Advertisment

ଦୁଃଖଦ ଖବର, ତେଲୁଗୁ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ହିନ୍ଦି ଟିଭି ଇଣ୍ଡଷ୍ଟ୍ରୀ ପରେ ଏବେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରୀରୁ ମଧ୍ୟ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପଲୀ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ହାଇଦ୍ରାବାଦ ସ୍ଥିତ ନିଜ ଘରୁ ଶ୍ରାବଣୀଙ୍କର ମୃତଦେହ ମିଳିଛି। ଏହି ମାମଲାରେ ପୋଲିସ୍ ଏବେ ତଦନ୍ତ ଆରମ୍ଭ କରିଦେଇଛି। ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଛି। ଶ୍ରାବଣୀଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ […]

ଦୁଃଖଦ ଖବର, ତେଲୁଗୁ ଅଭିନେତ୍ରୀଙ୍କ ଆତ୍ମହତ୍ୟା

sravani1

Advertisment

ହାଇଦ୍ରାବାଦ: ହିନ୍ଦି ଟିଭି ଇଣ୍ଡଷ୍ଟ୍ରୀ ପରେ ଏବେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରୀରୁ ମଧ୍ୟ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପଲୀ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ହାଇଦ୍ରାବାଦ ସ୍ଥିତ ନିଜ ଘରୁ ଶ୍ରାବଣୀଙ୍କର ମୃତଦେହ ମିଳିଛି।

Advertisment

Telugu Actress Sravani Kondapalli Photos @ Kobbari Matta Movie Pre-Release  - South Indian Actress

ଏହି ମାମଲାରେ ପୋଲିସ୍ ଏବେ ତଦନ୍ତ ଆରମ୍ଭ କରିଦେଇଛି। ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଛି। ଶ୍ରାବଣୀଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ଦେବରାଜ ରେଡ୍ଡୀଙ୍କୁ ଦାୟୀ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଦେବରାଜ ଲଗାତର ଶ୍ରାବଣୀଙ୍କୁ ଉତ୍ପୀଡନ କରୁଥିଲେ, ଯେଉଁ କାରଣରୁ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି।  ଏ ନେଇ ମୃତକଙ୍କ ପରିବାର ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଦେବରାଜଙ୍କ ବିରୋଧରେ ଏଫଆଇଆର୍ ଦେଇଛନ୍ତି।

Actress Sravani Kondapalli Latest Photoshoot Stills. - Fans Express

ମଙ୍ଗଳରାତି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ଶ୍ରାବଣୀ ହାଇଦ୍ରାବାସ ଏସଆର୍ ନଗର ପିଏସ୍ ମଥୁରା ନଗରରର H-56 ବ୍ଲକର ୨ୟ ମହଲାରେ ରହୁଥିଲେ। ଶ୍ରାବଣୀ ଗତ ୮ ବର୍ଷ ଧରି ତେଲୁଗୁ ଟିଭି ଇଣ୍ଡଷ୍ଟ୍ରୀରେ ବେଶ୍ ସକ୍ରିୟ ଥିଲେ। ସେ ଲୋକପ୍ରିୟ ତେଲୁଗୁ ସିରିଏଲ୍ 'ମାନାସୁ ମମତା' ଓ 'ମୌନାରାଗମ'ରେ ଅଭିନୟ କରିଥଲେ। ତାଙ୍କ ଦେହାନ୍ତରେ ଶୋ'ର କଳାକାର ଏବଂ କ୍ରୁ ସଦସ୍ୟ ଏବଂ ପ୍ରଶଂସକ ଶୋକ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ