Advertisment

Abhishek Bachchan New Look For King: ଅଭିଷେକଙ୍କ ନୂଆ ଲୁକ୍, ଏହି ଫିଲ୍ମରେ ଶାହରୁଖଙ୍କ ସହ ଲଢିବେ!

ଶାହରୁଖ ଖାନ ତାଙ୍କର ଆଗାମୀ, ବହୁ ପ୍ରତୀକ୍ଷିତ ଫିଲ୍ମ "କିଙ୍ଗ୍" ସହିତ ପୁଣି ଥରେ ବଡ଼ ପରଦାରେ ଦମଦାର ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଏହି ଆକ୍ସନ ଥ୍ରୀଲର୍‌ରେ ବଡ ବଡ କଳାକାରଙ୍କ ସଙ୍ଗମ ଦେଖିବାକୁ ମିଳିବ। ନିକଟରେ ଅଭିଷେକ ବଚ୍ଚନ କହିଥିଲେ ଯେ ସେ "କିଙ୍ଗ୍" ' ପାଇଁ ଏକ ନୂଆ ଲୁକ୍ ନେଉଛନ୍ତି।

Abhishek Bachchan New Look For King

ଅଭିଷେକଙ୍କ ନୂଆ ଲୁ Photograph: (OTV)

Advertisment

ଶାହରୁଖ ଖାନ ତାଙ୍କର ଆଗାମୀ, ବହୁ ପ୍ରତୀକ୍ଷିତ ଫିଲ୍ମ "କିଙ୍ଗ୍" ସହିତ ପୁଣି ଥରେ ବଡ଼ ପରଦାରେ ଦମଦାର ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଏହି ଆକ୍ସନ ଥ୍ରୀଲର୍‌ରେ ବଡ ବଡ କଳାକାରଙ୍କ ସଙ୍ଗମ ଦେଖିବାକୁ ମିଳିବ। ନିକଟରେ ଅଭିଷେକ ବଚ୍ଚନ କହିଥିଲେ ଯେ ସେ "କିଙ୍ଗ୍" ' ପାଇଁ ଏକ ନୂଆ ଲୁକ୍ ନେଉଛନ୍ତି।

Advertisment

ଅଭିଷେକ ବଚ୍ଚନ ବର୍ତ୍ତମାନ ନିଶ୍ଚିତ କରିଛନ୍ତି ଯେ ସେ ମଧ୍ୟ ଏହି ଫିଲ୍ମର ଏକ ଅଂଶ। ସେ "କିଙ୍ଗ୍" ଫିଲ୍ମ ପାଇଁ ତାଙ୍କର ନୂଆ ହେୟାର୍ ସ୍ତାଇଲ୍ ଏବଂ ଲୁକ୍ ବିଷୟ କହିଛନ୍ତି। ଅଭିଷେକ ଡିଟେଲ୍ସ କହି ନଥିଲେ ମଧ୍ୟ ସେ ବର୍ତ୍ତମାନ ଏହାର ସୁଟିଂ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି।

ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଫିଲ୍ମରେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରିପାରନ୍ତି। ଅଭିଷେକଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ।

Advertisment

ଫିଲ୍ମ "କିଙ୍ଗ୍" ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମରେ ଶାହରୁଖ ଖାନ, ସୁହାନା ଖାନ ଏବଂ ଅଭିଷେକ ବଚ୍ଚନଙ୍କ ବ୍ୟତୀତ ଦୀପିକା ପାଦୁକୋନ, ଅର୍ଶଦ ୱାର୍ସି, ଜୟଦୀପ ଅହଲୱାଟ, ରାଘବ ଜୁୟାଲ, ସୌରଭ ଶୁକ୍ଲା, ଅନିଲ କପୁର, ରାନୀ ମୁଖାର୍ଜୀ, ଜ୍ୟାକି ଶ୍ରଫଙ୍କ ଭଳି ଅଭିନେତାମାନେ ନଜର ଆସିବେ। ତେବେ, ଷ୍ଟାରକାଷ୍ଟ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇ ନାହିଁ। ଫିଲ୍ମଟି ୨୪ ଡିସେମ୍ବର ୨୦୨୬ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

Abhisek Bachchan Shahrukh Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ