Advertisment

ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ୍ ଉପରକୁ ଅଙ୍ଗୁଳି ଉଠାଇଲେ ବିଜେପି ସାଂସଦ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ଦେଢ଼ମାସରୁ ଅଧିକ ସମୟ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ତଥ୍ୟ ସାମ୍ନା ଆସୁପାରୁନାହିଁ। ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି। କିନ୍ତୁ କିଛି ବି ଠୋସ୍ ପ୍ରମାଣ ମିଳିପାରିନାହିଁ। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁବମଣ୍ୟମ ସ୍ୱାମୀ। Why Mumbai Police not filed a FIR […]

ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ୍ ଉପରକୁ ଅଙ୍ଗୁଳି ଉଠାଇଲେ ବିଜେପି ସାଂସଦ

swamy1

Advertisment

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ଦେଢ଼ମାସରୁ ଅଧିକ ସମୟ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ତଥ୍ୟ ସାମ୍ନା ଆସୁପାରୁନାହିଁ। ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି। କିନ୍ତୁ କିଛି ବି ଠୋସ୍ ପ୍ରମାଣ ମିଳିପାରିନାହିଁ। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁବମଣ୍ୟମ ସ୍ୱାମୀ।

Advertisment

https://twitter.com/Swamy39/status/1289035479573131264?s=20

ଦେଢ଼ ମାସ ପରେ ବି ମାମଲାକୁ ନେଇ ମୁମ୍ବାଇ ପୋଲିସ୍ କାହିଁକି ଏଫଆଇଆର୍ ରୁଜୁ କରିନି? ତା'ଛଡ଼ା ପୋଷ୍ଟମର୍ଟମ ରିପୋର୍ଟକୁ କାହିଁକି ତଦନ୍ତ ପରିସରଭୁକ୍ତକୁ ଅଣାଗଲାନି? ଏସବୁ ନେଇ ଏବେ ସନ୍ଦେହ ପ୍ରକାଶ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ଏହାଛଡ଼ା ଫରେନ୍ସିକ ବିଭାଗ ଏବେ ଯାଏ ଡାକ୍ତରଙ୍କୁ ଭିସରା ରିପୋର୍ଟ ଦେଇନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

https://twitter.com/Swamy39/status/1289053397321039872?s=20

ଖାଲି ଏତିକି ନୁହେଁ ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ମାମଲାକୁ ଉଦାହରଣ ଦେଇ ସ୍ୱାମୀ ଟ୍ୱିଟ୍ କରିଛନ୍ତି। ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ ପୋଲିସ୍ ଦ୍ୱନ୍ଦ୍ୱରେ ରହିବା ସହ ଦ୍ୱିତୀୟ, ତୃତୀୟ ପକ୍ଷକୁ ତଦନ୍ତ ପରିସରଭୁକ୍ତକୁ ନେଇଥିଲେ। କିନ୍ତୁ ୨୦୧୪ ପରେ ବିଜେପି କ୍ଷମତାକୁ ଆସିବା ପରେ ପୂରା ମାମଲା ଉପରୁ ପରଦା ଉଠିଥିଲା। ମୁମ୍ବାଇ ପୋଲିସ୍ ଦିଲ୍ଲୀ ପୋଲିସକୁ ଏନେଇ ପଚାରୁ ବୋଲି କଟ୍ଟାକ୍ଷ କରିଛନ୍ତି ସ୍ୱାମୀ।

Advertisment

ସେପଟେ ବିହାର ପୋଲିସକୁ ମୁମ୍ବାଇରେ ସହଯୋଗ ମିଳୁନଥିବା ଅଭିଯୋଗ କରିଛନ୍ତି ବିହାର ଆଡଭୋକେଟ୍ ଜେନେରାଲ୍ ଲଲିତ କିଶୋର। ଅପରପକ୍ଷେ ବିହାର ପୋଲିସ୍ ମୁମ୍ବାଇରେ ପହଞ୍ଚିବା ପରେ ରିଆ ଚକ୍ରବର୍ତ୍ତୀଙ୍କ ପତ୍ତା ମିଳୁନି। ବିହାର ପୋଲିସ୍ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ସମେତ ୧୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ