Advertisment

ସୁଶାନ୍ତ ମୃତ୍ୟୁର ରହସ୍ୟ ଖୋଲୁଛି, ରିଆ ମୁଖ୍ୟ ଷଡ଼ଯନ୍ତ୍ରକାରୀ କି?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଟୁଇଷ୍ଟ। ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ବିହାର ପୋଲିସ୍ ମାମଲା ରୁଜୁ କରିଛି। ରିଆଙ୍କ ବିରୋଧରେ ଆଉ କେହି ନୁହନ୍ତି ବରଂ ସୁଶାନ୍ତଙ୍କ ପିତା କେ.କେ. ସିଂ ଏହି ଏଫଆଇଆର୍ ଦାଖଲ କରିଛନ୍ତି। ସେ ପାଟଣାର ରାଜୀବ ନଗର ଥାନାରେ ଏହି ଏଫଆଇଆର ଦାଖଲ କରିଛନ୍ତି। କେକେ ସିଂ ଅଭିଯୋଗ ଆଣିଛନ୍ତି ଯେ ରିଆ ସୁଶାନ୍ତଙ୍କୁ ଟଙ୍କା ପାଇଁ ଏବଂ ତାଙ୍କୁ (ସୁଶାନ୍ତ)ଙ୍କୁ ଆତ୍ମହତ୍ୟା […]

ଅଦ୍ୟତନ ହୋଇଛି
ସୁଶାନ୍ତ ମୃତ୍ୟୁର ରହସ୍ୟ ଖୋଲୁଛି, ରିଆ ମୁଖ୍ୟ ଷଡ଼ଯନ୍ତ୍ରକାରୀ କି?

susa

Advertisment

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଟୁଇଷ୍ଟ। ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ବିହାର ପୋଲିସ୍ ମାମଲା ରୁଜୁ କରିଛି। ରିଆଙ୍କ ବିରୋଧରେ ଆଉ କେହି ନୁହନ୍ତି ବରଂ ସୁଶାନ୍ତଙ୍କ ପିତା କେ.କେ. ସିଂ ଏହି ଏଫଆଇଆର୍ ଦାଖଲ କରିଛନ୍ତି। ସେ ପାଟଣାର ରାଜୀବ ନଗର ଥାନାରେ ଏହି ଏଫଆଇଆର ଦାଖଲ କରିଛନ୍ତି। କେକେ ସିଂ ଅଭିଯୋଗ ଆଣିଛନ୍ତି ଯେ ରିଆ ସୁଶାନ୍ତଙ୍କୁ ଟଙ୍କା ପାଇଁ ଏବଂ ତାଙ୍କୁ (ସୁଶାନ୍ତ)ଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଛନ୍ତି। ଆଇପିସି ଧାରା ୩୪୧, ୩୪୨, ୩୮୦, ୪୦୬, ୪୨୦, ୩୦୬ ଆଧାରରେ ଏହି ମୋକଦ୍ଦମା ଦାୟର ହୋଇଛି।

Advertisment

ଏହି ମାମଲାରେ ସୁଶାନ୍ତଙ୍କ ପିତା ଆବେଦନରେ ଲେଖିଛନ୍ତି, ମୁମ୍ବାଇ ପୋଲିସ୍ ଦ୍ୱାରା ଯେଉଁ ତଦନ୍ତ କରାଯାଉଛି, ତାହା ଉପରେ ମୋର ଭରସା ନାହିଁ। ଏଥିପାଇଁ ଏବେ ପାଟଣା ପୋଲିସକୁ ଏହି ମାମଲାର ତଦନ୍ତ କରିବାକୁ କୁହାଯାଇଛି। ଏବେ ପାଟଣା ପୋଲିସ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯିବ। କେକେ ସିଂ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଓ ତାଙ୍କ ପରିବାର ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। କେକେ ସିଂଙ୍କ କହିବା ଅନୁଯାୟୀ, ରିଆ ସୁଶାନ୍ତଙ୍କୁ ଧୋକା ଦେଇଛନ୍ତି।

publive-image

ସୁଶାନ୍ତଙ୍କ ପିତା ନିଜର ଏଫଆଇଆରରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ନିଜର ଅଭିଯୋଗରେ ଲେଖିଛନ୍ତି, ରିଆଙ୍କ ସହ ସାକ୍ଷାତ ପୂର୍ବରୁ ସୁଶାନ୍ତ ମାନସିକ ଭାବେ ଠିକ୍ ଥିଲେ। ତେବେ ଏମିତି କ'ଣ ହେଲା ଯେ ରିଆଙ୍କ ସମ୍ପର୍କରେ ଆସିବା ପରେ ସୁଶାନ୍ତ ସମ୍ପୂର୍ଣ୍ଣ ଡିଷ୍ଟର୍ବ ହୋଇଗଲେ? ଏପରିକି ରିଆ ସୁଶାନ୍ତଙ୍କୁ ମୋବାଇଲ୍ ନମ୍ବର ବଦଳାଇବା ପାଇଁ ମଧ୍ୟ ବାଧ୍ୟ କହିଥିଲେ, ଯାହାଦ୍ୱାରା ସୁଶାନ୍ତ ନିଜ ପରିବାର କିମ୍ବା ଘନିଷ୍ଠଙ୍କ ସହ ଯେପରି କଥା ହୋଇପାରିବେ ନାହିଁ। କେବଳ ଏତିକି ନୁହେଁ ସୁଶାନ୍ତଙ୍କ ପାଇଁ କାମ କରୁଥିବା ନିକଟତର ଷ୍ଟାଫଙ୍କୁ ମଧ୍ୟ ରିଆ ବଦଳାଇ ଦେଇଥିଲେ।

Advertisment

ସୁଶାନ୍ତଙ୍କ ପିତା ଆହୁରି କହିଛନ୍ତି, ରିଆ ସୁଶାନ୍ତଙ୍କୁ କହୁଥିଲେ, ଯଦି ତୁମେ ମୋ କଥା ନଶୁଣିବ ତାହେଲେ ଗଣାମାଧ୍ୟମରେ ତୁମର ମେଡିକାଲ୍ ରିପୋର୍ଟ ଦେଇଦେବି ଏବଂ ସମସ୍ତଙ୍କୁ କହିଦେବି ଯେ ତୁମେ ଜଣେ ପାଗଳ। ଯେତେବେଳେ ରିଆ ଦେଖିଲେ ସୁଶାନ୍ତ ତାଙ୍କ କଥା ମାନୁନାହାନ୍ତି ଏବଂ ସୁଶାନ୍ତଙ୍କର ବ୍ୟାଙ୍କ ବାଲାନ୍ସ ମଧ୍ୟ କମ୍ ହେବାରେ ଲାଗିଛି, ସେତେବେଳେ ରିଆ ଭାବିଲେ ଯେ ସୁଶାନ୍ତଙ୍କ ପାଖରେ ରହିକି କିଛି ଲାଭ ନାହିଁ। ରିଆଙ୍କ ବିରୋଧରେ ଏମିତି ଆହୁରି ଅନେକ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ପିତା।

publive-image

ଅପରପକ୍ଷେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡର ବହୁ ହସ୍ତୀଙ୍କୁ ଘନ ଘନ ଜେରା କରୁଛି ମୁମ୍ବାଇ ପୋଲିସ୍। କରନ ଜୋହରଙ୍କ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେଟ୍ଟାଙ୍କୁ ଆମ୍ବୋଲି ପୋଲିସ୍ ଷ୍ଟେସନରେ ପଚରାଉଚରା କରାଯାଇଛି। ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ୍ଯୁ ପରେ ସଞ୍ଜୟ ଲୀଲା ଭନସାଲି, ମହେଶ ଭଟ୍ଟ, ସିନେ ସାମ୍ବାଦିକ ରାଜୀବ ମସନ୍ଦଙ୍କ ସମେତ ୪୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ