Advertisment

ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ସୁଶାନ୍ତ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଲଗାତାର ଭାବେ ସୋସିଆଲ୍‌ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ରିଆକ୍ସନ ଆସିବାରେ ଲାଗିଛି। ଏହାସହ ସୁଶାନ୍ତଙ୍କ ଅନେକ ପୁରୁଣା ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର ହେଉଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲେବ୍ରିଟି ଓ ପ୍ରଡକ୍ସନ କମ୍ପାନୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସମାନେ। ଜଣେ ପ୍ରଶଂସକ ଇନ୍‌ଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଶେଆର୍‌ କରିଛନ୍ତି। ସୁଶାନ୍ତଙ୍କ ଏହି ସାକ୍ଷାତକାର […]

ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ସୁଶାନ୍ତ

sushant 3

Advertisment

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଲଗାତାର ଭାବେ ସୋସିଆଲ୍‌ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ରିଆକ୍ସନ ଆସିବାରେ ଲାଗିଛି। ଏହାସହ ସୁଶାନ୍ତଙ୍କ ଅନେକ ପୁରୁଣା ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର ହେଉଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲେବ୍ରିଟି ଓ ପ୍ରଡକ୍ସନ କମ୍ପାନୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସମାନେ।

Advertisment

publive-image

ଜଣେ ପ୍ରଶଂସକ ଇନ୍‌ଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଶେଆର୍‌ କରିଛନ୍ତି। ସୁଶାନ୍ତଙ୍କ ଏହି ସାକ୍ଷାତକାର ଭିଡିଓରେ ସୁଶାନ୍ତ ଏକ ପ୍ରଶ୍ନର ଉତ୍ତର ଏମିତି ଦେଇଛନ୍ତି, ଯାହା ସମସ୍ତଙ୍କୁ ସେହି ସମୟରେ ଆଶ୍ଚର୍ଯ୍ୟ କରିଥିଲା।

publive-image

ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ଏହି ପ୍ରଶ୍ନର ଉତ୍ତରରେ ସୁଶାନ୍ତ କହିଥିଲେ-ବୋଧହୁଏ ମୃତ୍ୟୁ। ମୁଁ ଏଥିପାଇଁ ଏହା କହିଲି, ଯେତେବେଳେ ମୁଁ ୩ ଘଣ୍ଟା ଯାଏ ଶୋଇପଡ଼େ, ସେତେବେଳେ ମୁଁ ଜାଣିପାରେନି ମୁଁ କିଏ। ଏହା ଅତ୍ୟନ୍ତ ଭୟାନକ, ଯେତେବେଳେ ଆପଣଙ୍କୁ ଜଣାନଥିବ ଆପଣ କିଏ ? ବୋଧହୁଏ ସେତେବେଳେ ଏପରି ଅନୁଭବ ହେବ ଯେତେବେଳେ ଆପଣ ମୃତ୍ୟୁବରଣ କରିଥିବେ।’

Advertisment

ସୁଶାନ୍ତଙ୍କ ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର୍‌ ପରେ ତାଙ୍କର ଫ୍ୟାନ୍ସମାନେ ଇମୋସନ୍‌ନାଲ୍‌ କମେଣ୍ଟସ୍‌ ଦେଇଛନ୍ତି।
https://www.instagram.com/p/CBw2mSZBjWO/?utm_source=ig_web_copy_link

ସୂଚନାଥାଉ କି, ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସୁଶାନ୍ତଙ୍କ ବନ୍ଧୁଙ୍କଠୁ ଆରମ୍ଭ କରି ତାଙ୍କ ଗର୍ଲଫ୍ରେଣ୍ଡ୍‌ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଲିସ୍‌ ପଚରାଉଚରା ଚଳାଇଛି।

Advertisment

publive-image

ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା

Sushant Singh Rajput Actor Sushant Singh Rajput Sushant Singh Rajput Latest News ସୁଶାନ୍ତ ସିଂ ରାଜପୁତ୍‌ Sushant Singh Rajput News ସୁଶାନ୍ତ ସିଂ ରାଜପୁତ ଖବର Latest News Of Sushant Singh Rajput Sushant Singh Rajput News In Odia Sushant Singh Fears
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ