kangna
ନୂଆଦିଲ୍ଲୀ: ମାତୃ ଦିବସ ଅବସରରେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ ତାଙ୍କ ମା’ଙ୍କୁ ମନେ ପକାଇ ଅତ୍ୟନ୍ତ ଇମୋସନାଲ ହୋଇପଡ଼ିଛନ୍ତି । ଅଭିନେତ୍ରୀ କଙ୍ଗନା ତାଙ୍କ ମା’ଙ୍କ ଏକ ପୁରୁଣା ଫଟୋ ସେୟାର କରି ହୃଦୟର ଭାବନା ପ୍ରକାଶ କରିଛନ୍ତି । କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ମା’ଙ୍କ ଏକ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସେୟାର କରିଛନ୍ତି । ଖାଲି ଫଟୋ ସେୟାର କରି ନାହାନ୍ତି ବରଂ ସେଥିରେ ଏକ ଲମ୍ବା ଚଉଡ଼ା ଇମୋସନାଲ ପୋଷ୍ଟ ମଧ୍ୟ ଲେଖିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଲଢ଼ିବାର ଶକ୍ତି ସେ ତାଙ୍କ ମା’ଙ୍କଠାରୁ ପାଇଛନ୍ତି ।
କଙ୍ଗନା ଲେଖିଛନ୍ତି, ପ୍ରିୟ ମା, ଯେତେବେଳେ ମୁଁ ଘର ଛାଡ଼ି ଆସିଲି, ସେତେବେଳେ ହଠାତ୍ ଦୁନିଆ ଖରାପହୋଇଯିବ ବୋଲି ଆଶା ନଥିଲା। ବେଳେବେଳେ ମୁଁ ଘରକୁକଲ କରୁଥିଲି । ତା’ପରେ ବାପା ଅନେକ ପ୍ରକାରର ପ୍ରଶ୍ନକରୁଥିଲେ ।ଭାଇଭଉଣୀମାନଙ୍କମୋ ପ୍ରତିଅନେକ ସନ୍ଦେହ ଥିଲା। କିନ୍ତୁମା’, ଯେତେବେଳେ ବି ଆପଣ ମୋ ସହ କଥାବାର୍ତ୍ତା ହୁଅନ୍ତି, ସେତେବେଳେ ଆପଣ କେବଳ ମୋତେ ଗୋଟିଏ ପ୍ରଶ୍ନ କରନ୍ତି । ଆଉ ତାହ ହେଉଛି, କ’ଣ ଖାଇଲ ? ତୁମ ପାଇଁ କିଏ ରୋଷେଇ କରୁଛି ? ତୁମେ ଖାଇବା କେଉଁଠୁ ମଗାଉଛୁ ?ମା’ ତୁମର ଏଭଳି ପ୍ରଶ୍ନ ଶୁଣିବା ପରେ ମୋ ଆଖିରୁ ସବୁବେଳେ ଲୁହ ଝରି ଆସେ । ଦୁଃଖ ସମୟରେ ମୁଁ ନିଜକୁ ଆଶ୍ୱସନା ଦେଇଥାଏ ଯେ, ମୋର କୌଣସି ବି ପରିସ୍ଥିତିରେ ମତେ ଜଣେ ଭଲ ପାଉଥିବା ମଣିଷ ଅଛି । ଏହି ଧାରଣା ମୋ ମନରେ ଶକ୍ତି ଯୋଗାଉଥାଏ । ଆଉ ମୁଁ ମୋ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ମୋତେ ପୂର୍ଣ୍ଣ ଶକ୍ତି ମିଳିଥାଏ । ମାଆ ମୁଁ ତୁମକୁ ବହୁତ ଭଲ ପାଏ । ହାପି ମଦର୍ସ ଡେ’ । ତୁମର ଛୋଟୁ ।
ତେବେ କଙ୍ଗନାଙ୍କ ଏହି ପୋଷ୍ଟରେ ଅନେକ କମେଣ୍ଟ ଆସିଛି । ସୋସିଆଲ ମିଡିଆରେ କଙ୍ଗନାଙ୍କ ମା’ଙ୍କ ଫଟୋ ଓ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । କମେଣ୍ଟରେ କେହି କେହି କଙ୍ଗନାକୁ ତାତ୍ସଲ୍ୟ କରିଥିବା ବେଳେ ଅନେକ ତାଙ୍କ ଖାେଲା ସମର୍ଥନ ଜଣାଇଛନ୍ତି । ଖାଲି ସେତିକି ନୁହେଁ କଙ୍ଗନାଙ୍କ ଦୁଃଖ କାହାଣୀ ଶୁଣି ଅନେକ ୟୁଜର ଦୁଃଖ ପ୍ରକାଶ କରିଛନ୍ତି ।
ଅନ୍ୟପଟେ କଙ୍ଗନା ଶନିବାର ଏହି ଖବରକୁ ସେୟାର କରିଛନ୍ତି ଯେ ସେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ସେ ନିଜକୁ କ୍ୱାରେଣ୍ଟାଇନ୍ରେ ରଖିଛନ୍ତି । କଙ୍ଗନା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ‘ଗତ କିଛି ଦିନ ହେବ ସେ ନିଜ ଆଖିରେ ସାମାନ୍ୟ ଜଳାପୋଡ଼ା ଅନୁଭବ କରୁଥିଲେ ଏବଂ ଦୁର୍ବଳତା ଅନୁଭବ କରୁଥିଲେ । ହିମାଚଳ ଯିବାକୁ ତାଙ୍କର ଇଚ୍ଛା ଥିଲା, ତେଣୁ ଶୁକ୍ରବାର କରୋନା ଟେଷ୍ଟ ହୋଇଥିଲା । ଆଉ ଶନିବାର ରିପୋର୍ଟ ପଜିଟିଭ୍ ଆସିଛି ।
ସୂଚନାଯୋଗ୍ୟ, ନିକଟରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି । ତାଙ୍କ ବିରୋଧରେ ଟ୍ୱିଟରର ନିୟମ ଉଲଂଘନ ଅଭିଯୋଗ ରହିଥିଲା । ଏନେଇ କଙ୍ଗନା ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ତାଙ୍କ ପାଖରେ ଅନ୍ୟ ପନ୍ଥା ମଧ୍ୟ ରହିଛି । ଯେଉଁଠାରେ ସେ ନିଜର ମତ ରଖିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kangna-1_1620571993.jpg)