lata
ନୂଆଦିଲ୍ଲୀ :ବଲିଉଡ୍ ଅଭିନେତା ଋଷି କପୁର ନିଜର ଟ୍ୱିଟ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ନିଜର ମତକୁ ଟ୍ୱିଟରେ ପ୍ରଂଶସଙ୍କସହ ସେୟାର କରିଥାନ୍ତି । କିନ୍ତୁ ଏବେ ଋଷି ପ୍ରଶଂସକଙ୍କ ପାଇଁ ଏକ ଫଟୋ ସେୟାର କରିଛନ୍ତି , ଯାହାକି ତାଙ୍କ ପାଇଁ ବହୁତ ମୂଲ୍ୟବାନ । ଏହି ଫଟୋରେ ମହାନ ଗାୟିକା ଲତା ମଙ୍ଗେସକର ୩ ବର୍ଷର ଋଷିକୁ କୋଳେଇ ଧରିଛନ୍ତି । ଏହି ଫଟୋକୁ ସେୟାର କରି ଋଷି ଖୁବ୍ ଭାବ ବିହ୍ୱୋଳ ହୋଇଛନ୍ତି ।
ପ୍ରଶଂସକମାନଙ୍କ ପାଇଁ ଏହି ଫଟୋକୁ ସେୟାର କରି ଋଷି କ୍ୟାପସନରେ ଲେଖିଛନ୍ତି , “ ନମସ୍ତେ ଲତାଜୀ ଆପଣଙ୍କ ଆର୍ଶୀବାଦରୁ ଦେଖନ୍ତୁ ମୋତେ ନିଜର ୨ ଓ ୩ ବର୍ଷର ଫଟୋ ମିଳିଗଲା । ସଦା ଆପଣଙ୍କ ଆର୍ଶୀବାଦ ମୋ ଉପରେ ରହିଛି । ବହୁତ ବହୁତ ଧନ୍ୟବାଦ। ଏହି ଫଟୋ ଟ୍ୱିଟରରେ ପୋଷ୍ଟ କରି ମୁଁ ଦୁନିଆକୁ କହି ପାରିବିକି ? ଏହା ମୋ ପାଇଁ ସବୁଠୁ ମୂଲ୍ୟବାନ ଫଟୋ । ”
ଉଲ୍ଲେଖନୀୟ ଯେ , ଋଷି କପୁରଙ୍କର ଏହି ଫଟୋରେ ପ୍ରଶଂସକମାନେ ଖୁବ୍ ପ୍ରତିକ୍ରିୟା ଦେବା ସହ ପସନ୍ଦ ବି କରିଛନ୍ତି ।ସୋଶାଲ ମିଡିଆରେ ଋଷି କପୁର ଓ ଲତା ମଙ୍ଗେସକରଙ୍କ ଏକ ଫଟୋ ଭାଇରାଲ୍ ହୋଇଛି । ଯାହାକୁ ନିଜେ ଋଷି କପୁର ନିଜ ଟ୍ୱିଟରରେ ସେୟାର କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lata_1626690952.jpg)