Advertisment

Humane Sagar: ହ୍ୟୁମାନଙ୍କୁ ଖୋଜୁଛି କୁନି ଝିଅ , କହୁଛି ତୁମେ ଫେରି ଆସ ବାପା

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୨୦ ଦିନ ବିତିଲାଣି।  ତାଙ୍କର ମୃତ୍ୟୁକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି।  ଏହି ସବୁ ଭିତରେ କୁନି ଝିଅଟି ସିନା କିଛି କହୁନାହିଁ ସିନା ହେଲେ ଗହଳି ଭିତରେ ଆଖି ୨ଟି ତାର ବାପା ହ୍ୟୁମାନଙ୍କ ଖୋଜୁଛି।

Hunamsagar-Daughter

Hunamsagar-Daughter Photograph: (OTV)

Advertisment

ଛଳ ଛଳ ଆଖି , ଶୁଖିଲା ମୁହଁ ,ଯେପରି କୁନି କୁନି ଆଖି ୨ଟି ଗହଳି ଭିତରେ କାହାକୁ ଖୋଜୁଛି, କହୁଛି ଅନେକ କିଛି। ଥର ଥର ଶୁଖିଲା ଓଠ ୨ଟି କହି ହଉଛି, ବାପା ମୋର ଭୁଲ କ’ଣ? କାହିଁ ତୁମେ ୮ବର୍ଷରେ ବାପା ଛେଉଣ୍ଡ କରିଦେଲ? ଏତେ ବଡ଼ ଦୁନିଆରେ କିଏ ମୋର ସାହାରା ପାଲଟିବ, କାହା ହାତ ଧରି ବାଟ ଚାଲିବି। ଏହି ମନର କଥାଟି ସଙ୍ଗୀତ ଜଗତର ବାତ୍ସା ହ୍ୟୁମାନ ସାଗରଙ୍କ ଝିଅର।  

Advertisment

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୨୦ ଦିନ ବିତିଲାଣି।  ତାଙ୍କର ମୃତ୍ୟୁକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି।  ଏହି ସବୁ ଭିତରେ କୁନି ଝିଅଟି ସିନା କିଛି କହୁନାହିଁ ସିନା ହେଲେ ଗହଳି ଭିତରେ ଆଖି ୨ଟି ତାର ବାପା ହ୍ୟୁମାନଙ୍କ ଖୋଜୁଛି।  ଝିଅଟିକୁ ଧରି ବନ୍ଧୁବାନ୍ଧବ, ପରିବାର ବର୍ଗ କାନ୍ଦୁଛନ୍ତି। କେତେ କିଏ ବୁଝାଉଛି, ହେଲେ ଝିଅ କାହାକୁ କିଛି କହୁନାହିଁ। ଖାଲି ମୁଣ୍ଡ ହଲାଇ ଦେଉଛି। 

ଗତକାଲି ହ୍ୟୁମାନଙ୍କ ପାଇଁ ନିଜ ପୈତୃକ ଗାଁ ଟିଟିଲାଗଡ଼ରେ ରଖାଯାଇଥିଲା ସ୍ମୃତି ସଭା।  ବହୁ ଲୋକଙ୍କ  ଗହଳି ହୋଇଥିଲା। ଏହି ସଭାରେ   ସଙ୍ଗୀତକାରଙ୍କଠାରୁ  ଆରମ୍ଭ ସଙ୍ଗୀତ ନିର୍ଦ୍ଦେଶକ ପର୍ଯ୍ୟନ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।  ଏହି  ଗହଳି ଭିତରେ ମା’ ସାଙ୍ଗରେ ଥିଲା କୁନି ଝିଅଟି।  ନିଜର ବାପା ହ୍ୟୁମାନଙ୍କୁ ମନେ ପକାଇ  ଆଖି ତାର ଛଳ ଛଳ ହେଇଯାଉଥିଲା। 

Advertisment

ମନେ ମନେ କହି ହଉଥିଲା.... ବାପା ୨୦ ଦିନ ହେବ ମୁଁ ତୁମକୁ ଦେଖି ନାହିଁ।  ତୁମ କଥା ଭାରି ମନେ ପଡ଼ୁଛି।  ତୁମ କାନ୍ଧରେ ମୁଣ୍ଡ ରଖି ଶୋଇଯିବାକୁ ଇଚ୍ଛା ହେଉଛି।  ତୁମେ ଫେରି ଆସ ବାପା......। ଆଉ ଅଭିମାନ କର ନାହିଁ। ଆମେ ସମସ୍ତେ ପୂର୍ବ ପରି ମିଶିକି ରହିବ। ତୁମକୁ ମନେ ପକାଇ , ମା’ ଓ ଜେଜେମା’ ବହୁ କାନ୍ଦୁଛନ୍ତି,  ମୁଁ  ବି ତୁମକୁ ବହୁତ ଖୋଜୁଛି,  ତୁମେ ଫେରି ଆସ ବାପା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ