Advertisment

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ପାଇଁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲେବ୍ରିଟି ଓ ପ୍ରଡକ୍ସନ କମ୍ପାନୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସମାନେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୂର୍ବରୁ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ଏବେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଛି। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶନିବାର ବିହାରର ଏକ କୋର୍ଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ରିୟାଙ୍କ ବିରୋଧରେ ପିଟିସନ୍‌ […]

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ

sushant singh

Advertisment

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ପାଇଁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲେବ୍ରିଟି ଓ ପ୍ରଡକ୍ସନ କମ୍ପାନୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସମାନେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୂର୍ବରୁ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ଏବେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଛି। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Advertisment

ଶନିବାର ବିହାରର ଏକ କୋର୍ଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ରିୟାଙ୍କ ବିରୋଧରେ ପିଟିସନ୍‌ ଦାୟର ହୋଇଛି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ରିୟା ଉସକାଇଥିବା ଏଥିରେ ଅଭିଯୋଗ ହୋଇଛି।

ମୁଜାଫରପୁରରେ ରହୁଥିବା କୁନ୍ଦନ କୁମାର ନାମକ ଜଣେ ବ୍ୟକ୍ତି ଏହି ପିଟିସନ୍‌ ଦାୟର କରିଛନ୍ତି। କୋର୍ଟ ଏହି ପିଟିସନ୍‌କୁ ଗ୍ରହଣ କରିବା ସହ ‌ଆସନ୍ତା ୨୪ ତାରିଖ ଦିନ ଏହି ମାମଲାର ଶୁଣାଣି କରିବେ।

Advertisment

ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ରିୟା, ସୁଶାନ୍ତଙ୍କୁ ବ୍ୟବହାର କରି ଭରପୂର ଫାଇଦା ଉଠାଇବା ସହ ସୁଶାନ୍ତଙ୍କୁ ଆର୍ଥିକ ଓ ମାନସିକ ଭାବେ ଅତ୍ୟାଚାର ମଧ୍ୟ କରୁଥିଲେ।

ଖାଲି ଏତିକି ନୁହେଁ, କୁନ୍ଦନ କୁମାର ଆହୁରି ଅଭିଯୋଗ ଆଣିଛନ୍ତି ଯେ, ରିୟା ଫିଲ୍ମ କ୍ୟାରିୟରରେ ତାଙ୍କର ସ୍ଥିତି ଠିକ୍‌ କରିବା ପରେ ସୁଶାନ୍ତଙ୍କୁ ଛାଡ଼ି ଦେଇଥିଲେ।

Advertisment

ଜୁନ୍‌ ୧୫ରେ ୧୧ଘଣ୍ଟା ଧରି ରିୟାଙ୍କୁ ପୁଲିସ୍‌ ପଚରାଉଚରା କରିଥିଲା। ରିୟାଙ୍କୁ ପଚରାଉଚରା ବେଳେ ଅନେକ ଘଟଣା ସାମ୍ନାକୁ ଆସିଛି। ତେଣୁ ସୁଶାନ୍ତଙ୍କ ଆତ୍ମହତ୍ୟାର ରହସ୍ୟ ଖୋଲିପାରେ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ରିୟାଙ୍କ ବିରୋଧରେ ମାମଲା ରୁଜୁ ହେବା ପୂର୍ବରୁ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍‌ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ଏହି ମାମଲା ରୁଜୁ ହୋଇଛି।

Sushant Singh Rajput Rhea Chakraborty News Actor Sushant Singh Rajput Rhea Chakraborty Sushant Singh Rajput Latest News Latest News Of Sushant Singh Rajput Rhea Chakraborty Intorrogation Sushant Singh Rajput Girl Friend Sushant Singh Girl Friend Rhea Sushant Singh Girl Friend Rhea Chakraborty Sushant Singh Girl Friend Rhea Chakraborty News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ