Advertisment

ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ମୁମ୍ବାଇ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଟ୍ୱିଟ୍‌ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ  ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ପ୍ରଧାନମନ୍ତ୍ରୀଙ୍କୁ  ଏକ ବଡ଼ ଉପହାର ଦେଇଛନ୍ତି। ମୋଦିଙ୍କ ଜୀବନ ଉପରେ ଆଧାରିତ ଏକ ସ୍ପେଶାଲ୍ ଫିଲ୍ମ ‘ମନ୍ ବୈରାଗୀ’ର ଫାଷ୍ଟ୍‌ ଲୁକ୍‌କୁ ସେ ଉପହାର ସ୍ୱରୂପ ତାଙ୍କୁ ଭେଟି ଦେଇଛନ୍ତି। […]

ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

875678

Advertisment

ମୁମ୍ବାଇ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଟ୍ୱିଟ୍‌ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ  ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ପ୍ରଧାନମନ୍ତ୍ରୀଙ୍କୁ  ଏକ ବଡ଼ ଉପହାର ଦେଇଛନ୍ତି। ମୋଦିଙ୍କ ଜୀବନ ଉପରେ ଆଧାରିତ ଏକ ସ୍ପେଶାଲ୍ ଫିଲ୍ମ ‘ମନ୍ ବୈରାଗୀ’ର ଫାଷ୍ଟ୍‌ ଲୁକ୍‌କୁ ସେ ଉପହାର ସ୍ୱରୂପ ତାଙ୍କୁ ଭେଟି ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଫିଲ୍ମଟିର ଏହି ଫାଷ୍ଟ୍‌ ଲୁକ୍‌କୁ ବଲିଉଡ୍‌ର ଖିଲାଡ଼ୀ ଅକ୍ଷୟ କୁମାର ଉନ୍ମୋଚନ କରିଥିଲେ।

Advertisment
ପିଏମ୍ ମୋଦିଙ୍କ ଜୀବନର ଯାତ୍ରାକୁ ପରଦାରେ ଦେଖାଇବା ପାଇଁ ସଞ୍ଜୟ ଲୀଲା ଭଂଶାଲୀ ଓ ମହାବୀର ଜୈନ ଏହି ଫିଲ୍ମଟିକୁ ପ୍ରଯୋଜନା କରିଥିବାବେଳେ ସଞ୍ଜୟ ତ୍ରିପାଠୀ ଏହାର କାହାଣୀ ଲେଖିଛନ୍ତି। ସେ ଏହାର ନିର୍ଦ୍ଦେଶନା ଭାର ବି ସମ୍ଭାଳିଛନ୍ତି।

ଭଂଶାଲୀ କହିଛନ୍ତି, “ମୋତେ ଏ ଫିଲ୍ମର କାହାଣୀରେ ସମାଜ ପ୍ରତି ଥିବା ବାର୍ତ୍ତା ହିଁ ସବୁଠୁ ଅଧିକ ଭଲ ଲାଗିଛି। ମୋତେ ଲାଗେ ଯେ, ଏହା ଏକ ଏପରି କହାଣୀ ଯାହା ସମସ୍ତଙ୍କୁ ଜଣାଇବା ଉଚିତ୍।’ ସେହିପରି ନିର୍ଦ୍ଦେଶକ ସଞ୍ଜୟ ତ୍ରିପାଠୀଙ୍କ କହିବା ଅନୁଯାୟୀ ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁବ। ସେ କହିଛନ୍ତି, “ମୋ ପାଇଁ ଏହା ଏକ ଏଭଳି ବ୍ୟକ୍ତିଙ୍କ କାହାଣୀ ଯିଏ ନିଜକୁ ଖୋଜି ବାହାର କରିଥିଲେ ଓ ଦେଶର ସବୁଠୁ ବଡ଼ ନେତା ହୋଇଗଲେ।’

ଫିଲ୍ମର ଅନ୍ୟତମ ପ୍ରଯୋଜକ ମହାବୀର ଜୈନଙ୍କ ଅନୁଯାୟୀ ‘ମନ୍‌ ବୈରୈଗୀ’ରେ ନରେନ୍ଦ୍ର ମୋଦିଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ ଅଂଶ ଦେଖିବାକୁ ମିଳିବ। ଯୁବପିଢ଼ିଙ୍କୁ ଏଥିରୁ ବହୁତ ପ୍ରେରଣା ମିଳିବ।

ସୂଚନାଯୋଗ୍ୟ, ମହାବୀର ଜୈନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲାଦିନ ଉପରେ ଆଧାରିତ ଶର୍ଟ ଫିଲ୍ମ ‘ଚଲୋ ଜିତେ ହୈ’ ତିଆରି କରିସାରିଛନ୍ତି। ଏହି ଶର୍ଟ ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା।

https://www.instagram.com/p/B2gGFixHMBO/

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ