Advertisment

ଋଣୀ କରିଦେଲେ ସୋନୁ, ଠାକୁର ଘରେ ଫଟୋ ରଖି ପୂଜା କଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ‌ଋଣ ସୁଝି ହେବନି। ହୁଏତ ତାଙ୍କ ସହାୟତା ନ ପାଇଥିଲେ ସେ ଘରକୁ ଫେରି ପାରି ନ ଥାନ୍ତେ କି ତାଙ୍କ ମା’ଙ୍କୁ ଦେଖି ପାରିନ ଥାନ୍ତେ। ଭଗବାନଙ୍କ ବଦଳରେ ଯେମିତି ସୋନୁ ଆସି ତାଙ୍କୁ ମା’ଙ୍କ ସହ ଭେଟ କରାଇ ଦେଇଛନ୍ତି। ଏଥିପାଇଁ ସୋନୁଙ୍କ ଉପରେ ଖୁସି ହୋଇ ଜଣେ ବ୍ୟକ୍ତି ତାଙ୍କ ଫଟୋକୁ ଠାକୁର ଘରେ ରଖି ପୂଜା କରୁଛନ୍ତି। ଏହାର ଏକ ଭିଡିଓ ଟ୍ୱିଟରରେ ସେୟାର […]

ଋଣୀ କରିଦେଲେ ସୋନୁ, ଠାକୁର ଘରେ ଫଟୋ ରଖି ପୂଜା କଲେ ଫ୍ୟାନ୍ସ

sonu

Advertisment

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ‌ଋଣ ସୁଝି ହେବନି। ହୁଏତ ତାଙ୍କ ସହାୟତା ନ ପାଇଥିଲେ ସେ ଘରକୁ ଫେରି ପାରି ନ ଥାନ୍ତେ କି ତାଙ୍କ ମା’ଙ୍କୁ ଦେଖି ପାରିନ ଥାନ୍ତେ। ଭଗବାନଙ୍କ ବଦଳରେ ଯେମିତି ସୋନୁ ଆସି ତାଙ୍କୁ ମା’ଙ୍କ ସହ ଭେଟ କରାଇ ଦେଇଛନ୍ତି। ଏଥିପାଇଁ ସୋନୁଙ୍କ ଉପରେ ଖୁସି ହୋଇ ଜଣେ ବ୍ୟକ୍ତି ତାଙ୍କ ଫଟୋକୁ ଠାକୁର ଘରେ ରଖି ପୂଜା କରୁଛନ୍ତି।

Advertisment

ଏହାର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି।  ଭିଡିଓରେ ବ୍ୟକ୍ତି ଜଣଙ୍କ ସୋନୁ ସୁଦଙ୍କୁ ପୂଜା କରୁଥିବାର ଦେଖିବାକୁ ମିଳିଛି।

ଏକଥା ଜାଣିବା ପରେ ସୋନୁ ସୁଦ ଉକ୍ତ ବ୍ୟକ୍ତିଙ୍କୁ ଟ୍ୱିଟରେ ରିପ୍ଲାଏ ଦେଇ କହିଛନ୍ତି, ‘ଭାଇ, ଏମିତି କରନି, ତୁମ ମା’ଙ୍କୁ କୁହ ମୋ ପାଇଁ ପ୍ରତିଦିନ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବେ।’

Advertisment

ସଂପୃକ୍ତ ବ୍ୟକ୍ତି ଜଣଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଯିଏ ମା’ଙ୍କ ସହ ଭେଟ କରାଇଥାନ୍ତି, ସେ ହେଉଛନ୍ତି ପ୍ରକୃତ ଭଗବାନ। ସୋନୁ ସୁଦ ପରି ପ୍ରତ୍ୟେକ ମଣିଷ ଭଗବାନ ନୁହଁନ୍ତି। ସୋନୁ ସୁଦ, ମୁଁ ତୁମକୁ ଭଗବାନ ମାନୁଛି, ଆପଣ ମୋର ସ୍ୱପ୍ନକୁ ବଞ୍ଚାଇବା ସହିତ ମୋ ମା’ଙ୍କ ସହିତ ମୋତେ ଭେଟ କରି ଦେଇଛନ୍ତି’।

Advertisment

ଏହି ଟ୍ୱିଟ୍‌ର ରି-ଟ୍ୱିଟ୍‌ କରି ସୋନୁ ସୁଦ କହିଛନ୍ତି, “ଆରେ ଭାଇ ଏମିତି କିଛି କର ନାହିଁ, ମା’ଙ୍କୁ କୁହ ମୋ ପାଇଁ ସବୁଦିନ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବେ। ଦେଖିବେ ସବୁକିଛି ଠିକ୍ ହୋଇଯିବ। ସୋନୁଙ୍କ ଏହି ଟ୍ୱିଟ୍‌କୁ ୧୬୦୦୦ରୁ ଅଧିକ ଲୋକେ ଲାଇକ୍‌ କରିଥିବା ଜଣାପଡିଛି।

ଖବର ଅନୁଯାୟୀ, ଲକ୍‌ଡାଉନ୍‌ର ନିୟମଗୁଡିକ କୋହଳ କରାଯିବା ପରେ ବଲିଉଡ୍‌ର ଅଭିନେତା ସୋନୁ ସୁଦ ବାହାରେ ଫ‍ସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଁଞ୍ଚାଇବା ପାଇଁ ସାହାଯ୍ୟ କରୁଛନ୍ତି। ଗତ କିଛିଦିନ ତଳେ ସୋନୁ ୧୦୦ଜଣ ପ୍ରବାସୀ ଶ୍ରମିକଙ୍କ ସହ ଭେଟ ହୋଇ କଥା ହୋଇଥିଲେ। ସେମାନେ ବିହାରରୁ ଉତ୍ତରପ୍ରଦେଶକୁ ଯାଉଥିଲେ।

ସୋନୁ ସୁଦ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ଯେ ପ୍ରଥମ ଥର ଆମେ ପ୍ରାୟ ୩୫୦ ଲୋକଙ୍କୁ ଘରକୁ ପଠାଇଥିଲୁ। ଧିରେ ଧିରେ ଏହି ସଂଖ୍ୟା ଏକ ହଜାରକୁ ବୃଦ୍ଧି ପାଇଲା। ଏପର୍ଯ୍ୟନ୍ତ ୧୬ ରୁ ୧୭ ହଜାର ଲୋକଙ୍କୁ ପଠାଇ ସାରିଛୁ। ପୁଣି ଏକ ହଜାର ଲୋକଙ୍କ ସହ ଯୋଗାଯୋଗ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ