wajid
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍ ଖାନ୍ ମାତ୍ର ୪୨ ବର୍ଷରେ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି। ୱାଜିଦ୍ଙ୍କ ପରଲୋକ ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ୱାଜିଦ୍ଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୱାଜିଦ୍ ମେଡିକାଲରେ ଥିବା ସମୟରେ ପିଆନୋ ବଜାଉଥିବାର ଦେଖିବାକୁ ମିଳିଛି। ୱାଜିଦ୍ ଖାନ୍ଙ୍କ ଏହି ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି।
ୱାଜିଦ୍ ଖାନ୍ ହସ୍ପିଟାଲରେ ତାଙ୍କ ମୋବାଇଲ୍ ମାଧ୍ୟମରେ ଜବରଦସ୍ତ ପିଆନୋ ବଜାଉଥିବାର ଦେଖିବାକୁ ମିଳିଛି। ୱାଜିଦ୍ଙ୍କ ଏହି ଭିଡିଓକୁ ବିରଲ ଭୟାନୀ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହା ପୂର୍ବରୁ ୱାଜିଦ୍ଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥରେ ସେ ତାଙ୍କ ଭାଇ ସାଜିଦ୍ଙ୍କ ପାଇଁ ‘ହୁଡ ହୁଡ ଦବଙ୍ଗ’ ଗୀତ ଗାଇଥିଲେ। ଏହି ଭିଡିଓରେ ମଧ୍ୟ ୱାଜିଦ୍ ମେଡିକାଲରେ ଥିବା ଜଣାପଡିଛି।
ୱାଜିଦ୍ ଖାନ୍ ଶେଷଥର ପାଇଁ ସଲମାନ ଖାନ୍ଙ୍କ ଗୀତ ‘ଭାଇ ଭାଇ’ ରଚନା କରିଥିଲେ। ସାଜିଦ-ୱାଜିଦ୍ଙ୍କ ଯୋଡି ବଲିଉଡ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ ଖୁବ୍ ପ୍ରସିଦ୍ଧ ଯୋଡ଼ି। ସେ ପ୍ରଥମେ ୧୯୯୮ରେ ସଲମାନ୍ ଖାନ୍ଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କିୟା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
ପରେ ୧୯୯୯ରେ ସୋନୁ ନିଗମଙ୍କ ଆଲବମ୍ ’ଦିୱନା’ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଯେଉଁଥିରେ ‘ଦିୱାନା ତେରା’, ‘ଆବ୍ ମୁଝେ ରାତ ଦିନ୍’ ଓ ‘ଇସ୍ କଦର ପ୍ୟାର ହେ’ ଭଳି ଗୀତ ରହିଛି। ସେହି ବର୍ଷ ସେ ‘ହେଲୋ ବ୍ରଦର’ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ପରେ ପରେ ‘ହଟା ସାୱାନ କି ଘାଟା’, ‘ଚୁପ୍କେ ସେ କୋଇ ଅର୍’ ଓ ‘ହେଲୋ ବ୍ରଦର’ ଭଳି ଗୀତ ଲେଖିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/wajid_1626696290.jpg)