Advertisment

ଭାଇରାଲ ହେଉଛି ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କ ଟେଷ୍ଟ ଲୁକ୍‌

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’ର କାହାଣୀ ଏବେ ବି ସସ୍‌ପେନ୍ସରେ ରହିଛି। ଏଥିରେ ଲିଡ୍‌ ରୋଲ୍‌ କରୁଥିବା ରଣବୀର କପୁରଙ୍କର ଲୁକ୍‌ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହାକୁ ପୋଷ୍ଟ କରିଛନ୍ତି। ହେଲେ ଦୁଃଖର ବିଷୟ ହେଲା କୁଲ୍‌ ଓ ହ୍ୟାଣ୍ଡସମ୍‌ ଦିଶୁଥିବା ଏହି ଲୁକ୍‌ ରିଜେକ୍ଟ ହଇଯାଇଛି। ଫିଲ୍ମ ପାଇଁ ତାଙ୍କ ନୂଆ ଲୁକ୍‌ […]

ଅଦ୍ୟତନ ହୋଇଛି
ranbir

ranbir

Advertisment

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’ର କାହାଣୀ ଏବେ ବି ସସ୍‌ପେନ୍ସରେ ରହିଛି। ଏଥିରେ ଲିଡ୍‌ ରୋଲ୍‌ କରୁଥିବା ରଣବୀର କପୁରଙ୍କର ଲୁକ୍‌ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହାକୁ ପୋଷ୍ଟ କରିଛନ୍ତି। ହେଲେ ଦୁଃଖର ବିଷୟ ହେଲା କୁଲ୍‌ ଓ ହ୍ୟାଣ୍ଡସମ୍‌ ଦିଶୁଥିବା ଏହି ଲୁକ୍‌ ରିଜେକ୍ଟ ହଇଯାଇଛି। ଫିଲ୍ମ ପାଇଁ ତାଙ୍କ ନୂଆ ଲୁକ୍‌ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Advertisment

ରଣବୀରଙ୍କ ଲୁକ୍‌ରେ କେମିତି ପରିବର୍ତ୍ତନ କରାଯାଇଛି ତାହା ପୋଷ୍ଟରେ ଅୟାନ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, “ରଣବୀରଙ୍କ ଲୁକ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସ୍କ୍ରିନ୍‌ ଟେଷ୍ଟ ପରେ ରଣବୀରଙ୍କ ଯେଉଁ ଲୁକ୍‌ ସିଲେକ୍ଟ କରାଯାଇଥିଲା, କାହାଣୀର ଡିମାଣ୍ଡ ଅନୁସାରେ ସେଥିରେ ପରିବର୍ତ୍ତନ କରାଯାଇଛି। ଏକାଧିକ ଥର ବଦଳାଇବା ପରେ ମେକର୍ସ ଫାଇନାଲ୍‌ ଲୁକ୍‌ରେ ପହଞ୍ଚିଛନ୍ତି।”

ସୂଚନାଯୋଗ୍ୟ, ଫିଲ୍ମର କାହାଣୀ ସମ୍ପର୍କରେ କିଛି ଜଣାପଡ଼ି ନଥିଲେ ବି ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫିଲ୍ମକୁ ନେଇ କିଛି କିଛି ରୋମାଞ୍ଚକର କଥା ପଦାକୁ ଆସୁଛି। କିଛିଦିନ ପୂର୍ବରୁ ଅୟାନ କହିଥିଲେ, “ପ୍ରଥମେ ଫିଲ୍ମର ଟାଇଟଲ୍‌ ‘ବ୍ରହ୍ମାସ୍ତ୍ର’ ନୁହେଁ ‘ଡ୍ରାଗନ୍‌’ ରଖାଯାଇଥିଲା।”

Advertisment

ଏହାସହ ସେ ଆହୁରି କହିଥିଲେ ଯେ, ଫିଲ୍ମ ପାଇଁ ଅତି କମରେ ୩୦ଟି ଲୋଗୋ ରିଜେଷ୍ଟ କରାଯାଇଥିଲା। ଏପରିକି କିଛି ରିଜେକ୍ଟ ଲୋଗୋର ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ଏବେ ଅୟାନ ପୋଷ୍ଟ କରିଥିବା ଫଟୋରେ ରଣବୀରଙ୍କ ମୁହଁରେ ଏକ କଟା ଚିହ୍ନ ଦେଖିବାକୁ ମିଳୁଛି। ଏଥିରେ ରଣବୀର ଲମ୍ବା ବାଳ ରଖିଛନ୍ତି। କୁର୍ତ୍ତା ପିନ୍ଧା ଏହି ଫଟୋକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ରଣୀବର ଏତେ ଭଲ ଦିଶୁଥିଲେ ବି ଏହାକୁ ରିଜେକ୍ଟ କାହିଁକି କରାଗଲା ଭାବୁଥିବେ। ତେବେ ଅୟାନ ଏହାର ମଧ୍ୟ କାରଣ ଉଲ୍ଲେଖ କରିଛନ୍ତି।

Advertisment

ଅୟାନଙ୍କ କହିବା ଅନୁସାରେ, ରଣବୀରଙ୍କ କ୍ୟାରେକ୍ଟରର ନାଁ ପ୍ରଥମେ ରୁମୀ ରଖାଯାଇଥିଲା। ଯାହାକୁ ପରେ ପରିବର୍ତ୍ତନ କରାଯାଇ ଶିବା ରଖାଯାଇଛି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ରୁମୀ, ପ୍ରଥମେ ସେ ରୁମୀ ଥିଲା। ବଡ଼ ବଡ଼ ବାଳବାଲା। ଏ ଫଟୋ ଫିଲ୍ମ ପାଇଁ କରାଯାଇଥିବା ପୁରୁଣା ଲୁକ୍‌ ଟେଷ୍ଟର। ରୁମୀ ଭାବୁଥିଲା, ‘ପ୍ରେମ ହେଉଛି ସେହି ପୋଲ, ଯାହା ତୁମର ଓ ଅନ୍ୟମାନଙ୍କ ମଧ୍ୟରେ ଦୂରତା ସ୍ଥିର କରୁଥିଲା’। ଫିଲ୍ମ ନିର୍ମାଣ ପାଇଁ ଚିନ୍ତା କରିବା ବେଳେ ଏହି ଲାଇନ୍‌ ମୂଳଦୁଆ ଥିଲା।”

ସେ ଆହୁରି ଲେଖିଛନ୍ତି, “ପରେ ଆମକୁ ଅନ୍ୟ ବିଚାର ଆସିଲା। ଏହି ପ୍ରକାର ଡ୍ରାଗନ୍‌ର ନାଁ ପରିବର୍ତ୍ତନ ହୋଇ ବ୍ରହ୍ମାସ୍ତ୍ର ହୋଇଗଲା ଓ ରଣବୀରଙ୍କ ବାଳ କଟା ଯାଇ ନୂଆ ନାଁ ଶିବା ଦିଆଗଲା।”

ସୂଚନାଯୋଗ୍ୟ, ରଣବୀରଙ୍କ ପ୍ରଶଂସକ ଫିଲ୍ମ ରିଲିଜ୍‌ ହେବାକୁ ଅନାଇ ବସିଛନ୍ତି। ଅୟାନ ଫିଲ୍ମକୁ ନେଇ କିଛି କିଛି ରୋଚକ ତଥ୍ୟ ଇଷ୍ଟାଗ୍ରାମରେ ଦେଉଛନ୍ତି।

Brahmastra Brahmastra Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ