susanta
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ତାଙ୍କର ପ୍ରଶଂସକ , ପରିବାର ଓ ବନ୍ଧୁମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁଶାନ୍ତଙ୍କ ବିୟୋଗରେ ତାଙ୍କ ସହ ଜଡ଼ିତ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ସୁଶାନ୍ତ ସାଇନ୍ କରିଥିବା ପ୍ରୋଜେକ୍ଟଗୁଡିକ ଅଧୁରା ରହିଛି। ସେହି ପ୍ରୋଜେକ୍ଟ ମଧ୍ୟରୁ ‘ବନ୍ଦେ ଭାରତମ’ ହେଉଛି ଅନ୍ୟତମ। ସେହି ଫିଲ୍ମରେ ସୁଶାନ୍ତ ଲିଡ୍ ରୋଲରେ ଅଭିନୟ କରିଥାନ୍ତେ। ଏହି ଫିଲ୍ମଟିକୁ ସୁଶାନ୍ତଙ୍କର ଖାସ୍ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ସିଂ ପ୍ରସ୍ତୁତ କରିଥାନ୍ତେ।
ସନ୍ଦୀପ ସିଂ ସୁଶାନ୍ତଙ୍କୁ ହରାଇ ବହୁତ ଦୁଃଖିତ। ଏନେଇ ସନ୍ଦୀପ ତାଙ୍କ ଇନ୍ଷ୍ଟାରେ ସୁଶାନ୍ତଙ୍କ ସ୍ମୃତିରେ ଅନେକ କଥା ପୋଷ୍ଟ କରୁଛନ୍ତି। କିନ୍ତୁ ଏବେ ସନ୍ଦୀପ ସୁଶାନ୍ତଙ୍କର ଫିଲ୍ମ ବନ୍ଦେ ଭାରତମ୍ର ଫାଷ୍ଟ ଲୁକ୍ ପୋଷ୍ଟର ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ଯେ ‘ ତମେ ମତେ ପ୍ରତିଶ୍ରୁତି ଦେଇଥିଲ। ଆମେ ଦୁହେଁ ବିହାର ଭାଇ ଇଣ୍ଡଷ୍ଟ୍ରିରେ ରାଜ୍ କରିବା। ଆଉ ଇଣ୍ଡଷ୍ଟ୍ରିକୁ ଆସୁଥିବା ସମସ୍ତ ନୂଆ ଯୁବକମାନଙ୍କ ପାଇଁ ପ୍ରେରଣା ଓ ସେମାନଙ୍କୁ ସମର୍ଥନ ମଧ୍ୟ କରିବା। ତୁମେ ମୋତେ କଥା ଦେଇଥିଲ ଯେ ତୁମେ ମୋର ପ୍ରଥମ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବରେ କାମ କରିବ। ରାଜ ଶାଣ୍ଡିଲ୍ୟା ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ। ଆମେ ଏକାଠି ଏହି ଫିଲ୍ମକୁ ପ୍ରସ୍ତୁତ କରିଥାନ୍ତେ।
ସନ୍ଦୀପ ଆହୁରି ମଧ୍ୟ କହିଛନ୍ତି, ‘ ମୁଁ ତୁମର ବିଶ୍ୱାସ ଚାହୁଁଛି, ତୁମେ ମତେ ଯେଉଁ ବିଶ୍ୱାସ ଦେଖାଇଥିଲ, ସେ ବିଶ୍ୱାସ ମୋର ଶକ୍ତି ଥିଲା। ମୁଁ କୌଣସ ସ୍ଥାନରେ ହଜିଗଲା ପରି ଲାଗୁଛି। ଏବେ ମତେ କୁହ ଯେ ମୁଁ ଏ ସ୍ୱପ୍ନକୁ କେମିତି ପୂରଣ କରିବି? ତମେ ଯେମିତି ମୋ ହାତକୁ ଯାବୁଡି ଧରିଥିଲ, ସେମିତିକା କିଏ ଧରିବ? ଏବେ ମତେ SSR ପରି ଶକ୍ତି କିଏ ଦେବ?
ସନ୍ଦୀପ ସିଂ କହିଛନ୍ତି, ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି, ମୁଁ ଏହି ଫିଲ୍ମ ନିଶ୍ଚୟ ପ୍ରସ୍ତୁତ କରିବି। ଏହି ଫଲ୍ମଟି ତୁମ ପାଇଁ ଶ୍ରଦ୍ଧାଞ୍ଜଳି ହେବ। ବନ୍ଦେ ଭାରତମ୍ ଫିଲ୍ମକୁ ନେଇ ଆମେ ଦୁହେଁ ଘଣ୍ଟା ଘଣ୍ଟା ଧରି ବସି ଯାହା କଥାବାର୍ତ୍ତା କରୁଥିଲେ। ଏବେ ତୁମେ ମୋ ପାଖରେ ନାହଁ ତୁମର ସ୍ମୃତି କେବଳ ମୋ ସହ ଅଛି।
ସୂଚନାଥାଉକି, ସୁଶାନ୍ତ ସିଂ ରାଜପୁତଙ୍କୁ ଶେଷ ଥର ପାଇଁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରଟି ଜବରଦସ୍ତ ହିଟ୍ ହୋଇଥିଲା । ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ରର ନାମ ‘Dil Bechara’ । ଏହି ଫିଲ୍ମଟି ପ୍ରସ୍ତୁତ ହୋଇସାରିଛି, ଏହା ଖୁବ ଶୀଘ୍ର ରିଲିଜ ହେବ।
ଆହୁରି ପଢ଼ନ୍ତୁ:ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/susanta-3_1626697331.jpg)