Advertisment

ଶାହରୁଖ ଖାନ୍‌ଙ୍କ ପତ୍ନୀ ଆଙ୍କିଲେ ଏମିତି ଚିତ୍ର, ୟୁଜରସ୍ କଲେ ଟ୍ରୋଲ୍

ମୁମ୍ୱାଇ: ବଲିଉଡରେ ଅନେକ ସେଲିବ୍ରେଟ୍‌ ଅଛନ୍ତି ଯେଉଁମାନେ ପେଣ୍ଟିଂ କରିବାକୁ ବହୁତ ପସନ୍ଦ କରିଥାନ୍ତି। ସୁପରଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ପେଣ୍ଟିଂକୁ ବହୁତ ଭଲ ପାଆନ୍ତି। ସେ ଅନେକ ପେଣ୍ଟିଂ ତିଆରି କରିଛନ୍ତି,ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସେହିପରି ଲକ୍‌ଡାଉନ୍‌ ସମୟରେ ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଘରେ ରହି ମଧ୍ୟ ପେଣ୍ଟିଂ କରିଛନ୍ତି। ସେହି ପେଣ୍ଟିଂକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିଛି ୟୁଜର ପେଣ୍ଟିଂକୁ ପସନ୍ଦ କରିଥିବାବେଳେ , କିଛି ୟୁଜର […]

ଶାହରୁଖ ଖାନ୍‌ଙ୍କ ପତ୍ନୀ ଆଙ୍କିଲେ ଏମିତି ଚିତ୍ର, ୟୁଜରସ୍ କଲେ ଟ୍ରୋଲ୍

guri

Advertisment

ମୁମ୍ୱାଇ: ବଲିଉଡରେ ଅନେକ ସେଲିବ୍ରେଟ୍‌ ଅଛନ୍ତି ଯେଉଁମାନେ ପେଣ୍ଟିଂ କରିବାକୁ ବହୁତ ପସନ୍ଦ କରିଥାନ୍ତି। ସୁପରଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ପେଣ୍ଟିଂକୁ ବହୁତ ଭଲ ପାଆନ୍ତି। ସେ ଅନେକ ପେଣ୍ଟିଂ ତିଆରି କରିଛନ୍ତି,ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସେହିପରି ଲକ୍‌ଡାଉନ୍‌ ସମୟରେ ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଘରେ ରହି ମଧ୍ୟ ପେଣ୍ଟିଂ କରିଛନ୍ତି। ସେହି ପେଣ୍ଟିଂକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିଛି ୟୁଜର ପେଣ୍ଟିଂକୁ ପସନ୍ଦ କରିଥିବାବେଳେ , କିଛି ୟୁଜର ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ଏମିତିକି କିଛି ଲୋକ ତାଙ୍କ ପେଣ୍ଟିଂକୁ ଫିଲ୍ମ(welcome)ରମଜନୁ ଭାଇଙ୍କ ପେଣ୍ଟିଂ ସହିତ ତୁଳନା କରିଛନ୍ତି।

Advertisment

ଲକ୍‌ଡାଉନ୍‌ ସମୟରେ ଗୌରୀ ଅଧିକାଂଶ ସମୟ ପେଣ୍ଟିଂ କରି ସମୟ ଅତିବାହିତ କରିଥିଲେ। ସେ ତାଙ୍କର ଦୁଇଟି ଆକ୍ରିଲିକ୍‌ ପେଣ୍ଟିଂ ମଧ୍ୟ ପ୍ରଦର୍ଶନ କରିଛନ୍ତି। ଏନେଇ ସେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ପେଣ୍ଟିଂ କରୁଥିବାର ନଜର ଆସିଛନ୍ତି।

Advertisment

ଗୌରୀଙ୍କ ପେଣ୍ଟିଂକୁ ଦେଖି ୟୁଜର ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଲୋକମାନେ ତାଙ୍କ ପେଣ୍ଟିଂକୁ ମଜୁନ୍‌ ଭାଇଙ୍କ ପେଣ୍ଟିଂ ସହିତ ତୁଳନା କରିଛନ୍ତି। ଫିଲ୍ମ welcomeରେ ଅନିଲ କପୁର ମଜୁନ୍‌ ଭାଇଙ୍କ ରୋଲରେ ଅଭିନୟ କରିଥିଲେ। ଯିଏକି ନିଜକୁ ଜଣେ ଭଲ ଚିତ୍ରକାର ବୋଲି ଭାବୁଥିଲେ। କିନ୍ତୁ ଲୋକମାନଙ୍କୁ ତାଙ୍କ ପେଣ୍ଟିଂ ପସନ୍ଦ କରୁନଥିଲେ। ଗୌରୀଙ୍କ ପେଣ୍ଟିଂରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ