Advertisment

ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବର୍ଷେ ବିତିଲା... ଆଜି ବି ମନେ ପଡ଼ୁଛି ତାଙ୍କର ନିଖୁଣ ଅଭିନୟ

ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍‌ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍‌ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍‌ରୁ ଉଦ୍ଧାର କରାଯାଇଥିଲା।  ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା…

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବର୍ଷେ ବିତିଲା... ଆଜି ବି ମନେ ପଡ଼ୁଛି ତାଙ୍କର ନିଖୁଣ ଅଭିନୟ

sushant parlament

Advertisment

ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍‌ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍‌ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍‌ରୁ ଉଦ୍ଧାର କରାଯାଇଥିଲା।  ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାରା ଦେଶ ହଇଚଇ ସୃଷ୍ଟି ହୋଇଗଲା। ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଜୁନ୍‌ ୧୪ ତାରିଖ ଅପରାହ୍ନରେ ଖବର ପ୍ରକାଶ ପାଇବା ପରେ ଫ୍ୟାନଠୁ ଫୋଲୟର୍ସ ସମସ୍ତେ ସବ୍ଧ ହୋଇଯାଇଥିଲେ। ବଲିଉଡ୍‌ର ଏହି ଅଭିନେତା ଯେ ଆତ୍ମହତ୍ୟା କରିଥିବେ ଏହି କଥାକୁ ସହଜରେ ଗ୍ରହଣ କରିପାରିନଥିଲେ ଲୋକେ।

Advertisment

ଫିଲ୍ମରେ ଲୁଜରର ସଂଜ୍ଞା ବୁଝାଉଥିବା ଏହି ଅଭିନେତା ନିଜେ ହିଁ ଜୀବନଯୁଦ୍ଧରେ ହାରିଯାଇଥିଲେ । ଯୁବ ବୟସରେ ସଫଳତାର ଶୀର୍ଷ  ଛୁଇଁଥିବା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ଏବେ ବି ଅନେକଙ୍କୁ ସ୍ତବ୍ଧ କରି ରଖିଛି । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଉଦ୍ଧାର ହେବା ପରେ ଶବବ୍ୟବଚ୍ଛେଦ ପାଇଁ କୁପାର ହସ୍ପିଟାଲକୁ ନିଆଯାଇଥିଲା । ପୁଲିସ୍ ଘରୁ କିଛି ସାମଗ୍ରୀ ଜବତ କରିବା ବେଳେ ୬ ମାସ ସୁଶାନ୍ତ ସିଂ ରାଜପୁତ ମାନସିକ ଚାପରେ ଥିବା ସୂଚନା ଦେଇଥିଲା, ଯାହାକୁ ନେଇ ଏବେ ବି ଚର୍ଚ୍ଚା ଧରିଛି।

ଦିନେ ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ।  ଧାରାବାହିକ ‘ପବିତ୍ର ରିସ୍ତା’ ରୁ ଲୋକପ୍ରିୟ ହୋଇଥିବା ସୁଶାନ୍ତଙ୍କ ପ୍ରଥମ ସିନେମା ଥିଲା ‘କାଇ ପୋ ଚେ’  । ତାଙ୍କ ଅଭିନିତ ପ୍ରଥମ ହିନ୍ଦୀ ଧାରାବାହିକ ‘କିସ୍ ଦେଶ୍ ମେ ହୈ ମେରା ଦିଲ୍’ ଥିବାବେଳେ ତାଙ୍କୁ ଅସଲ ପରିଚୟ ମିଳିଥିଲା ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ ରୁ । ଏହାପରେ ସେ ବଲିଉଡ୍ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନିତ ପ୍ରଥମ ଫିଲ୍ମ ‘କାଇ ପୋ ଛେ’ କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହାପରେ ସୁଧ୍ ଦେଶୀ ରୋମାନ୍ସ , ଏମ୍ ଏସ୍ ଧୋନୀ , କେଦାରନାଥ୍ , ରାବତା , ଛିଛୋରେ ଭଳି ସିନେମାରେ ସେ ନଜର ଆସିଥିଲେ । ତାଙ୍କ ଅଭିନୀତ କେଦାରନାଥ୍ ଏତେ ଲୋକପ୍ରିୟ ହୋଇଥିଲା ଯେ ଏବେ ବି ଦର୍ଶକମାନେ ଏହାକୁ ବାରମ୍ବାର ଦେଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

Advertisment

ତାଙ୍କର ସିନେମା ଓ ସିରିଏଲ ସମ୍ପର୍କରେ ସମସ୍ତେ ଆଲୋଚନା କରୁଥିବାର ଶୁଣିବାକୁ ମିଳେ, କିନ୍ତୁ ତାଙ୍କ ଜୀବନର ଅନ୍ୟ ପାର୍ଶ୍ୱକୁ ଖୁବ କମ ଲୋକ ହିଁ ଜାଣନ୍ତି । ଏମିତି ଏକ ଅଜଣା କଥା ହେଲା, ଜହ୍ନରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ । ସୁଶାନ୍ତ ବଲିଉଡ ସିନେ ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତା ଥିଲେ ଯିଏ ଜହ୍ନରେ ଜାଗା କିଣିଥିଲେ । ତାଙ୍କର ସେହି ଜାଗା ପ୍ଲାଣ୍ଟ୍ ‘ସି ଅଫ୍ ମସକୋବି’ରେ ରହିଛି । ତେବେ କେବଳ ଜାଗା କିଣିନଥିଲେ, ନିଜ ଜାଗାକୁ ଦେଖିବାକୁ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ କିଣିଥିଲେ । ଇଣ୍ଟରନାସନାଲ ଲୁନାର ଲ୍ୟାଣ୍ଡସ୍‌ ରେଜିଷ୍ଟ୍ରିରୁ ଏହି ଜାଗା କିଣିଥିଲେ ସୁଶାନ୍ତ।

କଠିନ ପରିଶ୍ରମ କରି ସଫଳତା ସାଉଣ୍ଟିଥିବା ସୁଶାନ୍ତଙ୍କ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ  । ପ୍ରାରମ୍ଭିକ ଜୀବନରେ ୨୫୦ ଟଙ୍କା ଦରମାରୁ କ୍ୟାରିୟର୍ ଆରମ୍ଭ କରିଥିଲେ ।  ଇତି ମଧ୍ୟରେ ବର୍ଷେ ପୂରି ଯାଇଥିଲେ ବି ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟିନି। ସୁଶାନ୍ତ ପ୍ରକୃତରେ ଆତ୍ମହତ୍ୟା କରିଥିଲେ ନା ଏହା ହତ୍ୟାର ଶିକାର ହୋଇଥିଲେ ତାହାକୁ ନେଇ ଅନେକ ଯୁକ୍ତି, ତର୍କ, ତଥ୍ୟ ଶୁଣିବାକୁ ମିଳିଥିଲା। ହେଲେ ତାଙ୍କ ମୃତ୍ୟୁ ଆଜି ଯାଏ ରହସ୍ୟ ହୋଇ ରହିଗଲା। ଯଦି ବି ସୁଶାନ୍ତ ଆତ୍ମହତ୍ୟା କଲେ, ତେବେ କାହିଁକି କଲେ ବୋଲି ଏକ ବିରାଟ ପ୍ରଶ୍ନବାଚୀ ସମସ୍ତଙ୍କ ମନରେ। ଏତେ ଶୀଘ୍ର ଏତେ ସଫଳତା ପାଇଥିବା ଜଣେ ସକାରାତ୍ମକ ଚିନ୍ତାଧାରାର ମଣିଷ ଏମିତି ଚରମ ପଦକ୍ଷେପ ନେବ ପଛରେ କାରଣ କ’ଣ ଥାଇପାରେ ?

Advertisment
Sushant Singh Rajput Bollywood Sushant Death Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ