Advertisment

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

Viral Video: ସୋଶାଲ ମିଡିଆରେ ଏକ ଛୋଟ ଛୁଆର ଡ୍ୟାନ୍ସ ବେଶ ଭାଇରାଲ ହୋଇଛି। ଏକ ବର୍ଷର ଶିଶୁଟି ଅମିତାଭ ବଚ୍ଚନଙ୍କ ଗୀତକୁ ମନ ଦେଇ ଉପଭୋଗ କରୁଛି ଆଉ ମ୍ୟୁଜିକ୍‌ର  ତାଳେ ତାଳେ ଝୁମୁଛି। ଗୀତ ଶୁଣୁଶୁଣୁ ଏତେ ଜୋରରେ ଶିଶୁଟି ହସୁଛି, ଦେଖିଲେ ଆପଣ ବି ନିଜ ହସ ରୋକି ପାରିବେ ନାହିଁ। ବର୍ଷକର ଏହି କୁନି ଶିଶୁଟି ମା’ଙ୍କ କୋଳରେ ବସି ତାଙ୍କର ସହାୟତାରେ ଅଭିତାଭଙ୍କ ‘ ଖାଇକେ ପାନ ବନାରସ ୱାଲା..’ […]

ଅଦ୍ୟତନ ହୋଇଛି
ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

video

Advertisment

Viral Video: ସୋଶାଲ ମିଡିଆରେ ଏକ ଛୋଟ ଛୁଆର ଡ୍ୟାନ୍ସ ବେଶ ଭାଇରାଲ ହୋଇଛି। ଏକ ବର୍ଷର ଶିଶୁଟି ଅମିତାଭ ବଚ୍ଚନଙ୍କ ଗୀତକୁ ମନ ଦେଇ ଉପଭୋଗ କରୁଛି ଆଉ ମ୍ୟୁଜିକ୍‌ର  ତାଳେ ତାଳେ ଝୁମୁଛି। ଗୀତ ଶୁଣୁଶୁଣୁ ଏତେ ଜୋରରେ ଶିଶୁଟି ହସୁଛି, ଦେଖିଲେ ଆପଣ ବି ନିଜ ହସ ରୋକି ପାରିବେ ନାହିଁ।

Advertisment

ବର୍ଷକର ଏହି କୁନି ଶିଶୁଟି ମା’ଙ୍କ କୋଳରେ ବସି ତାଙ୍କର ସହାୟତାରେ ଅଭିତାଭଙ୍କ ‘ ଖାଇକେ ପାନ ବନାରସ ୱାଲା..’ ଗୀତର ତାଳେ ତାଳେ ନାଚୁଛି। ସୋଶାଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓଟି ବେଶ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି, ଶିଶୁଟି ମା’ଙ୍କ କୋଳରେ ବସିଛି। ବ୍ୟାକ୍‌ଗ୍ରାଉଣ୍ଡରେ ଅମିତାଭଙ୍କ ଖାଇକେ ପାନ...ଗୀତ ବାଜୁଛି। ମା’ ଶିଶୁର ଦୁଇ ହାତ ଧରି ଡ୍ୟାନ୍ସ କରାଉଛନ୍ତି। ଡ୍ୟାନ୍ସ କରି ପିଲାଟି ଖୁବ୍‌ ଖୁସି ଥିବା ଜଣାପଡ଼ୁଛି।  ମଝିରେ ମଝିରେ ଜୋରରେ ହସି ଉଠୁଛି।  ଛୁଆର ହସ ଦେଖି ମା’ ବି ହସୁଛନ୍ତି।  ମା’ ଛୁଆର ହାତକୁ ଏମିତି ବୁଲାଉଛନ୍ତି, ଠିକ୍‌ ଯେମିତି ଅମିତାଭ ସେଇ ଗୀତରେ ବୁଲାଉଥିଲେ। ଏହି କ୍ୟୁଟ ଭିଡିଓକୁ ୟୁଜର୍ସଙ୍କୁ ବେଶ ମନୋରଞ୍ଜନ ଖୋରାକ ଯୋଗାଇଛି।

Advertisment

ଫେସ୍‌ବୁକ୍‌ରେ ଏହି ଭିଡିଓଟି ହାଜିପୁର ନାଓ ( Hajipur Now ) ନାଁରେ ଶେୟାର କରାଯାଇଛି। କ୍ୟାପ୍ସନରେ ଲେଖା ଯାଇଛି, ଅମିତାଭ ଜୀଙ୍କ ଡ୍ୟାନ୍ସ ବି ଏଇ ଛୋଟ ପିଲାଟିର ଡ୍ୟାନ୍ସ ପାଖରେ ଫିକା ପଡ଼ି ଯାଉଛି।’ ୟୁ ଟ୍ୟୁବରେ ଭିଡିଓ ବେଶ ଶେୟାର କରାଯାଉଛି।

ଆହୁରି ପଢ଼ନ୍ତୁ: Riteish Deshmukh Viral Video

‍ଫେସବୁକ୍‌ରେ ଏହି ଭିଡିଓ ୧୨ ସେପ୍ଟେମ୍ବରରେ ସେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୪.୨ ମିଲିୟନ ଭ୍ୟୁଜ ମିଳିଲାଣି। ୯ ହଜାରରୁ ଅଧିକ କମେଣ୍ଟ ଏବଂ ୩ ଲକ୍ଷରୁ ଅଧିକ ଲାଇକ୍ସ ମିଳିଲାଣି। 

Advertisment

class="reltd-main">

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ