସ୍ୟ କାଳିଆ ଷଣ୍ଢ। ସବୁବେଳେ ଝଗଡ଼ା ଲାଗୁଥିଲ ମଧ୍ୟ ପୁଣି ଏକାଠି ହୋଇଯାଉଥିଲେ ଦୁହେଁ। ତେବେ ଏହି ଝଗଡ଼ା ପରେ ବର୍ଷା ଗୁଲୁଆଙ୍କ ଘର ଛାଡ଼ି ବାହାରେ ରହୁଥିବା କଥା ସେ କହୁଛନ୍ତି।
ଏହି ବିବାଦ ମଧ୍ୟରେ ପୁଅ ସପକ୍ଷରେ ବାହାରିଛନ୍ତି ଗୁଲୁଆଙ୍କ ବାପା। ତାଙ୍କ ପୁଅକୁ ୟୁଜ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଗୁଲୁଆ ଅତି ଭଦ୍ର ଓ ନମ୍ର, ନିଜ କାମ ହାସଲ ପରେ ତାଙ୍କୁ ଫଶାଇ ଦେବାକୁ ଏଇ ଗୋଟିଏ ଚକ୍ରାନ୍ତ ବୋଲି ସେ କହିଛନ୍ତି। ଏହାଛଡ଼ା ଆପୋଷ ବୁଝାମଣା ସହ ଏହି ବିବାଦକୁ ସମାଧାନ କରିବାକୁ ସେ ରାଜି ଅଛନ୍ତି ବୋଲି ଗୁଲୁଆଙ୍କ ବାପା କହିଛନ୍ତି ।
ଗୁଲୁଆ-ବର୍ଷା ଉଭୟଙ୍କ ଆଡୁ ଗଦା ଗଦା ଆସିଛି ଆରୋପ ଓ ପ୍ରତିଆରୋପ। ତେବେ ଏହା ମଧ୍ୟରେ କେମିତି ବାହାରିବ ସମାଧାନ ତାକୁ ନେଇ ସଭିଙ୍କ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/27/kalia-sandha-gulua-2025-12-27-16-59-20.jpg)