Rubina Dilaik
ମୁମ୍ବାଇ: ସତ ହେଲା ଦର୍ଶକଙ୍କ ଅନୁମାନ। ଶେଷରେ ବିଗ୍ ବସ୍ ୧୪ର ବିଜେତା ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲୈକ। ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ବିଗ୍ ବସ୍ ୧୪ ଟ୍ରଫି ନିଜ ନାଁରେ କରି ନେଇଛନ୍ତି। ଶୋ’ର ହୋଷ୍ଟ୍ ସଲମାନ୍ ଖାନ୍ ବିଗ୍ ବସ୍ ସିଜନ୍ ୧୪ର ବିଜେତା ଭାବେ ରୁବିନାଙ୍କ ନାଁ ଘୋଷଣା କରିଥିଲେ। ଟ୍ରଫି ବ୍ୟତୀତ ରୁବିନାଙ୍କୁ ପୁରସ୍କାର ସ୍ୱରୂପ ୩୬ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ବିଗ୍ ବସ୍ର ବିଜେତା ଭାବେ ରୁବିନାଙ୍କ ନାଁ ଘୋଷଣା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଥିଲା।
ଶୋ’ର ୫ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ରୁବିନା ଦିଲୈକ, ନିକି ତମ୍ବୋଲି, ରାହୁଲ ବୈଦ୍ୟା, ଅଲ୍ଲୀ ଗୋନୀ ଓ ରାକ୍ଷୀ ସାୱନ୍ତ ଥିଲେ। ଏମାନେ ଶୋ’ରେ ଭଲ ଖେଳ ପ୍ରଦର୍ଶନ କରିଥିଲେ। ତେବେ ରୁବିନା ଓ ରାହୁଲ ଏହି ୨ଜଣଙ୍କ ମଧ୍ୟରୁ ଜଣେ କେହି ବିଜେତା ହେବେ ବୋଲି ଦର୍ଶକ ଅନୁମାନ କରିଥିଲେ। ରୁବିନା ଶୋ’ର ବିଜେତା ହେବେ ବୋଲି ଅଧିକାଂଶ ଦର୍ଶକ ଅନୁମାନ କରିଥିଲେ। ଯାହାକି ଶେଷରେ ସତରେ ପରିଣତ ହୋଇଛି। ରାହୁଲଙ୍କ ପଛରେ ପକାଇ ରୁବିନା ବିଗ୍ ବସ୍ ୧୪ର ବିଜେତା ହୋଇଛନ୍ତି।
ବିଗ ବସ୍ ଶୋ’ ଆରମ୍ଭରୁ ରୁବିନାଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବେ ଗଣା ଯାଉଥିଲେ। ଶୋ’ରେ ସେ ବେଶ୍ ଦମ୍ଦାର ପ୍ରଦର୍ଶନ କରିଥିଲେ। ଶୋ’ ଆରମ୍ଭରୁ ବିଭିନ୍ନ ଘଟଣାକୁ ନେଇ ସେ ଖୋଲାଖୋଲି ତାଙ୍କର ମତ ରଖୁଥିବା ଦେଖିବାକୁ ମିଳିଥିଲା। ଅନେକଥର ସଲମାନ୍ ରୁବିନାଙ୍କ କ୍ଲାସ୍ ମଧ୍ୟ ନେଇଥିଲେ। ହେଲେ ରୁବିନା ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଅଟଳ ରହିଥିଲେ ଓ ଶେଷରେ ଶୋ’ର ବିଜେତା ହୋଇଥିଲେ।
View this post on Instagram
ରୁବିନା ଦିଲୈକଙ୍କ ପାଇଁ ‘ବିଗ୍ ବସ୍’ର ଯାତ୍ରା ଆଦୌ ସହଜ ନଥିଲା। ସବୁବେଳେ ସେ ନିଜ ପାଇଁ ସଂଘର୍ଷ କରିଥିଲେ। ଏପରିକି ସେ ଶୋ’ରେ ସ୍ୱାମୀ ଅଭିନଭ ଶୁକ୍ଲାଙ୍କ ସହ ଥିବା ରିଲେଶନଶିପ୍ ବିଷୟରେ ବଡ଼ ଖୁଲାସା ମଧ୍ୟ କରିଥିଲେ।
୨୦୨୦ ଅକ୍ଟୋବର ୩ରେ ବିଗ୍ ବସ୍ ସିଜନ୍ ୧୪ର ପ୍ରଥମ ଏପିସୋଡ୍ ଅନ୍ ଏୟାର ହୋଇଥିଲା। ସୂଚନାଥାଉ କି, ଲୋକପ୍ରିୟ ଟିଭି ତାରକା ସିଦ୍ଧାର୍ଥ ଶୁକ୍ଲା ବିଗ୍ ବସ୍ ୧୩ ବିଜେତା ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rubina-dilaik_1626174389.jpg)