susantaaaa
ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନେ ଭୁଲି ପାରୁନାହାନ୍ତି। ତାଙ୍କର ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି। ସୁଶାନ୍ତ ଛାଡି ଯାଇଥିବା ଅନେକ ସ୍ମୃତିକୁ ତାଙ୍କ ପରିବାର ଓ ବନ୍ଧୁମାନେ ମନେ ପାକଉଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ରହିଛି। ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏଭଳି ସମୟରେ ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସେହି ବ୍ୟକ୍ତିଙ୍କ ଷ୍ଟାଇଲ୍ ଓ ଲୁକ୍ ପୂରା ସୁଶାନ୍ତଙ୍କ ଭଳି ଦେଖାଯାଉଛି। ତାଙ୍କ ନାଁ ସଚିନ୍ ତିୱାରୀ।
ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଚେହେରା ପରି ଦେଖାଯାଉଥିବା ସଚିନ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ସଚିନ୍ ଅବିକଳ ସୁଶାନ୍ତ ସିଂ ପରି ଦେଖାଯାଉଛନ୍ତି। ସୁଶାନ୍ତଙ୍କ ପ୍ରଶଂସକମାନେ ସଚିନ୍ ତିୱାରୀଙ୍କ ଫଟୋ ଓ ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।
ଭିଡିଓ ଦେଖିବା ପରେ ଅନେକ ଲୋକ ସଚିନ ତିୱାରୀଙ୍କ ଭିଡିଓ ଉପରେ ମଧ୍ୟ ମନ୍ତବ୍ୟ ଦେଉଛନ୍ତି। କେହି କେହି ଏହି ଭିଡିଓ ଦେଖିବା ପରେ ସୁଶାନ୍ତଙ୍କୁ ମନେ ପକାଉଛନ୍ତି। ଆଉ କେହି କେହି କହୁଛନ୍ତି ଯେ SSR ସବୁଠାରୁ ନିଆରା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/susantaaaa_1626698168.jpg)