sushant
ମୁମ୍ବାଇ: ନିଜ ଟ୍ୟାଲେଣ୍ଟ୍ ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମାଇଥିବା ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁରେ ବଲିଉଡ୍ ପୂରା ସ୍ତବ୍ଧ ହୋଇଯାଇଛି। ଫ୍ୟାନ୍ସଠୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ସମସ୍ତେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଅତି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ କେହି କେବେ ଭାବି ନ ଥିଲେ ଯେ, ସେ ଏଭଳି ଚରମ ପଦକ୍ଷେପ ନେବେ। ଯାହା ସମସ୍ତଙ୍କୁ ଏକ ପ୍ରକାର ଝଟ୍କା ଲାଗିଛି। ତାଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ପୋଷ୍ଟ ସୋସିଆଲ୍ ମିଡିଆରେ ସେଆର୍ ହେବା ସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ ହେଉଥିବା ନେଇ ପ୍ରଶ୍ନ ଉଠିଛି।
ରବିବାର ମୁମ୍ବାଇ ସ୍ଥିତ ନିଜ ଫ୍ଲାଟ୍ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଜୁନ୍ ୧୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ସୁଶାନ୍ତଙ୍କ ବାପା, ଭଉଣୀ ଓ ପରିବାରର ଅତି ଘନିଷ୍ଠ ସମ୍ପର୍କୀୟ ଉପସ୍ଥିତ ଥିଲେ। ତେବେ ସୁଶାନ୍ତଙ୍କ ଜଣେ ଭଉଣୀ ଶ୍ୱେତା କୀର୍ତ୍ତି ସିଂ ଉପସ୍ଥିତ ନ ଥିଲେ। ସେ ଆମେରିକାରେ ରହୁଥିବାରୁ ହଠାତ୍ ଆସିପାରି ନ ଥିଲେ। ଶ୍ୱେତାଙ୍କ ଏକ ୫ବର୍ଷର ପୁଅ ଅଛି, ଯାହାକୁ ସୁଶାନ୍ତ ବହୁତ ଭଲ ପାଆନ୍ତି। ଯେତବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କର ୫ବର୍ଷର ଭଣଜା ନିର୍ବାଣ ଜାଣିବାକୁ ପାଇଲେ ସେତେବେଳେ ସେ ଏମିତି ପ୍ରତିକ୍ରିୟା ଦେଇଥିଲେ, ଯାହା ଜାଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସି ଯିବ। ଶ୍ୱେତା ତାଙ୍କ ପୁଅର ପ୍ରତିକ୍ରିୟାକୁ ଫେସ୍ବୁକ୍ରେ ଶେଆର କରିଛନ୍ତି।
ଜୁନ୍ ୧୫ରେ ଶ୍ୱେତା ଫେସ୍ବୁକ୍ରେ ଏକ ପୋଷ୍ଟ ଶେଆର କରି ଲେଖିଛନ୍ତି, ‘ଯେତେବେଳେ ମୁଁ ନିର୍ବାଣକୁ କହିଲି, ମାମୁ ଆଉ ନାହାନ୍ତି, ସେତେବେଳେ ସେ କହିଥିଲେ- କିନ୍ତୁ ସେ(ସୁଶାନ୍ତ) ଆପଣଙ୍କ ହୃଦୟରେ ଏବେ ବି ବଞ୍ଚିକି ଅଛନ୍ତି। ଏହି କଥାକୁ ନିର୍ବାଣ ୩ଥର ଦୋହରାଇଥିଲେ। ଯେତେବେଳେ ଜଣେ ୫ବର୍ଷର ଛୁଆ ଏଭଳି କହିପାରୁଛି, ତା’ହେଲେ ଆପଣମାନେ ଭାବନ୍ତୁ ଆମ ସମସ୍ତଙ୍କୁ କେତେ ଷ୍ଟ୍ରଙ୍ଗ୍ ହେବାକୁ ପଡ଼ିବ। ତେଣୁ ସମସ୍ତେ ଷ୍ଟ୍ରଙ୍ଗ୍ ହୁଅନ୍ତୁ। ବିଶେଷକରି ସୁଶାନ୍ତଙ୍କ ଫ୍ୟାନ୍ସମାନେ। ଦୟାକରି ସେମାନେ ବୁଝନ୍ତୁ ଯେ ସେ(ସୁଶାନ୍ତ) ଏବେ ବି ଆମ୍ଭମାନଙ୍କ ହୃଦୟରେ ଅଛନ୍ତି ଓ ସବୁବେଳେ ରହିବେ ମଧ୍ୟ। ଦୟାକରି, ଏମିତି କିଛି ବି କରନ୍ତୁ ନାହିଁ ଯେମିତି ତାଙ୍କ ଆତ୍ମାକୁ କଷ୍ଟ ହେବ।’
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତଙ୍କ ୪ ଭଉଣୀ ଓ ସେ ଏକମାତ୍ର ଭାଇ ଥିଲେ। ୪ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ପୂର୍ବରୁ ହୋଇଥିଲା। ଶ୍ୱେତା ଆମେରିକାରେ ରୁହନ୍ତି। ଜୁନ୍୧୫ରେ ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କର ବାପା ଓ ଦୁଇ ଭଉଣୀ ଉପସ୍ଥିତ ଥିଲେ। ହେଲେ ଶ୍ୱେତା ବାହାରେ ରହୁ ଥିବାରୁ ଆସି ପାରିନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-4_1626161964.jpg)