ritesss
ନୂଆଦିଲ୍ଲୀ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୁହିଁଙ୍କର ନିଆରା ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା। ଉଭୟ ପତି-ପତ୍ନୀ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି। ନିଜର କିଛି ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକମାନଙ୍କର ମନୋରଞ୍ଜନ କରିଥାନ୍ତି। ରିତେଶ ଓ ଜେନେଲିଆ ଦୁହେଁ ମିଶି ଜୀବନ ସହ ଜଡିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଶୁଣିବା ପରେ ଉଭୟଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଗତକାଲି ଡକ୍ଟର ଦିବସ ଉପଲକ୍ଷେ ଦୁହେଁ ନିଜର ଅର୍ଗାନକୁ (ଅଙ୍ଗକୁ)ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଏକ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ଏହି ସୂଚନା ଦେଇଛନ୍ତି।
ରିତେଶ ଓ ଜେନେଲିଆ ଏହି ଭିଡିଓକୁ ଶେୟାର କରି କହିଛନ୍ତି ଯେ ‘ଆମେ ଏ ବିଷୟରେ ଅନେକ ଥର ଚିନ୍ତା କରିଛୁ, କିନ୍ତୁ ଦୁର୍ଭାଗ୍ୟବଶତଃ ଆପଣମାନଙ୍କୁ କେବେ କହି ପାରିନଥିଲୁ। ତେଣୁ ଜୁଲାଇ୧ରେ ଡକ୍ଟର ଦିବସ ଉପଲକ୍ଷେ ଆମେ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛୁ।’
/odishatv-khabar/media/post_attachments/static/52eff38ae4b0ee1509e46bf1/530ebfa5e4b071fd7ace9531/530ebfa6e4b071fd7ace966b/1328264853683/1000w/genelia sangeet 112.jpg)
ଏଥିସହିତ ଜେନେଲିଆ ମଧ୍ୟ କହିଛନ୍ତି ଯେ ଯଦି ଆପଣମାନ ବି ଅଙ୍ଗଦାନ କରିବାକୁ ଚାହୁଁଛନ୍ତି ତେବେ ଦୟାକରି କରନ୍ତୁ। ଯଦି ଆପଣ କାହାକୁ ସବୁଠାରୁ ଭଲ ଉପହାର ଦେବାକୁ ଚାହୁଁଛନ୍ତି, ତେବେ ଅଙ୍ଗଦାନ କରି ଅନ୍ୟମାନଙ୍କର ଜୀବନ ରକ୍ଷା କରନ୍ତୁ। ଉଭୟଙ୍କର ଏଭଳି ପଦକ୍ଷେପ ପାଇଁ ପ୍ରଶଂସକମାନ ଖୁବ୍ ପ୍ରଶଂସା କରୁଛନ୍ତି। ଦୁହଁଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ritesss_1626697857.jpg)