Advertisment

Veer Pahariya Tara Sutaria Breakup: ବୀର ପାହାଡିଆ-ତାରା ସୁତାରିଆଙ୍କ ପ୍ରେମରେ ଲଗାମ୍! ହେଇଗଲା କି ବ୍ରେକ୍ଅପ୍!

ବୀର ପାହାଡିଆ ଏବଂ ତାରା ସୁତାରିଆଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଦିନରୁ ଏମିତି ଗୁଜବ ଚାଲିଥିଲା ଯେ, ଯେଉଁଥିରୁ ଜଣାପଡୁଥିଲା ସେମାନଙ୍କର ବ୍ରେକ୍‌ଅପ୍ ହୋଇଯାଇଛି। ଯେ ଏହି ଦମ୍ପତି ଅଲଗା ହୋଇଯାଇଛନ୍ତି।

Veer Pahariya Tara Sutaria Breakup

ବୀର ପାହାଡିଆ-ତାରା ସୁତାରିଆଙ୍କ ପ୍ରେମରେ ଲଗାମ୍! Photograph: (OTV)

Advertisment

ବୀର ପାହାଡିଆ ଏବଂ ତାରା ସୁତାରିଆଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଦିନରୁ ଏମିତି ଗୁଜବ ଚାଲିଥିଲା ଯେ, ଯେଉଁଥିରୁ ଜଣାପଡୁଥିଲା ସେମାନଙ୍କର ବ୍ରେକ୍‌ଅପ୍ ହୋଇଯାଇଛି। ଯେ ଏହି ଦମ୍ପତି ଅଲଗା ହୋଇଯାଇଛନ୍ତି। ଏପି ଢିଲୋନଙ୍କ କନସର୍ଟକୁ ନେଇ ବିବାଦ ପରେ, ତାରା ସୁତାରିଆ ଏବଂ ବୀର ପାହାଡିଆଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା।

Advertisment

ଯଦିଓ ଏହି ଯୋଡି ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି, ଗତ ମଙ୍ଗଳବାର ଦିନ ନୁପୁର ସେନନ୍ ଏବଂ ଷ୍ଟେବିନ ବେନଙ୍କ ରିସେପ୍ସନରେ ବୀର ଏକା ପହଞ୍ଚିବା ପରେ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବୀର ପାହାଡିଆଙ୍କୁ ଏକୁଟିଆ ଦେଖିବା ପରେ, ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ଅଭିନେତା ତାଙ୍କର ବ୍ରେକଅପ୍ ନିଶ୍ଚିତ କରିଛନ୍ତି କି ନାହିଁ।

ଏହି କାର୍ଯ୍ୟକ୍ରମର ଏକ ଭିଡିଓରେ ବୀର ପାହାଡିଆ ଏକ ସମ୍ପୂର୍ଣ୍ଣ କଳା ପୋଷାକରେ ଏକ ଷ୍ଟାଇଲିସ୍ ଏଣ୍ଟ୍ରୀ କରୁଥିବାର ଦେଖାଯାଏ। କାର୍ଯ୍ୟକ୍ରମରେ ପହଞ୍ଚିବା ପରେ, ସେ ପ୍ରଥମେ ବର ଏବଂ କନ୍ୟା, ଷ୍ଟେବିନ ଏବଂ ନୁପୁରଙ୍କୁ ଭେଟନ୍ତି।

Advertisment

ବୀର ପାହାଡିଆଙ୍କୁ ଏଠାରେ ଏକୁତିଆ ଦେଖି ସୋସିଆଲ ମିଡିଆରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ ସେ ଶେଷରେ ତାଙ୍କର ବ୍ରେକଅପ୍ ନିଶ୍ଚିତ କରିଛନ୍ତି କି? ବୀର ଏବଂ ତାରାଙ୍କ ପ୍ରଶଂସକମାନେ ଏହି ଭିଡିଓରେ ମନ୍ତବ୍ୟ ଦେଇଛନ୍ତି ଏବଂ ଅଭିନେତ୍ରୀ କେଉଁଠି ଅଛନ୍ତି ଏବଂ ତାଙ୍କୁ ବୀରଙ୍କ ସହିତ କାହିଁକି ଦେଖିବାକୁ ମିଳିଲା ନାହିଁ ବୋଲି ପଚାରୁଛନ୍ତି।

ତାରା ଏବଂ ବୀରଙ୍କ ବ୍ରେକଅପ୍ ଖବର ପ୍ରକାଶ ପାଇବା ପରଠାରୁ, ଉଭୟଙ୍କ ପ୍ରଶଂସକମାନେ ଖୁବ୍ ନିରାଶ ହୋଇ ପଡିଛନ୍ତି। ସୋସିଆଲ ମିଡିଆ ୟୁଜରମାନଙ୍କ ହୃଦୟ ଭାଙ୍ଗି ଯାଇଛି। ତେବେ ବଲିଉଡର ଏହି ଯୋଡି ଯେବେ ପ୍ରଥମ ଥର ପାଇଁ ସେମାନଙ୍କର ଫଟୋ ଶେୟାର କଲେ ସେବେଠାରୁ ସେମାନଙ୍କ ସମ୍ପର୍କକୁ ନେଇ ଖବରରେ ଅଛନ୍ତି।

Advertisment
Bollywood Breakups Tara Sutaria
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ