Advertisment

ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ...

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ପରେ ଗୋଟିଏପଟେ ବଲିଉଡ୍‌ରେ ପରିବାରବାଦକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ, ଅନ୍ୟପଟେ ଫ୍ୟାନ୍ସମାନେ ସୁଶାନ୍ତଙ୍କ ପୁରୁଣା ସ୍ମୃତିକୁ ସୋସିଆଲ୍‌ ମିଡିଆରେ ଲଗାତାର ଭାବେ ଶେଆର୍‌ କରୁଛନ୍ତି। ସୁଶାନ୍ତଙ୍କ ପୁରୁଣା ଭିଡିଓ ଓ ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଏମିତି ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍‌ ହୋଇଛି ଯାହାକୁ ଦେଖିଲେ ଖୁସିରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ। ଭିଡିଓରେ […]

ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ...

sushant singh

Advertisment

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ପରେ ଗୋଟିଏପଟେ ବଲିଉଡ୍‌ରେ ପରିବାରବାଦକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ, ଅନ୍ୟପଟେ ଫ୍ୟାନ୍ସମାନେ ସୁଶାନ୍ତଙ୍କ ପୁରୁଣା ସ୍ମୃତିକୁ ସୋସିଆଲ୍‌ ମିଡିଆରେ ଲଗାତାର ଭାବେ ଶେଆର୍‌ କରୁଛନ୍ତି।

Advertisment

ସୁଶାନ୍ତଙ୍କ ପୁରୁଣା ଭିଡିଓ ଓ ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଏମିତି ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍‌ ହୋଇଛି ଯାହାକୁ ଦେଖିଲେ ଖୁସିରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।

ଭିଡିଓରେ ଦେଖିବାକୁ ମିଳିଛି, ସୁଶାନ୍ତ ଟିଭିରେ ‘ଏମ୍.ଏସ୍‌. ଧୋନି-ଦ ଅନ୍‌ଟୋଲଡ୍‌ ଷ୍ଟୋରୀ’ ଫିଲ୍ମକୁ ପୂରାପୂରି ଧ୍ୟାନ ଦେଇ ଦେଖୁଛନ୍ତି। ଏହି ସମୟରେ ସେ ନିଜକୁ କ୍ରିକେଟର ଏମ୍‌.ଏସ୍‌. ଧୋନିଙ୍କ ରୂପରେ ଦେଖି ଖୁସି ହେବାସହ ଚିୟର କରୁଥିବା ନଜର ଆସୁଛନ୍ତି।
https://www.instagram.com/p/BtaWJeaHCEn/?utm_source=ig_web_copy_link

Advertisment

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତଙ୍କ ପୂର୍ବରୁ ବାୟୋପିକ୍‌ ‘ଏମ୍‌.ଏସ୍‌ ଧୋନି: ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ବଲିଉଡ୍‌ର ଆଉ ଜଣେ ସୁପରଷ୍ଟାର ଅଭିନୟ କରିବାକୁ ଚାହୁଁଥିଲେ। ହେଲେ ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏଥିରେ ରାଜି ନ ହେବାରୁ ସମ୍ପୃକ୍ତ ଅଭିନେତା ଜଣକ ଏହି ବାୟୋପିକ୍‌ରେ ଅଭିନୟ କରି ନ ଥିଲେ। ଶେଷରେ ସୁଶାନ୍ତ  ଏହି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ଥିଲେ। କହିବାକୁ ଗଲେ ରାତାରାତି ଏହି ଫିଲ୍ମ ସୁଶାନ୍ତଙ୍କ ଭାଗ୍ୟ ବଦଳାଇ ଦେଇଥିଲେ।

Sushant Singh Rajput Sushant Singh Rajput Death Actor Sushant Singh Rajput Sushant Singh Rajput Latest News Sushant Singh Rajput News Latest News Of Sushant Singh Rajput Sushant Singh Rajput News In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ