Advertisment

ଗୋଟିଏ ଗୀତରେ ୧୫ କୋଟିର ପୋଷାକ ପିନ୍ଧିଲେ ଉର୍ବଶୀ

ମୁମ୍ବାଇ : ଉର୍ବଶୀ ରୌତେଲାଙ୍କ ପ୍ରଥମ ଆନ୍ତର୍ଜାତୀୟ ଗୀତ ଆଜିକାଲି ବେଶ ଚର୍ଚ୍ଚାରେ ରହିଛି। ରିଲିଜ୍ ହେବା ପରଠାରୁ ତାଙ୍କ ଗୀତ ‘ଭର୍ସେସ୍ ବେବି’ (VERSACE BABY) ନମ୍ବର ୱାନରେ ଟ୍ରେଣ୍ଡ କରୁଛି। ଏହି ଗୀତରେ ଇଜିପ୍ଟର ସୁପରଷ୍ଟାର ମହମ୍ମଦ ରମଦାନଙ୍କ…

ଗୋଟିଏ ଗୀତରେ ୧୫ କୋଟିର ପୋଷାକ ପିନ୍ଧିଲେ ଉର୍ବଶୀ
Advertisment

ମୁମ୍ବାଇ : ଉର୍ବଶୀ ରୌତେଲାଙ୍କ ପ୍ରଥମ ଆନ୍ତର୍ଜାତୀୟ ଗୀତ ଆଜିକାଲି ବେଶ ଚର୍ଚ୍ଚାରେ ରହିଛି। ରିଲିଜ୍ ହେବା ପରଠାରୁ ତାଙ୍କ ଗୀତ ‘ଭର୍ସେସ୍ ବେବି’ (VERSACE BABY) ନମ୍ବର ୱାନରେ ଟ୍ରେଣ୍ଡ କରୁଛି। ଏହି ଗୀତରେ ଇଜିପ୍ଟର ସୁପରଷ୍ଟାର ମହମ୍ମଦ ରମଦାନଙ୍କ ବିପକ୍ଷରେ ଏହି ଅଭିନେତ୍ରୀ ନଜର ଆସିଛନ୍ତି। ଏହି ଗୀତରେ ଉର୍ବଶୀଙ୍କ ଷ୍ଟାଇଲ ଲୋକମାନଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରୁଛି। କିନ୍ତୁ ତାଙ୍କ ଚେହେରା ସହିତ ଜଡିତ ଏପରି ଏକ ଜିନିଷ ସାମ୍ନାକୁ ଆସିଛି, ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment
publive-image
Source: Stuff Unknown

ଏହି ଗୀତରେ ଉର୍ବଶୀ ଯେଉଁ ସୁନ୍ଦର ବଡିକୋନ୍ ଡ୍ରେସ୍ (ଏକ ପ୍ରକାର ହଟ୍ ପୋଷାକ)ରେ ନଜରକୁ ଆସିଚନ୍ତି ତାହାର ମୂଲ୍ୟ ଶୁଣିଲେ ଆପଣ ତାବୁଜ ହୋଇଯିବେ। କାରଣ ଏହାର ମୂଲ୍ୟ ହଜାରରେ ସୀମିତ ନୁହେଁ। ଏହି ବଡିକୋନ୍ ଡ୍ରେସର ଦାମ ହେଉଛି ୧୫ କୋଟି ଟଙ୍କା! ଆପଣଙ୍କୁ ନିଶ୍ଚିତ ଅବିଶ୍ଵାସ ଲାଗୁଛି ନା! ହଁ, ଲାଗିବ ନିଶ୍ଚିତ। କିନ୍ତୁ ଆପଣ ଯଦି ଉର୍ବଶୀଙ୍କ ସହିତ ଜଡିତ କିଛି ଉତ୍ସଗୁଡିକୁ ନଜର ପକେଇବେ ତେବେ ଜାଣିପାରିବେ ସେ ପରିଧାନ କରିଥିବା ପୋଷାକ ମହଙ୍ଗା ବୋଲି।

publive-image

Advertisment

‘ଭର୍ସେସ୍ ବେବି’ ଗୀତରେ ଉର୍ବଶୀଙ୍କ ଲୁକକୁ ନେଇ ସବୁଆଡେ ପ୍ରଶଂସା କରାଯାଉଛି। ଏହି ଗୀତରେ ଉର୍ବଶୀଙ୍କୁ ଏକ ନାଭି ବ୍ଲୁ ବଡିକୋନ୍ ଡ୍ରେସ୍ ଓ ଏକ ଲାଲ୍ ବଡିକୋନ ଡ୍ରେସରେ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ, ଏହା ସହିତ ସେ ସୁଇମିଂ ପୁଲରେ ଏକ ମାଟିଆ ରଙ୍ଗର ବିକିନିରେ ମଧ୍ୟ ନଜର ଆସିଛନ୍ତି। ତାଙ୍କର ସମସ୍ତ ପୋଷାକକୁ ଦୀନତୀଲା ଡୋଣ୍ଟିଲା ଭର୍ସେସ୍ ନିଜେ ଡିଜାଇନ୍ କରିଛନ୍ତି, ଯାହାର ମୋଟ ମୂଲ୍ୟ ୧୫ କୋଟି ବୋଲି କୁହାଯାଉଛି।

publive-image
Source : India.com
Advertisment

ଦାବି ହେଉଛି ଯେ ଏହି ୬ ମିନିଟର ଭିଡିଓ ମଧ୍ୟରେ ଉର୍ବଶୀ ରୌତେଲାଙ୍କ ଆଉଟଫିଟ୍ ଡିଜାଇନ୍ କରିବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିଛି।

ଏହା ହେଉଛି ଉର୍ବଶୀଙ୍କର ନୂଆ ଗୀତ। ନଜର ପକାନ୍ତୁ…

ଉର୍ବଶୀଙ୍କ କାମର କଥା ଯଦି ଉଠେ ତେବେ ସେ ଆଜିକାଲି ଜିଓ ଷ୍ଟୁଡିଓର ଆସୁଥିବା ୱେବ୍ ସିରିଜ୍ “ଇନ୍ସପେକ୍ଟର ଅଭିନାଶ”ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ୱେବ୍ ସିରିଜରେ ରଣଦୀପ ହୁଡାଙ୍କ ବିପକ୍ଷରେ ଉର୍ବଶୀଙ୍କୁ ଦେଖିବାକୁ ମିଳିବ। ଉର୍ବଶୀ ମଧ୍ୟ ଖୁବ ଶୀଘ୍ର ତାମିଲ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସିନେମାଟି ଏକ ବଡ ବଜେଟ୍ରେ ତିଆରି ହେଉଥିବା ବେଳେ ଏହାର କାହାଣୀ ବିଜ୍ଞାନ ଉପରେ ପର୍ଯ୍ୟବେଶିତ। ତେବେ ଏହି ସିନେମାରେ ଉର୍ବଶୀଙ୍କୁ ଆଇଆଇଟିଇନ୍ ଏବଂ ମାଇକ୍ରୋବାୟୋଲୋଜିଷ୍ଟ୍ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ