Advertisment

ଦେଢ଼ମାସ ପରେ ମୁହଁ ଖୋଲିଲେ ଅଙ୍କିତା, କହିଲେ ମୁଁ ଚ୍ୟାଲେଞ୍ଜ ଦେଇ କହିବି ସେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଦେଢ଼ ମାସ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ସୁଶାନ୍ତ ସବୁବେଳେ ହସ ଖୁସିରେ ରହୁଥିବା ମଣିଷ ଓ ରିଏଲ ହିରୋ ଥିଲେ। ସେ କୌଣସି କଥାକୁ ନେଇ ମନଦୁଃଖ କରିପାରନ୍ତି କିନ୍ତୁ  ଡିପ୍ରେସନ୍‌ରେ ରୁହନ୍ତି ନାହିଁ। ଅଙ୍କିତା ଏକ ଗଣମାଧ୍ୟମକୁ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ୧୫ ମିନିଟ୍‌ ମଧ୍ୟରେ ମୋ ପାଖକୁ ଫୋନ୍‌ ଆସିଥିଲା ଯେ ସେ ଆତ୍ମହତ୍ୟା […]

ଅଦ୍ୟତନ ହୋଇଛି
ଦେଢ଼ମାସ ପରେ ମୁହଁ ଖୋଲିଲେ ଅଙ୍କିତା, କହିଲେ ମୁଁ ଚ୍ୟାଲେଞ୍ଜ ଦେଇ କହିବି ସେ...

susataaa

Advertisment

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଦେଢ଼ ମାସ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ସୁଶାନ୍ତ ସବୁବେଳେ ହସ ଖୁସିରେ ରହୁଥିବା ମଣିଷ ଓ ରିଏଲ ହିରୋ ଥିଲେ। ସେ କୌଣସି କଥାକୁ ନେଇ ମନଦୁଃଖ କରିପାରନ୍ତି କିନ୍ତୁ  ଡିପ୍ରେସନ୍‌ରେ ରୁହନ୍ତି ନାହିଁ।

Advertisment

When Sushant Singh Rajput spoke about break up with Ankita ...

ଅଙ୍କିତା ଏକ ଗଣମାଧ୍ୟମକୁ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ୧୫ ମିନିଟ୍‌ ମଧ୍ୟରେ ମୋ ପାଖକୁ ଫୋନ୍‌ ଆସିଥିଲା ଯେ ସେ ଆତ୍ମହତ୍ୟା କରିଥିଲେ। ସେ ଡିପ୍ରେସନ୍‌ରେ ଥିବାରୁ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏ କଥାକୁ ମୁଁ ସହଜରେ ଗ୍ରହଣ କରିପାରିଲି ନାହିଁ। କାରଣ ସେ ଏଭଳି ପିଲା ନଥିଲା ଯେ ଆତ୍ମହତ୍ୟା କରିବ।

publive-image

ମୁଁ ସୁଶାନ୍ତଙ୍କ ପରି ପିଲା କେବେ ଦେଖିନି। ସେ ଆଗକୁ କ’ଣ କରିବେ ଏନେଇ ସେ ୫ବର୍ଷ ପାଇଁ ଆଗୁଆ ଡାଏରୀରେ ପ୍ଲାନ୍‌ କରୁଥିଲେ। ଠିକ୍‌ ୫ବର୍ଷ ପରେ ହିଁ ତାଙ୍କର ସମସ୍ତ ଯୋଜନା ପୂରଣ କରୁଥିଲେ। ସେ ଜଣେ ସୁଖୀ-ଭାଗ୍ୟବାନ ବ୍ୟକ୍ତି ଥିଲେ। ଅସୁବିଧାରେ ପଡ଼ିଲେ ସେ ସମାଧାନ ନିଜେ ନିଜେ କରୁଥିଲେ। ତାଙ୍କ ପରି ପିଲା କେବେ ବି ଆତ୍ମହତ୍ୟା କରିନଥିବ।

Advertisment

Sushant Singh Rajput and Ankita Lokhande News: Sushant Singh ...

ଅଙ୍କିତା ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଜାଣିନି ସେତେବେଳର ପରିସ୍ଥିତି କ’ଣ ଥିଲା। କିନ୍ତୁ ସୁଶାନ୍ତ ଓ ମୁଁ ଏହାଠାରୁ ଅଧିକ ଖରାପ ପରିସ୍ଥିତିର ସାମ୍ନା କରିଛୁ। ପୁଣି ସମାଧାନର ବାଟ ବାହାର କିରି ଆଗକୁ ବଢ଼ିଛୁ। ସେ ମନଦୁଃଖ କରିପାରନ୍ତି କିନ୍ତୁ ଡିପ୍ରେସନ୍‌ରେ ରୁହନ୍ତି ନାହିଁ। ସେ କହିଛନ୍ତି ଯେ ଚିନ୍ତା ସମସ୍ତଙ୍କର ଅଛି। କିନ୍ତୁ ମୁଁ ଚ୍ୟାଲେଞ୍ଜ ଦେଇ କହିବି ସୁଶାନ୍ତଙ୍କ କେବେ ବି ଡିପ୍ରେସନ୍‌ରେ ନଥିବେ।

RIP Sushant Singh Rajput: Father KK Singh talks about Ankita ...

ସୁଶାନ୍ତ ସବୁବେଳେ ଚାହୁଁଥିଲେ ଯେ ପ୍ରଶଂସକମାନେ ତାଙ୍କୁ ଜଣେ ହିରୋ ଭାବେ ମନେ ରଖନ୍ତୁ। କିନ୍ତୁ ଜଣେ ଡିପ୍ରେସନ୍‌ ମଣିଷ ଭାବରେ ନୁହେଁ। ଲୋକମାନେ ନିଜେ ନିଜେ କାହାଣୀ କରି କହୁଛନ୍ତି ଯେ ସୁଶାନ୍ତ ଏମିତି ଥିଲେ, ସେମିତି ଥିଲେ? ସୁଶାନ୍ତ କ’ଣ ବୋଲି କେହି ଜାଣନ୍ତି କି? ସେ ଗୋଟେ ଛୋଟ ଛୁଆ ଥିଲା, ଯିଏ ଖାଦ୍ୟ ଦେଖିକି ଖୁସି ହେଉଥିଲା। ରସଗୋଲା ଦେଖିକି ଖୁସି ହେଉଥିଲା।

Advertisment

publive-image

ଅଙ୍କିତା କହିଛନ୍ତି ଯେ ଲୋକମାନେ ସୁଶାନ୍ତଙ୍କୁ ବାଇପୋଲାର ବୋଲି କହୁଛନ୍ତି। କେହି ଜାଣିଛନ୍ତି କି ଏକଥା ଟା କେତେ ବଡ଼ କଥା। ସୁଶାନ୍ତ ଚାହୁଁଥିଲେ ଯେ ଲୋକମାନେ ତାଙ୍କୁ ଏକ ପ୍ରେରଣା ଭାବରେ ମନେ ରଖନ୍ତୁ। ଗୋଟେ ଛୋଟ ସହରର ପିଲା ଥିଲା ଯିଏ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଥିଲା। ପୋଲିସ ଅଙ୍କିତା ଲୋଖଣ୍ଡେଙ୍କ ବୟାନକୁ ଅଫିସିଆଲ ଭାବେ ରେକର୍ଡ କରିଛି।

Ankita Lokhande reveals shocking details about her breakup with ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ