Nisha Moharana Photograph: (OTV)
କୋରାପୁଟ ଲକ୍ଷ୍ମୀପୁରରେ ଯାତ୍ରା କଳାକାର ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ। ଅଷ୍ଟଶମ୍ଭୁ ଅପେରାରେ ଅଭିନେତ୍ରୀ ନିଶା ମହାରଣା ଯୋଗ ଦେବେ ବୋଲି ପୂର୍ବରୁ ଯାତ୍ରା କମିଟି ଘୋଷଣା କରିଥିଲା। ତେବେ ସ୍ଥାନୀୟ ପୋଲିସ ପ୍ରଶାସନ କିନ୍ତୁ ନିଶା ମହାରଣାଙ୍କୁ ଯାତ୍ରା ପେଣ୍ଡାଲକୁ ଛାଡ଼ି ନଥିଲା। ଏହାକୁ ନେଇ ଉପୁଜିଥିଲା ତୁମୁଳକାଣ୍ଡ।
ପୋଲିସ ଉପସ୍ଥିତିରେ ଯାତ୍ରା ପେଣ୍ଡାଲରେ ଦର୍ଶକ ଭଙ୍ଗାରୁଜା କରିବା ସହ ପେଣ୍ଡାଲ ଉପରକୁ ଚେୟାର ଫୋପାଡ଼ିଥିଲେ। ଉତ୍ତେଜନାକୁ ଦେଖି ଯାତ୍ରା ବନ୍ଦ ରହିଥିଲା। ତେବେ ଏହି ସମୟରେ ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ। ପ୍ରଶାସନର କଟକଣା ପରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି।
ଉତ୍ତେଜନାକୁ ଦେଖି ଯାତ୍ରାକୁ ଅଧାରୁ ବନ୍ଦ କରାଯାଇଥିଲା। ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରା ପକ୍ଷରୁ ଯାତ୍ରା ପରିବେଷଣ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ତେବେ ଏନେଇ ଯାତ୍ରା କମିଟି କି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
• ନିଶାଙ୍କ ପାଇଁ ଉଡ଼ିଲା ଚେୟାର !
• କୋରାପୁଟ ଲକ୍ଷ୍ମୀପୁରରେ ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ
• ନିଶାଙ୍କୁ ପ୍ରଶାସନ ଅନୁମତି ନଦେବାରୁ ଭଙ୍ଗାରୁଜା
• ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ
• ଯାତ୍ରାରେ ନିଶା ଅଭିନୟ କରିବେ ବୋଲି ଘୋଷଣା କରିଥିଲା ଯାତ୍ରା କମିଟି
• ନିଶା ଉପସ୍ଥିତ ଥିବା ସତ୍ତ୍ବେ ପେଣ୍ଡାଲକୁ ଯିବାକୁ ମିଳିନଥିଲା ଅନୁମତି
• ନିଶା ମହାରଣାଙ୍କୁ ଅନୁମତି ନମିଳିବାରୁ ତାତିଲେ ଦର୍ଶକ
• ଉତ୍ତେଜନା ଓ ଗଣ୍ଡଗୋଳ ଯୋଗୁ ଅଧାରୁ ବନ୍ଦ ହେଲା ଯାତ୍ରା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/10/nisha-moharana-2025-12-10-08-31-54.jpg)