sushant 11
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ହେରଫେର ହୋଇଥିବା ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଇଡି ଅନୁଯାୟୀ, ସୁଶାନ୍ତ ସିଂହ ଗତ ୨ରୁ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରୋଜେକ୍ଟରୁ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ।
ତେବେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଅଭିଯୁକ୍ତ ରହିଛନ୍ତି। ଏ ନେଇ ରିୟା ଓ ତାଙ୍କ ପରିବାରକୁ ଇଡି ଘନଘନ ଜେରା କରିଛି। ଏହା ମଧ୍ୟରେ ଇଡି ସୁଶାନ୍ତଙ୍କ ଆକାଉଣ୍ଟ ମଧ୍ୟ ଖୋଳତାଡ଼ କରିଥିଲା, ଯେଉଁଥିରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଇଡି ଆଗରେ ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଜୟନ୍ତୀ ସାହା କହିଛନ୍ତି, ସୁଶାନ୍ତ ୨ରୁ ୩ ବର୍ଷ ମଧ୍ୟରେ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ। ବ୍ୟାଙ୍କ ଡକ୍ୟୁମେଣ୍ଟ ଓ ବିଭିନ୍ନ କାଗଜପତ୍ରରୁ ତାଙ୍କ ବୟାନରେ ସତ୍ୟତା ଥିବା ମଧ୍ୟ ସ୍ପଷ୍ଟ ହୋଇଛି।
ଇଡି ଏବେ ସୁଶାନ୍ତଙ୍କ ଆୟ ସହ ତାଙ୍କର ବ୍ୟୟ ଓ ବିଭିନ୍ନ ପୁଞ୍ଜି ନିବେଶ ତଥ୍ୟକୁ ମେଳ କରାଇ ପୂରା ଘଟଣା ଉପରୁ ପର୍ଦ୍ଦା ଉଠାଇବ। ଏହି ଅର୍ଥ ସୁଶାନ୍ତଙ୍କ ଆକାଉଣ୍ଟରେ ରହିଛି ନା ଏହା ଅନ୍ୟ କେଉଁଠି ଓ କ’ଣ ପାଇଁ ଖର୍ଚ୍ଚ ହୋଇଛି, ତାହା ଜଣାପଡ଼ିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sushant-11_1625417373.jpg)