sp
ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଛି। ଏ ନେଇ ଏମଜିଏମ୍ ହେଲ୍ଥକେୟାର୍ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୫ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରଠାରୁ ବାଲାସୁବ୍ରମଣ୍ୟମ୍ ଏମଜିଏମ୍ ହେଲ୍ଥକେୟାର୍ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତେବେ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି।
/odishatv-khabar/media/post_attachments/resize/715_-/2020/09/eb6500c1-f0b3-458f-ac03-d983bc23ce78-1600957957.jpg)
ବାଲାସୁବ୍ରମଣ୍ୟମଙ୍କ ଡାକ୍ତରଙ୍କ ତରଫରୁ ମେଡିକାଲ୍ ବୁଲେଟିନ୍ ଜାରି କରାଯାଇଛି। ଏହି ମେଡିକାଲ୍ ବୁଲେଟିନରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଇଛି। ଡାକ୍ତର ଅନୁରାଧା ଭାସ୍କରନ୍ଙ୍କ ତରଫରୁ ଜାରି କରାଯାଇଥିବା ଏହି ବୁଲେଟିନରେ କୁହାଯାଇଛି, 'ଅଗଷ୍ଟ ୫ ତାରିଖରେ ବାଲାସୁବ୍ରମଣ୍ୟଙ୍କୁ ଏମଜିଏମ୍ ହେଲ୍ଥକେୟାର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏବେବି ECMO ଏବଂ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି। ଗତ ୨୪ ଘଣ୍ଟା ଭିତରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଛି। ହସ୍ପିଟାଲ୍ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି।
https://twitter.com/ANI/status/1309123606899720194?s=20
ବାଲାସୁବ୍ରମଣ୍ୟମ ହିନ୍ଦି ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲୟାଲାମ ଭାଷାରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି। ସିଙ୍ଗର୍ ବ୍ୟତୀତ ସେ ମ୍ୟୁଜିକ୍ ଡାଇରେକ୍ଟର, ଡବିଙ୍ଗ୍ ଆର୍ଟିଷ୍ଟ ଏବଂ ଅଭିନେତା ମଧ୍ୟ ରହିସାରିଛନ୍ତି। ବାଲାସୁବ୍ରମଣ୍ୟମଙ୍କୁ ପ୍ଲେ'ବ୍ୟାକ୍ ସିଙ୍ଗିଙ୍ଗ୍ ପାଇଁ ୬ଥର ନ୍ୟାଶନାଲ୍ ଆୱାର୍ଡ ମିଳିଛି, ଯାହାକି ଏହିସବୁ ଗୀତ ଅଲଗା ଅଲଗା ଭାଷାରେ ଥିଲା। ବଲିଉଡରେ ତାଙ୍କୁ ଫିଲ୍ମ ଫେୟାର୍ ଆୱାର୍ଡ ମଧ୍ୟ ମିଳିଛି। ଏସପି ବାଲାସୁବ୍ରମଣ୍ୟମ୍ ସୁପରଷ୍ଟାର୍ ସଲମାନ୍ ଖାନଙ୍କ ପାଇଁ ଅନେକ ଗୀତ ଗାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sp_1625300253.jpg)