Advertisment

ଜୟଲଳିତାଙ୍କ ବାୟୋପିକ୍‌ରୁ ବାଦ୍‌ ପଡ଼ିଲେ ବିଦ୍ୟା ବାଲାନ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ ଖୁବ୍‌ ଶୀଘ୍ର ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ବାୟୋପିକ୍‌ରେ କାମ କରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ହେଲେ ଏହି ରୋଲ୍‌ କଙ୍ଗନାଙ୍କ ଝୁଲାରେ କିପରି ଖସିଲା ସେ ନେଇ ଆପଣଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବ। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ବିଦ୍ୟା ସବୁବେଳେ ନିଜ ଚରିତ୍ରକୁ ନିଖୁଣ ଭାବେ ପରଦାରେ ଫୁଟାଇବା […]

ଜୟଲଳିତାଙ୍କ ବାୟୋପିକ୍‌ରୁ ବାଦ୍‌ ପଡ଼ିଲେ ବିଦ୍ୟା ବାଲାନ୍‌

68987415

Advertisment

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ ଖୁବ୍‌ ଶୀଘ୍ର ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ବାୟୋପିକ୍‌ରେ କାମ କରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

Advertisment

ହେଲେ ଏହି ରୋଲ୍‌ କଙ୍ଗନାଙ୍କ ଝୁଲାରେ କିପରି ଖସିଲା ସେ ନେଇ ଆପଣଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବ। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ।

ବିଦ୍ୟା ସବୁବେଳେ ନିଜ ଚରିତ୍ରକୁ ନିଖୁଣ ଭାବେ ପରଦାରେ ଫୁଟାଇବା ଲାଗି ଖୁବ୍‌ ପରିଶ୍ରମ କରିଥାନ୍ତି। ଅପରପକ୍ଷେ ଏହା ଜୟଲଳିତାଙ୍କ ବାୟୋପିକ୍‌ ହୋଇଥିବାରୁ ନିଜ ଚରିତ୍ରକୁ ଜୀବନ୍ତ କରିବାକୁ ସେ ଖୁବ୍‌ ଦମ୍‌ରେ ଲାଗି ପଡିଥିଲେ। ଆଉ ଏଥିପାଇଁ ଫିଲ୍ମ ନିର୍ମାତାଙ୍କୁ ମଧ୍ୟ ନାକେଦମ କରି ଦେଇଥିଲେ। ତାଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ସମ୍ପର୍କରେ ନିର୍ମାତାକୁ ପ୍ରଶ୍ନ ପଚାରି ପଚାରି ଅସ୍ତବ୍ୟସ୍ତ କରି ପକାଉଥିଲେ।

Advertisment

ବିଦ୍ୟା ନିଜ କ୍ୟାରେକ୍ଟରକୁ ନେଇ ବେଶ୍‌ ଉତ୍ସାହିତ ଥିବା ସହ ଏହି ଭୂମିକାକୁ ନେଇ ଅନେକ ପ୍ରଶ୍ନ ତାଙ୍କ ମନକୁ ଆସୁଥିଲା। ତେଣୁ ସେ ଫିଲ୍ମକୁ ବାରମ୍ବାର ଫିଲ୍ମ ନିର୍ମାତାଙ୍କୁ ଅନେକଗୁଡ଼ିଏ ପ୍ରଶ୍ନ ପଚାରିଥିଲେ। ଆଉ ଏଥିରେ ବିରକ୍ତ ହୋଇ ଫିଲ୍ମ ନିର୍ମାତା ବିଦ୍ୟାଙ୍କୁ ଫିଲ୍ମରୁ ବାଦ୍‌ ଦେଇଛନ୍ତି। ବିଦ୍ୟା ଏହି ଫିଲ୍ମରୁ ବାଦ୍‌ ଦେବା ପରେ କଙ୍ଗନା ରଣାୱତ୍‌ଙ୍କୁ ତାଙ୍କ ସ୍ଥାନରେ ରିପ୍ଲେସ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ