Advertisment

ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ କୁମକୁମ୍

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ କୁମକୁମଙ୍କର ପରଲୋକ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁମକୁମଙ୍କର ଦେହାନ୍ତ ନେଇ ପ୍ରକ୍ୟାତ କମେଡିଆନ୍ ଜନ୍ନି ୱାକରଙ୍କ ପୁଅ ନାସିର୍ ଖାନ୍ ଟ୍ୱିଟରରେ ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ସାୟା ଖେଳିଯାଇଛି। କୁମକୁମ୍ ‘ମଦର୍ ଇଣ୍ଡିଆ’, ‘ଉଜାଲା’, ‘ଏକ ସପେରା ଏକ ଲୁଟେରା’ ଏବଂ ‘ନୟା ଦୌର୍’ ଭଳି ଅନେକ ଫିଲ୍ମରେ ନିଜର ନୁଖଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିଲେ। […]

ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ କୁମକୁମ୍

kumkum`

Advertisment

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ କୁମକୁମଙ୍କର ପରଲୋକ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁମକୁମଙ୍କର ଦେହାନ୍ତ ନେଇ ପ୍ରକ୍ୟାତ କମେଡିଆନ୍ ଜନ୍ନି ୱାକରଙ୍କ ପୁଅ ନାସିର୍ ଖାନ୍ ଟ୍ୱିଟରରେ ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ସାୟା ଖେଳିଯାଇଛି। କୁମକୁମ୍ 'ମଦର୍ ଇଣ୍ଡିଆ', 'ଉଜାଲା', 'ଏକ ସପେରା ଏକ ଲୁଟେରା' ଏବଂ 'ନୟା ଦୌର୍' ଭଳି ଅନେକ ଫିଲ୍ମରେ ନିଜର ନୁଖଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିଲେ।

Advertisment

https://twitter.com/khanasirr/status/1288024361429946369?s=20

ନାସିର୍ ଖାନ୍ ଜନ୍ନି ୱାକର ଓ କୁସୁମଙ୍କ ଥ୍ରୋବ୍ୟାକ୍ ଫଟୋ ଶେଆର୍ କରି ଲେଖିଛନ୍ତି, ବିଗତଦିନର ଅଭିନେତ୍ରୀ କୁମକୁମ ଆଣ୍ଟିଙ୍କର ୮୬ ବର୍ଷରେ ଦେହାନ୍ତ ହୋଇଛି। ସେ ବହୁତ ଫିଲ୍ମ, ଗୀତ ଓ ଡାନ୍ସ କରିଛନ୍ତି। ସେ ମୋ ପିତା ଜନ୍ନି ୱାକରଙ୍କ ଅପୋଜିଟ୍‌ ଭୂମିକାରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ।

https://twitter.com/NavedJafri_BOO/status/1288018575504969728?s=20

ସେହିପରି ବଲିଉଡ୍ ଅଭିନେତା ତଥା ପ୍ରଖ୍ୟାତ ଡାନ୍ସର ଜାଭେଦ୍ ଜାଫରୀ ଟ୍ୱିଟରରେ ଲେଖିଛନ୍ତି, ଆଜି ଆମେ ଆଉ ଜଣେ ମହାନ୍ କଳାକାରଙ୍କୁ ହରାଇଲୁ। ମୁଁ ପିଲାଦିନରୁ ହିଁ ତାଙ୍କୁ ଦେଖି ଆସୁଛି ଏବଂ ସେ ମୋ ପରିବାର ଥିଲେ। ସେ ଜଣେ ଜବରଦସ୍ତ ଆର୍ଟିଷ୍ଟ ଓ ଚମତ୍କାର ବ୍ୟକ୍ତିତ୍ୱ ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

Advertisment

publive-image

ସୂଚନାଯୋଗ୍ୟ, ୧୯୫୪ରେ କୁମକୁମ୍ 'ଫିଲ୍ ଆର୍ ପାର୍'ର ଲୋକପ୍ରିୟ ଗୀତ 'କଭି ଆର୍ କଭି ପାର୍ ଲାଗା ତିରେ ନଜର'ରେ ଜଣେ ଡାନ୍ସର ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ରାଜା ଓୌର୍ ରଙ୍କ', ଗୀତ୍, ଆଖେଁ ଏବଂ ଲଲ୍‌କାର ଭଳି ବଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

publive-image

publive-image

ଏହାଛଡ଼ା କୁମକୁମ୍ ଭୋଜପୁରୀ ଫିଲ୍ମ 'Ganga Maiyya Tohe Piyari Chadhaibo' ଏବଂ 'Laagi Nahi Chhute Ram' ରେ ମଧ୍ୟ ଅଭିନୟ କରିଥିଲେ। ଏହି ଦୁଇଟି ଯାକ ଫିଲ୍ମ ୧୯୬୩ରେ ରିଲିଜ୍ ହୋଇଥିଲା। ଫିଲ୍ମ 'ସିଆଇଡି'ର ଗୀତ 'ୟେ ହେ ବମ୍ବେ ମେରି ଜାନ୍'ରେ ମଧ୍ୟ ସେ ଅଭିନେତ୍ରୀ ଭାବେ କାମ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ