Advertisment

Jatra Artist Passes Away: ଯାତ୍ରା ମଞ୍ଚର ଖଳନାୟକଙ୍କ ବିୟୋଗ, ଜଲିଉଡ ଜଗତରେ ଶୋକର ଛାୟା

ଯାତ୍ରା ମଞ୍ଚର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ ସାହୁଙ୍କ ପରଲୋକ । ଶାରିରୀକ ଅସୁସ୍ଥତା ଯୋଗୁ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ସୂଚନା । ୧୫ ବର୍ଷ ଧରି ବହୁ ଯାତ୍ରା ପାର୍ଟିରେ କାର୍ଯ୍ୟ କରିଛନ୍ତି ଜ୍ଞାନରଞ୍ଜନ

Yatra Artist

Yatra Artist Photograph: (OTV)

Advertisment

ଜଲିଉଡରୁ ଆସିଲା ଆଉ ଏକ ଦୁଃଖ ଖବର। ଯାତ୍ରା ମଞ୍ଚର ଜଣାଶୁଣା ଦୁର୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ ସାହୁ ଓରଫ୍ ଜ୍ଞାନଙ୍କ ପରଲୋକ ହୋଇଯାଇଛି। ଶାରିରୀକ ଅସୁସ୍ଥତା ଯୋଗୁ ଜ୍ଞାନ ଚିକିତ୍ସତ ହେଉଥିବାବେଳେ ତାଙ୍କର ଦେହାନ୍ତି ହୋଇଥିବା ସୂଚନା ମିଳିଛି। 

Advertisment

ଢେଙ୍କାନାଳ ଜିଲ୍ଲା ଭୁବନ ସହର ନିବାସୀ ଜ୍ଞାନ ଗତ ୧୫ ବର୍ଷ ଧରି ଅନେକ ଆଗ ଧାଡ଼ିର ଯାତ୍ରାପାର୍ଟିରେ କାର୍ଯ୍ୟ କରିଛନ୍ତି। ବିଶେଷ କରି ଜଣେ ଦୁର୍ଦାନ୍ତ ଖଳନାୟକ ଭାବେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ମଞ୍ଚରେ। ଶିବାନୀ ଗଣନାଟ୍ୟ, ଧଉଳି ଗଣନାଟ୍ୟ, ରଙ୍ଗମହଲ, ସ୍ବର୍ଣ୍ଣମହଲ ଭଳି ବହୁ ନାଁ କରା ପାର୍ଟିରେ ଅଭିନୟ କରି ଦର୍ଶକଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ଲିଭର ଜନିତ ରୋଗରେ ପୀଡିତ ହୋଇ ସେ ଚିକିତ୍ସାଧିନ ଥିଲେ। ଭୁବନ ସ୍ଥିତ ଘରେ ରହି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସତ ହେଉଥିଲେ। ତେବେ ଗତକାଲି ସଂଧ୍ୟାରେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। 
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସାରା ଯାତ୍ରା ଜଗତ ସ୍ତବ୍ଧ ହୋଇଯାଇଛି।

Advertisment

ଯାତ୍ରା ମଞ୍ଚର ଖଳନାୟକ ଜ୍ଞାନରଞ୍ଜନଙ୍କ ବିୟୋଗ
ଯାତ୍ରା ମଞ୍ଚର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ ସାହୁଙ୍କ ପରଲୋକ 
ଶାରିରୀକ ଅସୁସ୍ଥତା ଯୋଗୁ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ସୂଚନା 
୧୫ ବର୍ଷ ଧରି ବହୁ ଯାତ୍ରା ପାର୍ଟିରେ କାର୍ଯ୍ୟ କରିଛନ୍ତି ଜ୍ଞାନରଞ୍ଜନ
ଶିବାନୀ, ଧଉଳି, ରଙ୍ଗମହଲ, ସ୍ବର୍ଣ୍ଣମହଲ ଭଳି ପାର୍ଟିରେ କାମ କରିଛନ୍ତି
ଗତ କିଛିଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିଲେ
ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ

Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ