Advertisment

ରୁବିନା ଦିଲୈକ ବିଗ୍‌ ବସ୍‌ ୧୪ ବିଜେତା, ପୁରସ୍କାରରେ ମିଳିଲା ୩୬ ଲକ୍ଷ

ମୁମ୍ବାଇ: ସତ ହେଲା ଦର୍ଶକଙ୍କ ଅନୁମାନ। ଶେଷରେ ବିଗ୍‌ ବସ୍‌ ୧୪ର ବିଜେତା ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲୈକ‌। ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ବିଗ୍‌ ବସ୍‌ ୧୪ ଟ୍ରଫି ନିଜ ନାଁରେ କରି ନେଇଛନ୍ତି। ଶୋ’ର ହୋଷ୍ଟ୍‌ ସଲମାନ୍‌ ଖାନ୍‌ ବିଗ୍‌ ବସ୍‌ ସିଜନ୍‌ ୧୪ର ବିଜେତା ଭାବେ ରୁବିନାଙ୍କ ନାଁ ଘୋଷଣା କରିଥିଲେ। ଟ୍ରଫି ବ୍ୟତୀତ ରୁବିନାଙ୍କୁ ପୁରସ୍କାର ସ୍ୱରୂପ ୩୬ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ବିଗ୍‌ ବସ୍‌ର […]

ରୁବିନା ଦିଲୈକ ବିଗ୍‌ ବସ୍‌ ୧୪ ବିଜେତା, ପୁରସ୍କାରରେ ମିଳିଲା ୩୬ ଲକ୍ଷ

Rubina Dilaik

Advertisment

ମୁମ୍ବାଇ: ସତ ହେଲା ଦର୍ଶକଙ୍କ ଅନୁମାନ। ଶେଷରେ ବିଗ୍‌ ବସ୍‌ ୧୪ର ବିଜେତା ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲୈକ‌। ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ବିଗ୍‌ ବସ୍‌ ୧୪ ଟ୍ରଫି ନିଜ ନାଁରେ କରି ନେଇଛନ୍ତି। ଶୋ’ର ହୋଷ୍ଟ୍‌ ସଲମାନ୍‌ ଖାନ୍‌ ବିଗ୍‌ ବସ୍‌ ସିଜନ୍‌ ୧୪ର ବିଜେତା ଭାବେ ରୁବିନାଙ୍କ ନାଁ ଘୋଷଣା କରିଥିଲେ। ଟ୍ରଫି ବ୍ୟତୀତ ରୁବିନାଙ୍କୁ ପୁରସ୍କାର ସ୍ୱରୂପ ୩୬ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ବିଗ୍‌ ବସ୍‌ର ବିଜେତା ଭାବେ ରୁବିନାଙ୍କ ନାଁ ଘୋଷଣା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଥିଲା।

Advertisment

Advertisment

ବିଗ ବସ୍ ଶୋ’ ଆରମ୍ଭରୁ ରୁବିନାଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବେ ଗଣା ଯାଉଥିଲେ। ଶୋ’ରେ ସେ ବେଶ୍ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଶୋ’ ଆରମ୍ଭରୁ ବିଭିନ୍ନ ଘଟଣାକୁ ନେଇ ସେ ‌ଖୋଲାଖୋଲି ତାଙ୍କର ମତ ରଖୁଥିବା ଦେଖିବାକୁ ମିଳିଥିଲା। ଅନେକଥର ସଲମାନ୍ ରୁବିନାଙ୍କ କ୍ଲାସ୍‌ ମଧ୍ୟ ନେଇଥିଲେ। ହେଲେ ରୁବିନା ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଅଟଳ ରହିଥିଲେ ଓ ଶେଷରେ ଶୋ’ର ବିଜେତା ହୋଇଥିଲେ।

ରୁବିନା ଦିଲୈକଙ୍କ ପାଇଁ ‘ବିଗ୍ ବସ୍’ର ଯାତ୍ରା ଆଦୌ ସହଜ ନଥିଲା। ସବୁବେଳେ ସେ ନିଜ ପାଇଁ ସଂଘର୍ଷ କରିଥିଲେ। ଏପରିକି ସେ ଶୋ’ରେ ସ୍ୱାମୀ ଅଭିନଭ ଶୁକ୍ଲାଙ୍କ ସହ ଥିବା ରିଲେଶନଶିପ୍‌  ବିଷୟରେ ବଡ଼ ଖୁଲାସା ମଧ୍ୟ କରିଥିଲେ।

୨୦୨୦ ଅକ୍ଟୋବର ୩ରେ ବିଗ୍‌ ବସ୍‌ ସିଜନ୍‌ ୧୪ର ପ୍ରଥମ ଏପିସୋଡ୍‌ ଅନ୍‌ ଏୟାର ହୋଇଥିଲା। ସୂଚନାଥାଉ କି, ଲୋକପ୍ରିୟ ଟିଭି ତାରକା ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା ହୋଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ