Advertisment

ଗରିବଙ୍କ ଭଗବାନ୍ ସୋନୁ ସୁଦଙ୍କୁ କରୋନା

ଅଭିନେତା ସୋନୁ ସୁଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଟ୍ୱିଟ୍ କରି ସୂଚନା ଦେଲେ ସୋନୁ ହୋମ୍ କ୍ୱାରେଣ୍ଟିନରେ ରହି ଲୋକଙ୍କ କାମ କରିବି ଘରେ ବସି ଏବେ ଅଧିକ ସମୟ ଲୋକଙ୍କ ସହାୟତା କରିପାରିବି ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି […]

ଗରିବଙ୍କ ଭଗବାନ୍ ସୋନୁ ସୁଦଙ୍କୁ କରୋନା

sonu

Advertisment
  • ଅଭିନେତା ସୋନୁ ସୁଦଙ୍କ କରୋନା ରିପୋର୍ଟ ପଜିଟିଭ୍
  • ଟ୍ୱିଟ୍ କରି ସୂଚନା ଦେଲେ ସୋନୁ
  • ହୋମ୍ କ୍ୱାରେଣ୍ଟିନରେ ରହି ଲୋକଙ୍କ କାମ କରିବି
  • ଘରେ ବସି ଏବେ ଅଧିକ ସମୟ ଲୋକଙ୍କ ସହାୟତା କରିପାରିବି
Advertisment

ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା ଟେଷ୍ଟ କରାଇବାକୁ ସେ ନିବେଦନ କରିଛନ୍ତି । ତେବେ କରୋନାରେ ଆକ୍ରାନ୍ତ ହୋଇ ବି ସେ ଏହି ସମୟରେ ଲୋକଙ୍କ ପାଇଁ କାମ କରିବେ। ଏବେ ତାଙ୍କ ପାଖରେ ଅଧିକ ସମୟ ଥିବାରୁ ସେ ଲୋକଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିପାରିବେ ବୋଲି ଟ୍ୱିଟ୍ କରିଛନ୍ତି ।

ତାଲାବନ୍ଦ ବେଳେ ପ୍ରବାସୀ ଶ୍ରମିକ ଓ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଘରକୁ ପଠାଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ ସୋନୁ । ଏପରିକି ବିଭିନ୍ନ ଯାଗାରେ ନିଯୁକ୍ତ ଓ ଶ୍ରମିକଙ୍କ ପିଲାଙ୍କୁ ପାଠ ପଢ଼ାଇବା କାମ ସେ ଏବେ ଯାଏଁ ଜାରି ରଖିଛନ୍ତି । ଫଳରେ ସାରା ଦେଶ ତଥା ଦେସବାସୀ ତାଙ୍କର ଆଶୁ ଆରୋଗ୍ୟକାମନା କରିଛନ୍ତି ।

Advertisment

ମହାମାରୀର ପ୍ରଥମ ଲହରରେ ସୋନୁଙ୍କ ଏହି ମହାନତା ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମର ସିରୋନାମା ପାଲଟିଥିଲା । ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଅନେକ ବାର୍ତ୍ତା ମଧ୍ୟ ଦିଆଯାଉଥିଲା । ଫେସବୁକ, ଟ୍ୱିଟର ଓ ଇନଷ୍ଟା ମାଧ୍ୟମରେ ସାହାଯ୍ୟର ଲମ୍ବା ତାଲିକା ଦେଖିବାକୁ ମିଳିଥିଲା । ତେବେ ସମସ୍ତଙ୍କ ପାଖରେ ପହଂଚିବା ତାଙ୍କ ପାଖରେ ଅନେକ ସମୟରେ କଷ୍ଟ ହେଉଥିଲା । ତେଣୁ ଯେଉଁଠୁ ପହଂଚୁ ନଥିଲେ ସେଠି କ୍ଷମା ପ୍ରାର୍ଥନା ବି କରୁଥିଲେ । ନିଜର ସାହାଯ୍ୟ ମନୋବୃତ୍ତି ପାଇଁ ମିଳିତ ଜାତିସଂଘରୁ ପୁରସ୍କୃତ ମଧ୍ୟ ହୋଇଥିଲେ । ସୋନୁଙ୍କ ଏହି ସାହାଯ୍ୟ ମନୋବୃତ୍ତି ଲାଗି ତାଙ୍କୁ ଶତ ଶତ ସଲାମ ।

ସୋନୁଙ୍କ ସାହାଯ୍ୟ ମନୋବୃତ୍ତିକୁ ସବୁଦିନ ମନେରଖିବେ ଦେଶବାସୀ । ଯେତେବେଳେ ନେତାମନ୍ତ୍ରୀମାନେ ଭୟରେ ଘରୁ ଗୋଡ଼ କାଢ଼ୁନଥିଲେ, ସେତେବେଳ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ନିଜର ଘର ବି ବନ୍ଧକ ରଖିଥିଲେ ଗରିବଙ୍କ ମସିହା । ଲକ୍ଷେ ନୁହେଁ କି ୨ ଲକ୍ଷର ନୁହେଁ ବରଂ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତିକୁ ବନ୍ଧକ ରଖିଥିଲେ ସୋନୁ । ନିଜ ପାଇଁ ନୁହେଁ ସବୁବେଳେ ଅନ୍ୟ ପାଇଁ ଚିନ୍ତା କରନ୍ତି ସୋନୁ । ଅନ୍ୟକୁ ସାହାଯ୍ୟ କରି ଦେଶରେ ଚହଳ ସୃଷ୍ଟି କରିଛନ୍ତି ।

Advertisment
COVID-19 Sonu Sood Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ