Advertisment

ଖୋଲିବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, କଙ୍ଗନାଙ୍କୁ ସାହାଯ୍ୟ କରିବେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କଙ୍ଗନା ରାଣାୱାତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କଙ୍ଗନାଙ୍କ କହିବା ଅନୁଯାୟୀ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ତାଙ୍କ ଆତ୍ମହତ୍ୟା ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଅନୁସନ୍ଧାନ କରାଯିବା ଉଚିତ୍‌ ବୋଲି ସେ ଦାବି କରୁଛନ୍ତି। ନେପୋଟିଜିମ୍ କାରଣରୁ ମଧ୍ୟ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ କଙ୍ଗନାକୁ ସାହାଯ୍ୟ କରିବା ପାଇଁ ବିଜେପି ନେତା […]

ଅଦ୍ୟତନ ହୋଇଛି
ଖୋଲିବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, କଙ୍ଗନାଙ୍କୁ ସାହାଯ୍ୟ କରିବେ ସୁବ୍ରମଣ୍ୟମ ସ୍ୱାମୀ

susanta

Advertisment

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କଙ୍ଗନା ରାଣାୱାତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କଙ୍ଗନାଙ୍କ କହିବା ଅନୁଯାୟୀ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ତାଙ୍କ ଆତ୍ମହତ୍ୟା ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଅନୁସନ୍ଧାନ କରାଯିବା ଉଚିତ୍‌ ବୋଲି ସେ ଦାବି କରୁଛନ୍ତି।

Advertisment

ନେପୋଟିଜିମ୍ କାରଣରୁ ମଧ୍ୟ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ କଙ୍ଗନାକୁ ସାହାଯ୍ୟ କରିବା ପାଇଁ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଆଗେଇ ଆସଛନ୍ତି।

Advertisment

ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି ଯେ‘ କଙ୍ଗନା ରାଣାୱାତଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଇଶ୍‌କରଣ ସିଂ ଭଣ୍ଡାରୀଙ୍କ(ଓକିଲ) ସହିତ ଯୋଗାଯୋଗ କରିଥିଲା। ଏନେଇ କଙ୍ଗାନକୁ କିପରି ଆଇନଗତ ସାହାଯ୍ୟ ମିଳିପାରିବ ଓ ମୁମ୍ୱାଇ ପୋଲିସ ସହିତ କେବେ ମିଟିଙ୍ଗ୍‌ କରାଯିବ ବୋଲି ସୁବ୍ରମଣ୍ୟମ କହିଛନ୍ତି। ମତେ କୁହାଯାଇଛି ଯେ ହିନ୍ଦୀ ସିନେମା ଷ୍ଟାରଡମ୍ରର ଶ୍ରେଷ୍ଠ ତିନି ତାରକାଙ୍କ ମଧ୍ୟରୁ ଜଣେ କିନ୍ତୁ ସାହାସ ଦୃଷ୍ଟିରୁ ସେ ପ୍ରଥମ’।

Advertisment

ଏହାପୂର୍ବରୁ ସୁବ୍ରମଣ୍ୟମ ସ୍ୱାମୀଙ୍କ ଓକିଲ ଇଶ୍‌କରନ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ ଡକ୍ଟର ସୁବ୍ରମଣ୍ୟମ ସ୍ୱାମୀ କଙ୍ଗାନଙ୍କୁ ଆଇନ୍‌ଗତ ଭାବେ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଇଶ୍‌କରନ ଟ୍ୱିଟ୍‌ କରି କହିଥିଲେ,‘ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲରେ କଙ୍ଗନା ଓ ତାଙ୍କ ଟିମ୍‌ଙ୍କୁ ପୋଲିସରେ ବୟାନ ଦେବାପାଇଁ ଯଦି କୌଣସି ବି ଆଇନଗତ ସହାୟତା ଆବଶ୍ୟକ କରନ୍ତି, ତେବେ ସୁବ୍ରମଣ୍ୟମ ସ୍ୱାମୀ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରିବେ’।

ସୁବ୍ରମଣ୍ୟମ ସ୍ୱାମୀ ଇଶ୍‌କରଣଙ୍କୁ ସୁଶାନ୍ତଙ୍କ ଘଟଣାରେ ସମସ୍ତ ପ୍ରମାଣ ଓ ଆବଶ୍ୟକୀୟ ଦସ୍ତାବିଜ ସଂଗ୍ରହ କରିବାକୁ କହିଛନ୍ତି। ଯାହାଫଳରେ ସିବିଆଇ ଏହି ଘଟଣାର ତଦନ୍ତ କରିପାରିବ। ଇଶ୍‌କରଣ ସୁଶାନ୍ତଙ୍କ ଘଟଣାରେ ଦ୍ରୁତ ଗତିରେ କାମ କରୁଛନ୍ତି। ଏନେଇ ଇଶ୍‌କରଣ ମୁମ୍ୱାଇ ପୋଲିସ ଅପିଲ୍‌ କରିଥିଲେ ଯେ ସୁଶାନ୍ତଙ୍କ ଘରକୁ ସଠିକ୍‌ ଭାବେ ସିଲ୍‌ କରାଯିବା ସହିତ ତାଙ୍କର ସମସ୍ତ ଜିନିଷକୁ ସୁରକ୍ଷିତ ରଖିବା ପାଇଁ କହିଥିଲେ।

ଗତକିଛି ଦିନ ତଳେ କଙ୍ଗନା କହିଥିଲେ ଯେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଯଦି ତଦନ୍ତକାରୀ ସଂସ୍ଥାକୁ ଏ ସମ୍ପର୍କରେ ମୁଁ ପ୍ରମାଣ ଦେଇନପାରିବି, ତେବେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି ବୋଲି ରିପବ୍ଲିଟ୍ ଟିଭି ଚ୍ୟାନଲେକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଭିଳି ବୟାନ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱାତ।

କଙ୍ଗନା କହିଛନ୍ତି ସୁଶାନ୍ତ ମୃତ୍ୟୁ ମାମଲାରେ ସେ ଯାହା କହିଛନ୍ତି, ସେ ସବୁର ପ୍ରମାଣ ତାଙ୍କ ନିକଟରେ ରହିଛି। ଯଦି ପୋଲିସ କି ସିବିଆଇ ତାଙ୍କୁ ଏ ସମ୍ପର୍କରେ ପଚାରନ୍ତି, ତେବେ ସେ ଆଣିଥିବା ଅଭିଯୋଗର ସମସ୍ତ ତଥ୍ୟ ପ୍ରମାଣ ସହ ଦେଇପାରିବେ। ଯଦି ସେ ପ୍ରମାଣ ଦେଇନପାରିବେ, ତେବେ ସେ ପାଇଥିବା ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବେ ବୋଲି ଦୃଢ଼ତାର ସହ କହିଛନ୍ତି କଙ୍ଗନା। ଏପଟେ ସୁସାନ୍ତ ସିଂହ ମୃତ୍ୟୁ ମାମଲାରେ ୟଶରାଜ ଫିଲ୍ମ ପ୍ରଡକ୍ସନ୍ ହାଉସର ମୁଖ୍ୟ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇର ବାନ୍ଦ୍ରା ପୋଲିସ।

ସୂଚନାଥାଉକି, ଜୁନ୍ ୧୪ରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ଏହାପରଠୁ ପୁଲିସ ଘଟଣାରେ ତଦନ୍ତ ଚଳାଇଛି। ଏହି ତଦନ୍ତରେ ଏଯାଏଁ ପୋଲିସ ୧୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିସାରିଛି। ଏମାନଙ୍କ ମଧ୍ୟରେ ସୁଶାନ୍ତଙ୍କ ବନ୍ଧୁ, ପରିଜନ ଓ ସହାୟକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ