Advertisment

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ପାଖରେ କାମ କରୁଥିବା କିଛି ବିଶ୍ୱସ୍ତ କର୍ମଚାରୀଙ୍କ କହିବା ଅନୁଯାୟୀ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଜୀବନରେ ଆସବା ପରେ ସୁଶାନ୍ତ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲେ। ରିୟା ସୁଶାନ୍ତଙ୍କୁ ନିଜ ସାଙ୍ଗମାନଙ୍କ ଠାରୁ ମଧ୍ୟ ଦୂର କରି ଦେଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେକେ ସିଂ ମଧ୍ୟ ରିୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। କେକେ ସିଂଙ୍କ କହିବା ଅନୁଯାୟୀ, ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

susanta

Advertisment

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ପାଖରେ କାମ କରୁଥିବା କିଛି ବିଶ୍ୱସ୍ତ କର୍ମଚାରୀଙ୍କ କହିବା ଅନୁଯାୟୀ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଜୀବନରେ ଆସବା ପରେ ସୁଶାନ୍ତ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲେ। ରିୟା ସୁଶାନ୍ତଙ୍କୁ ନିଜ ସାଙ୍ଗମାନଙ୍କ ଠାରୁ ମଧ୍ୟ ଦୂର କରି ଦେଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେକେ ସିଂ ମଧ୍ୟ ରିୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। କେକେ ସିଂଙ୍କ କହିବା ଅନୁଯାୟୀ, ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଥିଲେ।

Advertisment

publive-image

ଖବର ଅନୁଯାୟୀ, ସୁଶାନ୍ତଙ୍କ ପିଏ(PA) ଭାବେ କାର୍ଯ୍ୟ କରୁଥିବା ଅଙ୍କିତ ଆଚାର୍ଯ୍ୟ ରିୟାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ। ଅଙ୍କିତଙ୍କ କହିବା ଅନୁଯାୟୀ, ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ଦିନଠାରୁ ସେ ଚୁପ୍‌ଚାପ୍‌ ରହିବା ସହିତ ବହୁତ ଡରିଲା ଭଳି ରହୁଥିଲେ। ବର୍ତ୍ତମାନ ସୁଶାନ୍ତଙ୍କର ଅନ୍ୟ ଜଣେ ସହକାରୀ ଭାବେ କାର୍ଯ୍ୟ କରୁଥିବା ସବିର ଅହମ୍ମଦ ମଧ୍ୟ କିଛି କଥା ଖୁଲାସା କରିଛନ୍ତି।

Sushant Singh Rajput never locked his room while sleeping; truth ...

ସବିରଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କୁ ଯଦି କୌଣସି ବ୍ୟକ୍ତି ଦେଖା କରିବାକୁ ଆସୁଥିଲେ, କି ତାଙ୍କ ପାଖରେ ଯଦି କାହାର କାମ ଥିବ ତେବେ ରିୟାଙ୍କ ଠୁ ଅନୁମତି ଆଣିବାକୁ ପଡ଼ୁଥିଲା। ବେଳେବେଳେ ରିୟା ମଧ୍ୟ ସୁଶାନ୍ତଙ୍କୁ ଦେଖା କରେଇ ଦେଉନଥିଲେ। ଏମିତିକି ସୁଶାନ୍ତଙ୍କର ପୁରୁଣା ଷ୍ଟାପ୍‌ଙ୍କୁ ରିୟା ବାହାର କରିଦେଇଥିଲେ।

Advertisment

ସବିର ଆହୁରି ମଧ୍ୟ କହିଛନ୍ତି,‘ମୁଁ ଜାଣିନି ଏକଥା କେତେ ସତ, ଆମେ ଯିବା ପରେ ଯେଉଁମାନେ ଏଠାରେ କାମ କରୁଥିଲେ, ସେମାନେ କୁହନ୍ତି ସବୁକଥାରେ ରିୟାଙ୍କ ଠୁ ଅନୁମତି ଆଣିବାକୁ ପଡ଼ୁଥିଲା।’

ସବିରଙ୍କ କହିବା ଅନୁଯାୟୀ, ଆମେ ଯେତେବେଳେ କ୍ୟାପ୍ରି ହାଇଟ୍ସରେ ଥିଲୁ, ଏହା ଏକ ଡୁପ୍ଲେକ୍ସ ଥିଲା। ସେଠାରେ ମୁଁ ମଧ୍ୟ ସୁଶାନ୍ତ ସାର୍‌ଙ୍କ ସହିତ ଥିଲି। କାରଣ ସକାଳୁ ସୁଶାନ୍ତ ସାର୍‌ଙ୍କୁ ନିଦରୁ ଉଠେଇବାକୁ ପଡ଼ୁଥିଲା। କିନ୍ତୁ ଏବେ ନୂଆ ଷ୍ଟାପଙ୍କ କହିବା ଅନୁଯାୟୀ, ରିୟା କୌଣସି ଷ୍ଟାପ୍‌ଙ୍କୁ ସୁଶାନ୍ତଙ୍କ ପାଖକୁ ଯିବାକୁ ଦେଉନଥିଲେ।‘ ସବୁବେଳେ ରିୟାଙ୍କୁ ସବୁ କଥା କହିବାକୁ ପଡ଼ୁଥିଲା ଓ ସେ ହିଁ ସବୁକିଛି କରୁଥିଲେ’।

Advertisment

ଏହା ପୂର୍ବରୁ ପିଏ ଥିବା ଅଙ୍କିତ ଆଚାର୍ଯ୍ୟ କହିଥିଲେ ଯେ ରିୟାଙ୍କ ସହ ରହିବା ପରେ ସୁଶାନ୍ତ ଚୁପ୍‌ଚାପ୍‌ ହେବା ସହିତ ବହୁତ ଭୟଭୀତ ହୋଇ ରହୁଥିଲେ। ସେ କହିଥିଲେ ଯେ ମୁଁ ଥରେ ସୁଶାନ୍ତଙ୍କୁ ଭେଟିବାକୁ ଯାଇଥିଲେ, କିନ୍ତୁ ସୁଶାନ୍ତଙ୍କର ମୁହଁରୁ ଯେମିତି ହସ ଲିଭି ଯାଇଥିଲା। ବହୁତ ଭୟଭୀତ ଥିଲାଭଳି ଲାଗୁଥିଲେ। ତାଙ୍କ ଓଠରୁ ଯେମିତି ହସ ଲିଭିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ