Advertisment

ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିବା ଓଡ଼ିଆ କଳାକାର ବିକୁଛନ୍ତି ପିଆଜ

କରୋନା ଛଡ଼ାଇ ନେଇଛି ଜଣେ କଳାକାରଙ୍କ ମୁହଁରୁ ହସ। ବଲିଉଡରେ ଏଣ୍ଟ୍ରି ମାରି ସାରିବା ପରେ ବି ଶେଷରେ ପିଆଜ ବିକୁଛନ୍ତି ଜଣେ କଳାକାର। ତାଙ୍କ ନାଁ କାର୍ତ୍ତିକ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରେ। ଏହି ଓଡ଼ିଆ ପୁଅ କାର୍ତ୍ତିକ ବଲିଉଡରେ ଅନେକ ବଡ ବଡ କଳାକାଙ୍କର ସହ ଫିଲ୍ମରେ ଫାଇଟର୍ ମ୍ୟାନ୍ ଭାବେ କାର୍ଯ୍ୟ କରିଛନ୍ତି। ଏମିତିକି ବଲିଉଡର ନାମୀଦାମୀ ଷ୍ଟାର ଅକ୍ଷୟ କୁମାରଙ୍କ ସହ ମଧ୍ୟ କାର୍ତ୍ତିକ ଅଭିନୟ […]

ଅଦ୍ୟତନ ହୋଇଛି
ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିବା ଓଡ଼ିଆ କଳାକାର ବିକୁଛନ୍ତି ପିଆଜ

kartik

Advertisment

କରୋନା ଛଡ଼ାଇ ନେଇଛି ଜଣେ କଳାକାରଙ୍କ ମୁହଁରୁ ହସ। ବଲିଉଡରେ ଏଣ୍ଟ୍ରି ମାରି ସାରିବା ପରେ ବି ଶେଷରେ ପିଆଜ ବିକୁଛନ୍ତି ଜଣେ କଳାକାର। ତାଙ୍କ ନାଁ କାର୍ତ୍ତିକ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରେ। ଏହି ଓଡ଼ିଆ ପୁଅ କାର୍ତ୍ତିକ ବଲିଉଡରେ ଅନେକ ବଡ ବଡ କଳାକାଙ୍କର ସହ ଫିଲ୍ମରେ ଫାଇଟର୍ ମ୍ୟାନ୍ ଭାବେ କାର୍ଯ୍ୟ କରିଛନ୍ତି।

Advertisment

ଏମିତିକି ବଲିଉଡର ନାମୀଦାମୀ ଷ୍ଟାର ଅକ୍ଷୟ କୁମାରଙ୍କ ସହ ମଧ୍ୟ କାର୍ତ୍ତିକ ଅଭିନୟ କରିଛନ୍ତି। ଦୀର୍ଘ ୧୭ ବର୍ଷର ସଂଘର୍ଷ ପରେ ତାଙ୍କୁ ବଲିଉଡରେ ସୁଯୋଗ ମିଳିଥିଲା। ସଞ୍ଜୟ ଦତ୍ତ, ଅକ୍ଷୟ କୁମାର, ରଣବୀର କାପୁର, ଜନ୍ ଆବ୍ରାହମଙ୍କ ପରି ବଡ ବଡ କଳାକାରଙ୍କ ସହ ଫିଲ୍ମରେ ସେ ଫାଇଟରମ୍ୟାନ୍ ଭାବେ କାର୍ଯ୍ୟ କରିଛନ୍ତି।

publive-imageକେବଳ ଫିଲ୍ମ ନୁହେଁ, ଅନେକ ୱେବ୍ ସିରିଜ୍ ସାଙ୍ଗକୁ ଛୋଟବଡ଼ ସିରିଏଲରେ ମଧ୍ୟ ସାଇଡ୍ ଆର୍ଟିଷ୍ଟ ଭାବେ କାର୍ଯ୍ୟ କରିଥିବା କାର୍ତ୍ତିକ କହିଛନ୍ତି। ହେଲେ ଲକଡାଉନ ପାଇଁ ନିଜ କ୍ଷେତ୍ରକୁ ଫେରି ନପାରିବା ସହ କରୋନା ପାଇଁ ସୁଟିଂ ବନ୍ଦ ରହିଛି, ଯେଉଁକାରଣରୁ ତାଙ୍କର ରୋଜଗାର ସମ୍ପୂର୍ଣ୍ଣ ଠପ୍ ପଡ଼ିଛି। ଫଳରେ ଏବେ ବାଧ୍ୟ ହୋଇ କାର୍ତ୍ତିକ ୧୫ ଦିନ ହେବ ରାଜଧାନୀର ପଳାଶୁଣୀ ହାଟରେ ପିଆଜ ବିକୁଛନ୍ତି।

Advertisment

publive-imageଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ସୂର୍ଯ୍ୟବଂଶୀରେ କାର୍ତ୍ତିକ ଜଣେ ଥ୍ରୀ'ଷ୍ଟାର୍ ପୁଲିସ୍ ଅଫିସର୍ ଭାବେ କାମ କରିଛନ୍ତି। ସେହିପରି ଅକ୍ଷୟଙ୍କ ଆଉ ଏକ ଫିଲ୍ମର ପୃଥ୍ୱୀରାଜ ଚୌହାନରେ କାର୍ତ୍ତିକ ମନ୍ତ୍ରୀର ଭୂମିକା ତୁଲାଇଛନ୍ତି।  ଏହାଛଡ଼ା ସେ ୱେବ ସିରିଜ୍ 'ହଷ୍ଟେଜ୍-୧ ଓ ହଷ୍ଟେଜ-୨'ରେ ମଧ୍ୟ ଏନଏସଜି କମାଣ୍ଡୋ ଭାବେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ