Advertisment

Amitabh Bachchan: ‍ବିଗ ବିଙ୍କ ସଂଘର୍ଷର କାହାଣୀ, କୌଣସି ଫିଲ୍ମ ଠାରୁ କମ ନୁହେଁ...ପଢ଼ନ୍ତୁ ଗୋଟିଏ କ୍ଲିକରେ

ମେଗାଷ୍ଟାର ହେବାର ଯାତ୍ରା କେବଳ ତାଙ୍କ ସଫଳତାର କାହାଣୀ ନୁହେଁ ବଳିଦାନର କାହାଣୀ ମଧ୍ୟ। ଅମିତାଭ ବଚ୍ଚନ ତାଙ୍କ ଜୀବନରେ ଉଭୟ ଭଲ ଏବଂ ଖରାପ ସମୟ ଦେଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦିନେ ଶୋଇବା ପାଇଁ ତାଙ୍କ ପାଖରେ ଦୁଇ ଗଜ ଜମି ମଧ୍ୟ ନଥିଲା।

big b

big b Photograph: (OTV)

Advertisment

ଅମିତାଭ ବଚ୍ଚନ ୮୩ ବର୍ଷରେ ପାଦ ଦେଇଛନ୍ତି। ଭାରତୀୟ ସିନେମାର ଏହି ମହାନାୟକ ୧୯୪୨ରେ ଜନ୍ମ ଗ୍ରହଣ କରିଥିଲେ। ଜଣେ ମହାନ ବ୍ୟକ୍ତିତ୍ୱ, ଯିଏ ନିଜର ଶକ୍ତିଶାଳୀ ସ୍ୱର ଏବଂ ଉତ୍କୃଷ୍ଟ ଅଭିନୟ ପାଇଁ ଜଣାଶୁଣା। ପାଞ୍ଚ ଦଶନ୍ଧି ଧରି ସେ ନିଜ କ୍ୟାରିଅର ସହିତ ଅନେକ ପିଢିର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ସାଧାରଣ ଜୀବନରୁ ସୁପରଷ୍ଟାର ହେବା ପର୍ଯ୍ୟନ୍ତ ତାଙ୍କର ବଲିଉଡ୍‌ କ୍ୟାରିୟର ଏକ ଉଦାହରଣଠାରୁ କମ୍ ନୁହେଁ।

Advertisment

ମେଗାଷ୍ଟାର ହେବାର ଯାତ୍ରା କେବଳ ତାଙ୍କ ସଫଳତାର କାହାଣୀ ନୁହେଁ ବଳିଦାନର କାହାଣୀ ମଧ୍ୟ। ଅମିତାଭ ବଚ୍ଚନ ତାଙ୍କ ଜୀବନରେ ଉଭୟ ଭଲ ଏବଂ ଖରାପ ସମୟ ଦେଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦିନେ ଶୋଇବା ପାଇଁ ତାଙ୍କ ପାଖରେ ଦୁଇ ଗଜ ଜମି ମଧ୍ୟ ନଥିଲା। ସେ ମୂଷାମାନଙ୍କ ଗହଣରେ ଶୋଉଥିଲେ। ଏକ ସାକ୍ଷାତକାରରେ ସେ ତାଙ୍କର ପୁରୁଣା ଦିନର ପ୍ରାରମ୍ଭିକ ସଂଘର୍ଷକୁ ମନେ ପକାଇଥିଲେ। ସେ କହିଥିଲେ ଯେ ମୁମ୍ବାଇ ଆସିବା ପରେ ତାଙ୍କ ରାସ୍ତା ଆଦୌ ସହଜ ନଥିଲା।

ମନା କରିଦେଇଥିଲେ ବଡ ଅଫର୍

ଅମିତାଭ କହିଥିଲେ ଯେ ତାଙ୍କୁ ଏକ ବିଜ୍ଞାପନ ପାଇଁ ୧୦,୦୦୦ ଟଙ୍କା ଦେବାକୁ କୁହାଯାଇଥିଲା। ସେତେବେଳେ ଏହାର ମୂଲ୍ୟ ଖୁବ ଅଧିକ। ଏହି ସମୟ ସେ ରେଡିଓ ସ୍ପଟ୍‌ରୁ ମାସକୁ ମାତ୍ର ୫୦ ଟଙ୍କା ରୋଜଗାର କରୁଥିଲେ। ସେତେବେଳେ ସେ ଏଭଳି ଏକ ଲାଭଜନକ ଅଫରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କାରଣ ସେ ବିଶ୍ୱାସ କରୁଥିଲେ ଯେ ବିଜ୍ଞାପନ କରିବା ଜଣେ ଅଭିନେତା ଭାବରେ ତାଙ୍କର ଆକାଂକ୍ଷାକୁ ବାଧା ଦେବ।

Advertisment

ଆଦର୍ଶ ସହିତ କରି ନଥିଲେ ବୁଝାମଣା

୧୯୬୦ ଦଶକର ଶେଷ ଭାଗରେ ସେ ଅଭିନେତା ହେବାର ସ୍ୱପ୍ନ ନେଇ ମୁମ୍ବାଇ ଆସିଥିଲେ। ପ୍ରସିଦ୍ଧ କବି ହରିବଂଶ ରାୟ ବଚ୍ଚନଙ୍କ ପୁଅ ହୋଇଥିଲେ ମଧ୍ୟ ଅମିତାଭଙ୍କୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡିଥିଲା। ତାଙ୍କ ପାଖରେ ଟଙ୍କା ନ ଥିଲା କିନ୍ତୁ ଏହା ସତ୍ତ୍ୱେ ସେ ତାଙ୍କ ଆଦର୍ଶ ସହିତ ବୁଝାମଣା ନ କରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସ୍ଥାନ ପାଇବାକୁ ସ୍ଥିର କରିଥିଲେ।

ଏହି କଷ୍ଟ ସମୟରେ ବିଗ୍ ବି’ଙ୍କ ପାଖରେ ରହିବାକୁ ମଧ୍ୟ ଜାଗା ନ ଥିଲା। ସେ ରାତିସାରା ମେରାଇନ୍ ଡ୍ରାଇଭ୍ ବେଞ୍ଚ୍‌ରେ କାଟୁଥିଲେ ଏବଂ ତାଙ୍କ ସହ ସାଥ୍ ଦେଉଥିଲେ ମୂଷାମାନେ। ସାକ୍ଷାତକାରରେ ଅମିତାଭ ଏହା କହିଥିଲେ।

Advertisment

ଲକ୍ଷ୍ୟରୁ ଦୂରେଇ ଯାଇ ନଥିଲେ

କ୍ୟାରିୟର ଆରମ୍ଭରେ ସମ୍ମୁଖୀନ ହୋଇଥିବା ଅସୁବିଧା ସତ୍ତ୍ୱେ ସେ ନିଜ ଲକ୍ଷ୍ୟରୁ ଦୂରେଇ ଯାଇ ନଥିଲେ। ସେ ନିଷ୍ପତ୍ତି ନେଇଥିଲେ ଯେ ଯଦି ସେ ଅଭିନୟରେ ସଫଳତା ନ ପାଆନ୍ତି, ତେବେ ସେ ଟ୍ୟାକ୍ସି ଚଳାଇବା ଆରମ୍ଭ କରିବେ। ସେହି ମୁହୂର୍ତ୍ତକୁ ମନେପକାଇ ସେ କହିଥିଲେ, “ମୁଁ ଡ୍ରାଇଭିଂ ଲାଇସେନ୍ସ ସହିତ ବମ୍ବେକୁ ଆସିଥିଲି... ଯଦି ମୁଁ ଅଭିନେତା ହୋଇପାରି ନ ଥାନ୍ତି ତେବେ ମୁଁ କ୍ୟାବ୍‌ ଚଲାଇଥାନ୍ତି।”

'ସାତ୍ ହିନ୍ଦୁସ୍ତାନୀ'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

୧୯୬୯ ମସିହାରେ ଫିଲ୍ମ 'ସାତ୍ ହିନ୍ଦୁସ୍ତାନୀ'ରେ ତାଙ୍କର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲାବେଳେ ତାଙ୍କର ଅଦମ୍ୟ ସଂକଳ୍ପ ଶେଷରେ ସଫଳ ହେଲା। ଯଦିଓ ପ୍ରଥମରେ ଅନେକ ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ଫ୍ଲପ୍ ହୋଇଥିଲା, କିନ୍ତୁ ଫିଲ୍ମ 'ଦିୱାର' ସହିତ ସେ ପ୍ରମାଣ କରିଦେଲେ ଯେ ଅମିତାଭ ବଚ୍ଚନ କେବଳ ଜଣେ ଅଭିନେତା ନୁହଁନ୍ତି ସେ ଏକ ଅନୁଷ୍ଠାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ