swamy
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ବରିଷ୍ଠ ବିଜେପି ସାଂସଦ ସୁବମଣ୍ୟମ ସ୍ୱାମୀ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ରଖିଛନ୍ତି। ଏହାସହ ସୁଶାନ୍ତଙ୍କୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଥିବା ନେଇ ସେ ଦୃଢ଼ତାର ସହ କହିଛନ୍ତି। ସୁଶାନ୍ତଙ୍କ ହତ୍ୟା କରାଯିବାର ୨୬ଟି ବଡ଼ କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି ସୁବ୍ରମଣ୍ୟମ୍।
ସୁବ୍ରମଣ୍ୟମ୍ ସୋସିଆଲ୍ ମିଡିଆରେ ୨୬ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ବଳିଷ୍ଠ ପ୍ରମାଣ ଥିବା ସେ ଇଙ୍ଗିତ କରିଛନ୍ତି। ସୁଶାନ୍ତଙ୍କ ବେକରେ ଥିବା ଚିହ୍ନଟ, ମୃତଦେହର ପାରିପାର୍ଶ୍ୱିକ ସ୍ଥିତି, ମୃତଦେହରେ ଏକାଧିକ ସନ୍ଦେହଜନକ ଚିହ୍ନଟ ଥିବା ସେ ଦାବି ରଖିଛନ୍ତି।
ସ୍ୱାମୀଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ରୁମରେ ଯେଉଁ ଆଣ୍ଟି ଡ୍ରଗ୍ସ ମିଳିଛି, ବୋଧହୁଏ କେହି ଜଣେ ଜାଣିଶୁଣି ସେଠାରେ ଏହାକୁ ରଖିଥାଇପାରେ। ଏପରିକି ଫାସି ପାଇଁ ବ୍ୟବହୃତ କପଡ଼ାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସ୍ୱାମୀଙ୍କ ମୁତାବକ, ସୁଶାନ୍ତଙ୍କ ବେକରେ ଯେଉଁ ଚିହ୍ନ ମିଳିଛି, ତାହା କୌଣସି ବେଲ୍ଟ ସଦୃଶ ଲାଗୁଛି।
https://twitter.com/Swamy39/status/1288645048830222339?s=20
ଖାଲି ସେତିକି ନୁହେଁ ମୃତ୍ୟୁ ଦିନ ଅର୍ଥାତ ଜୁନ୍ ୧୪ ସକାଳେ ସୁଶାନ୍ତ ଭିଡିଓ ଗେମ୍ ଖେଳୁଥିଲେ। ହେଲେ ହଠାତ୍ କଣ ଏମିତି ଘଟିଲା କି ସେ ଆତ୍ମହତ୍ୟା କରିବାକୁ ଯିବେ ? ସେ ନେଇ ବି ସେ ସନ୍ଦେହ ପ୍ରକଟ କରିଛନ୍ତି। ବାରମ୍ବାର ସିମ୍ ବଦଳାଇବା, ନିକଟତର ବନ୍ଧୁଙ୍କ ବ୍ୟବହାର ଘରୋଇ ସହାୟକଙ୍କ ବାରମ୍ବାର ବୟାନ ବଦଳାଇବାକୁ ବି ସେ ସନ୍ଦେହଘେରକୁ ଆଣିଛନ୍ତି।
ସେହିପରି ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ମନା କରୁଥିବା ବେଳେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଏହା ଉପରେ ରାୟ ଦେଇପାରିବେ ବୋଲି ସୁବ୍ରମଣ୍ୟମ୍ କହିଛନ୍ତି। ଏହାସହ ମୁମ୍ବାଇ ପୋଲିସର ୮୦ ପ୍ରତିଶତ ଅଧିକାରୀ ଏହାକୁ ସିବିଆଇ ତଦନ୍ତ ଚାହୁଁଥିବା ସେ ଟ୍ୱିଟ୍ କରି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/swamy_1625495704.jpg)