Advertisment

ରିଲିଜ୍ ହେଲା ‘ଥ୍ରୀଲର୍’ର ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲର୍। ରାମ ଗୋପାଳ ବର୍ମାଙ୍କ ଏହି କ୍ରାଇମ୍ ସସ୍‌ପେନ୍ସରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ। ଫିଲ୍ମରେ ହ୍ୟାଣ୍ଡସମ୍ ରକ୍ କାଚ୍ଛି ଓ ବୋଲ୍ଡ ଅପସରା ରାଣୀଙ୍କୁ ଦେଖିବାକୁ ମିଳିବ। ଦୁଇ ମିନିଟ୍‌ ୩୬ ସେକେଣ୍ଡର‌ ଟ୍ରେଲର୍‌ରେ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି ଉଭୟ। ପ୍ରଥମ ଥର ପାଇଁ କୌଣସି ହିନ୍ଦୀ ଫିଲ୍ମରେ ଏକାଥରେ ଦୁଇ ଓଡ଼ିଆ ନଜର ଆସିବେ। ରିଲିଜ୍ ପୂର୍ବରୁ ଅପସରା ଓ ରକ୍ କାଚ୍ଛି  […]

ଅଦ୍ୟତନ ହୋଇଛି
ରିଲିଜ୍ ହେଲା ‘ଥ୍ରୀଲର୍’ର ଟ୍ରେଲର୍

ram

Advertisment

ମୁମ୍ବାଇ: ରିଲିଜ୍ ହୋଇଛି ବହୁପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲର୍। ରାମ ଗୋପାଳ ବର୍ମାଙ୍କ ଏହି କ୍ରାଇମ୍ ସସ୍‌ପେନ୍ସରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ। ଫିଲ୍ମରେ ହ୍ୟାଣ୍ଡସମ୍ ରକ୍ କାଚ୍ଛି ଓ ବୋଲ୍ଡ ଅପସରା ରାଣୀଙ୍କୁ ଦେଖିବାକୁ ମିଳିବ। ଦୁଇ ମିନିଟ୍‌ ୩୬ ସେକେଣ୍ଡର‌ ଟ୍ରେଲର୍‌ରେ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି ଉଭୟ। ପ୍ରଥମ ଥର ପାଇଁ କୌଣସି ହିନ୍ଦୀ ଫିଲ୍ମରେ ଏକାଥରେ ଦୁଇ ଓଡ଼ିଆ ନଜର ଆସିବେ। ରିଲିଜ୍ ପୂର୍ବରୁ ଅପସରା ଓ ରକ୍ କାଚ୍ଛି  ଫଟୋ ସୁଟ୍‌କୁ ନେଇ ଫିଲ୍ମ ଚର୍ଚ୍ଚାରେ ରହିଛି।

Advertisment

ଟ୍ରେଲରରେ ଉଭୟ ଅପସରା ଓ ରକ୍ କାଚ୍ଛିଙ୍କୁ ଦେଖିବାକୁ ଦେଖିବାକୁ ମିଳିଛି। ଅଢ଼େଇ ମିନିଟର ଏହି ଟ୍ରେଲରରେ ଅପସରାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି। ଅପସରା ଓ ରକ୍‌ଙ୍କ ବ୍ୟତୀତ ଟ୍ରେଲରରେ ଜଣେ ବ୍ୟକ୍ତିଙ୍କର ଛାଇ ଦେଖିବାକୁ ମିଳିଛି। ତେବେ ଫିଲ୍ମଟି କେବେ ରିଲିଜ୍ ହେବ, ତା'ର ସୂଚନା ଦିଆଯାଇନାହିଁ। ଖାେଦ୍ ରାମ ଗୋପାଳ ବର୍ମା ଟ୍ୱିଟର୍ ଏବଂ ୟୁଟ୍ୟୁବରେ ଫିଲ୍ମର ଟ୍ରେଲର୍ ପୋଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଖ୍ୟାତ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନିଜର ବହୁପ୍ରତୀକ୍ଷିତ ଫିଲ୍ମ 'ଥ୍ରୀଲର୍'ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ଲିଡ୍ ରୋଲରେ ସୁଯୋଗ ଦେଇଛନ୍ତି। କିନ୍ତୁ ଏହି ଫିଲ୍ମରେ ରାମ ଗୋପାଳ ବର୍ମା ଆଉ ଜଣେ ଓଡ଼ିଆଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି।

Advertisment


ଟ୍ୱିଟରରେ ରାମ ଗୋପାଳ ଲେଖିଥିଲେ, ପ୍ରଥମତଃ ଅପସରା ରାଣୀଙ୍କୁ ଧନ୍ୟବାଦ, ଯାହାଙ୍କ ପାଇଁ ମୁଁ ଓଡ଼ିଶାକୁ ଭଲଭାବେ ଜାଣିପାରିଛି। ଏବେ ମୁଁ ଆଉ ଜଣେ ଓଡ଼ିଆ ପ୍ରତିଭାଙ୍କୁ ଆବିଷ୍କାର କରିଛି, ଯାହାଙ୍କ ନାଁ ରକ୍। ସେ ମୋର ପରବର୍ତ୍ତୀ ଫିଲ୍ମ 'ଥ୍ରୀଲର୍'ରେ ଅପସରା ରାଣୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।

Ram Gopal Varma introduces Odisha's talent Apsara Rani; here's all ...

ରାମ ଗୋପାଳ ତାଙ୍କର ଆଉ ଏକ ଟ୍ୱିଟରରେ ଲେଖିଥିଲେ, ଅପସରା ଓ ରକ୍ କାଚ୍ଚିଙ୍କ ଭଳି ଆହୁରି ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ମୁଁ ଦେଖିବାକୁ ଚାହେଁ। ରାମ ଗୋପାଳ ଅନ୍ୟଏକ ଟ୍ୱିଟରେ ଲେଖିଥିଲେ, 'ଥ୍ରୀଲର୍' ଫିଲ୍ମର ଦୁଇ ଲିଡ୍ ଆକ୍ଟର୍ ଅପସରା ରାଣୀ ଓଡ଼ିଶାର ରାଉରକେଲାରୁ ଆସିଥିବା ବେଳେ ରକ୍ ନବରଙ୍ଗପୁରରୁ ଆସିଛନ୍ତି। ରାମୁ ନିଜର ଚତୁର୍ଥ ଓ ପଞ୍ଚମ ଟ୍ୱିଟରେ 'ଥ୍ରୀଲର୍' ଫିଲ୍ମରେ ଅପସରା ରାଣୀ ଓ ରକ୍ କାଚ୍ଚିଙ୍କ କିଛି ଫଟୋ ପୋଷ୍ଟ କରିଥିଲେ।

Advertisment

Ram Gopal Varma on Twitter:

ଅଙ୍କିତାରୁ ଅପସରା ନାଁରେ ପରିଚିତ ହୋଇଥିବା ଏହି ହିରୋଇନ୍‌ ପୂର୍ବରୁ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କୁହାଯାଉଛି। ବଲାଙ୍ଗିରରେ ଘଟିଥିବା ପାର୍ସଲ୍‌ ବୋମା ଘଟଣାକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। କିନ୍ତୁ ଫିଲ୍ମ ବିରୋଧରେ ମାମଲା ଚାଲିଥିବାରୁ ଏପର୍ଯ୍ୟନ୍ତ ଏହା ପ୍ରେକ୍ଷାଳୟରେ ରିଲିଜ୍‌ ହୋଇପାରି ନାହିଁ। ତାଙ୍କ ପିଲାଦିନ ନୟାଗଡ଼ କଣ୍ଟିଲୋରେ ବିତିଥିଲେ ହେଁ ତାଙ୍କ ମା' ରାଉରକେଲାରୁ ଏବଂ ତାଙ୍କ ବାପା ଭୁବନେଶ୍ୱରର ହୋଇଥିବା ଅପସରା କହିଛନ୍ତି। ବର୍ତ୍ତମାନ ସେ ହାଇଦ୍ରାବାଦରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ