Advertisment

ମାସେ ପୂରିଗଲା, ତଥାପି ଲାଗୁଛି ତୁ ଏଇଠି ଅଛୁ ମୋ ଭାଇ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲାଣି ମାସେ। ଜୁନ୍‌ ୧୪ରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କୁ ମନେ ପକାଇ ଏକ ଫଟୋ ସହିତ ଭାବପ୍ରବଣ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।   View this post […]

ମାସେ ପୂରିଗଲା, ତଥାପି ଲାଗୁଛି ତୁ ଏଇଠି ଅଛୁ ମୋ ଭାଇ

susanta

Advertisment

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲାଣି ମାସେ। ଜୁନ୍‌ ୧୪ରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କୁ ମନେ ପକାଇ ଏକ ଫଟୋ ସହିତ ଭାବପ୍ରବଣ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

Advertisment

ଶ୍ୱେତା ସିଂ କିର୍ତ୍ତୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଲେଖିଛନ୍ତି,‘ ଏକ ମାସ ହୋଇଗଲା ତୁ ଆମକୁ ଛାଡ଼ି ଚାଲିଯିବାର। କିନ୍ତୁ ତୋର ଉପସ୍ଥିତିକୁ ଏବେ ବି ଆମେମାନେ ଅନୁଭବ କରିପାରୁଛୁ। ଲଭ ୟୁ ଭାଇ। ଆଶା କରୁଛି ତୁ ଯୋଉଠି ବି ଥା ଖୁସିରେ ଥା।’ ଶ୍ୱେତାଙ୍କ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Advertisment

ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ