Advertisment

ରିଆଙ୍କୁ ଖୋଜୁଛି ବିହାର ପୋଲିସ୍

ମୁମ୍ବାଇ: ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଜୀବନକୁ ବାଜି ଲଗାଇଦେବୁ। ସତ ସାମ୍ନାକୁ ଆସିବ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କିଛି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ପୋଲିସ୍ ଡିଜି ଗୁପ୍ତେଶ୍ୱର ପାଣ୍ଡେ। ମୁମ୍ବାଇରେ ତଦନ୍ତକୁ ତ୍ୱରାନିତ କରାଯାଇଛି। ମାମଲାରେ ସୁଶାନ୍ତଙ୍କ ଭଉଣୀ, ଚିକିତ୍ସା କରୁଥିବା ଡାକ୍ତର, ଘରର କୁକ୍, ସୁଇପର୍, ବନ୍ଧୁ ମହେଶ ସେଠୀ, ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ପଚରାଉଚୁରା କରାଯାଇଛି। ଏହାସହ ମୁମ୍ବାଇ ପୋଲିସ୍ ସମସ୍ତ ପ୍ରକାର ସମର୍ଥନ କରିବା […]

ଅଦ୍ୟତନ ହୋଇଛି
ରିଆଙ୍କୁ ଖୋଜୁଛି ବିହାର ପୋଲିସ୍

rhea-1

Advertisment

ମୁମ୍ବାଇ: ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଜୀବନକୁ ବାଜି ଲଗାଇଦେବୁ। ସତ ସାମ୍ନାକୁ ଆସିବ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କିଛି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ପୋଲିସ୍ ଡିଜି ଗୁପ୍ତେଶ୍ୱର ପାଣ୍ଡେ। ମୁମ୍ବାଇରେ ତଦନ୍ତକୁ ତ୍ୱରାନିତ କରାଯାଇଛି। ମାମଲାରେ ସୁଶାନ୍ତଙ୍କ ଭଉଣୀ, ଚିକିତ୍ସା କରୁଥିବା ଡାକ୍ତର, ଘରର କୁକ୍, ସୁଇପର୍, ବନ୍ଧୁ ମହେଶ ସେଠୀ, ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ପଚରାଉଚୁରା କରାଯାଇଛି।

Advertisment

ଏହାସହ ମୁମ୍ବାଇ ପୋଲିସ୍ ସମସ୍ତ ପ୍ରକାର ସମର୍ଥନ କରିବା ସହ କୌଣସି ଦୁର୍ବବ୍ୟହାର କରିନାହାନ୍ତି ବୋଲି ବିହାର ଡିଜି କହିଛନ୍ତି। ହେଲେ ମାମଲାରେ ଏବେ ଯାଏ ରିଆଙ୍କ ପତ୍ତା ମିଳିନି। ରିଆଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ବୋଲି କହିଛନ୍ତି ବିହାର ଡିଜି। ଏହି ମାମଲାରେ ଆବଶ୍ୟକ ପଡ଼ିଲେ ମୁମ୍ବାଇକୁ ବରିଷ୍ଠ ଆଇପିଏସ୍ ଅଧିକାରୀ ଯିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ଉଠିଥିବା ଝଡ଼ ଏବେ ବିହାରରେ ତେଜିବାରେ ଲାଗିଛି। ପାଟନାରେ ଆଜି ସୁଶାନ୍ତଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ଲୋକେ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି କରିଛନ୍ତି।

Advertisment

ମୁମ୍ବାଇରେ ବିହାର ପୋଲିସକୁ ଦୁବ୍ୟବହାର ପ୍ରଦର୍ଶନ କରାଯିବା ସହ ସହଯୋଗ କରାଯାଇନଥିବାକୁ ବି ବିରୋଧ କରାଯାଇଛି। ବିକ୍ଷୋଭକାରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ