Advertisment

କଙ୍ଗନା କହିଲେ, 'ପାକ୍ ଅଧିକୃତ କାଶ୍ମୀର ଭଳି ଲାଗୁଛି ମୁମ୍ବାଇ'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଇଣ୍ଡଷ୍ଟ୍ରୀରେ ନେପୋଟିଜମ୍ ଓ ଡ୍ରଗ୍ସ ଲିଙ୍କକୁ ନେଇ ଲଗାତର ମନ୍ତବ୍ୟ ଦେଇ ଆସୁଛନ୍ତି। ଏବେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଙ୍ଗନା କହିଛନ୍ତି ଯେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଆସିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। https://twitter.com/KanganaTeam/status/1301413968729210880?s=20 କଙ୍ଗନା ଟୁଇଟ୍ କରିଛନ୍ତି, “ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ ମୋତେ ମୁମ୍ବାଇ ନଆସିବାକୁ କହିଛନ୍ତି। ପ୍ରଥମେ ମୁମ୍ବାଇ […]

ଅଦ୍ୟତନ ହୋଇଛି
କଙ୍ଗନା କହିଲେ, 'ପାକ୍ ଅଧିକୃତ କାଶ୍ମୀର ଭଳି ଲାଗୁଛି ମୁମ୍ବାଇ'

knagana1

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଇଣ୍ଡଷ୍ଟ୍ରୀରେ ନେପୋଟିଜମ୍ ଓ ଡ୍ରଗ୍ସ ଲିଙ୍କକୁ ନେଇ ଲଗାତର ମନ୍ତବ୍ୟ ଦେଇ ଆସୁଛନ୍ତି। ଏବେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଙ୍ଗନା କହିଛନ୍ତି ଯେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଆସିବାକୁ ଖୋଲାଖୋଲି ଧମକ ଦେଇଛନ୍ତି।

Advertisment

https://twitter.com/KanganaTeam/status/1301413968729210880?s=20

କଙ୍ଗନା ଟୁଇଟ୍ କରିଛନ୍ତି, "ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ ମୋତେ ମୁମ୍ବାଇ ନଆସିବାକୁ କହିଛନ୍ତି। ପ୍ରଥମେ ମୁମ୍ବାଇ ରାଜରାସ୍ତାରେ ଆଜାଦୀର ନାରା ଲାଗୁଥିଲା ଏବଂ ଏବେ ଖୋଲାଖୋଲି ଧମକ ମଧ୍ୟ ମିଳିବାରେ ଲାଗିଛି। ମୋତେ କାହିଁକି ମୁମ୍ବାଇ ଏବେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭଳି ଲାଗୁଛି?"

କିଛିଦିନ ତଳେ କଙ୍ଗନା ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ଅନେକ କଥା କହିଥିଲେ। ଯାହା ପରେ ବିଜେପି ନେତା ରାମ କଦମ କଙ୍ଗନାଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଥିଲେ। ଏହା ଉପରେ କଙ୍ଗନା କହିଥିଲେ ଯେ ତାଙ୍କୁ ମୁମ୍ବାଇ ପୋଲିସର ସହାୟତା ଦରକାର ନାହିଁ। କଙ୍ଗନା କହିଥିଲେ, ମୋତେ ହିମାଚଳ ପ୍ରଦେଶ କିମ୍ବା କେନ୍ଦ୍ର ସରକାର ସୁରକ୍ଷା ଦେଇପାରିବେ। ମୁମ୍ବାଇ ପୋଲିସକୁ ମୋତେ ଭୟ ଲାଗୁଛି।

Advertisment

କଙ୍ଗନାଙ୍କର ଏହି ବୟାନ୍ ପରେ ଶିବସେନା ସାଂସଦ ସଞ୍ଜୟ ରାଉତ ତାଙ୍କୁ ଟାର୍ଗେଟ୍ କରି କହିଥିଲେ, "କଙ୍ଗନା ମୁମ୍ବାଇରେ ରହିକି ବି ଏଠାକାର ପୋଲିସ୍ ଉପରେ ଅଙ୍ଗୁଳି ଉଠାଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜାଜନକ। ତେଣୁ ଆମେ ତାଙ୍କୁ ମୁମ୍ବାଇ ନଆସିବାକୁ ଅନୁରୋଧ କରୁଛୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ