Advertisment

Rajinikanth and Kamal Haasan Reunite: ୪୭ ବର୍ଷ ପରେ ରଜନୀକାନ୍ତ-କମଲ ହାସନ ଏକାଠି; ଦମଦାର ସ୍ୱାଗ୍; ହିରୋ କିଏ…

ରଜନୀକାନ୍ତ ଏବଂ କମଲ ହାସନ ଦୀର୍ଘ ୪୭ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏକ ନୂଆ ଫିଲ୍ମରେ ଉଭୟ କାମ କରୁଛନ୍ତି। ନିର୍ମାତା ଶୁକ୍ରବାର ଆନୁଷ୍ଠାନିକ ଭାବରେ ଏହି ବଡ଼ ଖବର ଘୋଷଣା କରିଛନ୍ତି।

Rajinikanth and Kamal Haasan Reunite

୪୭ ବର୍ଷ ପରେ ରଜନୀକାନ୍ତ-କମଲ ହାସନ ଏକାଠି Photograph: (OTV)

Advertisment

ରଜନୀକାନ୍ତ ଏବଂ କମଲ ହାସନ ଦୀର୍ଘ ୪୭ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏକ ନୂଆ ଫିଲ୍ମରେ ଉଭୟ କାମ କରୁଛନ୍ତି। ନିର୍ମାତା ଶୁକ୍ରବାର ଆନୁଷ୍ଠାନିକ ଭାବରେ ଏହି ବଡ଼ ଖବର ଘୋଷଣା କରିଛନ୍ତି।

Advertisment

ଏବେ, ନିର୍ମାତା ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ କମଲ ହାସନ ଏବଂ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ଆନୁଷ୍ଠାନିକ ଘୋଷଣା ଭିଡିଓ ରିଲିଜ କରିଛନ୍ତି। ଭିଡିଓରେ ଦୁଇ ଅଭିନେତାଙ୍କ ସହିତ ନିର୍ଦ୍ଦେଶକ ନେଲସନ ଦିଲୀପ କୁମାର ଏବଂ ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ପ୍ରୋମୋଟି ଆରମ୍ଭ ହୁଏ ନେଲସନ କରିଡରରେ ଠିଆ ହୋଇ କେଉଁ ଷ୍ଟାରଙ୍କ ରୁମ୍‌କୁ ପ୍ରଥମେ ଯିବେ ବୋଲି ଭାବୁଥାନ୍ତି। ତା’ପରେ ଅନିରୁଦ୍ଧ ଆସି ତାଙ୍କୁ ଦୁଇଟି ଆଙ୍ଗୁଠି ମଧ୍ୟରୁ ବାଛିବାକୁ କୁହନ୍ତି।

Advertisment

ଏହା ପରେ ସିନ୍‌ଟି କଟ୍ ହୁଏ ଏବଁ ରଜନୀକାନ୍ତ ଆଉ କମଲ ହାସନଙ୍କ ପାଖକୁ ଯାଏ। ସେମାନନେ ନେଲସନଙ୍କୁ ପଚାରୁଛନ୍ତି, " ଏହି ବ୍ଲେଜର ଆଉ କିଏ ବାଛିଥିଲେ କି? ଏହି ବେଲ୍ଟ କିଏ ନେଇଥିଲେ କି? କିମ୍ବା ଏହି ଘଣ୍ଟା?" କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ, ଉଭୟେ ଏହିସବୁ ପିନ୍ଧି ଥିଲେ ଯାହା ଅନ୍ୟଜଣେ ପିନ୍ଧି ନଥିଲେ।

ତା’ପରେ, ସେମାନେ ପ୍ରସ୍ତୁତ ହୁଅନ୍ତି ଏବଂ ପରସ୍ପର ରୁମରୁ ବାହାରକୁ ଆସନ୍ତି ଆଉ ସାମ୍ନା ସାମ୍ନି ହୁଅନ୍ତି। ଭିନ୍ନ ଷ୍ଟାଇଲ୍, ଭିନ୍ନ ଲୁକ୍, କିନ୍ତୁ କିନ୍ତୁ ସ୍ୱାଗ୍ ଚମତ୍କାର। ଯେତେବେଳେ ସେମାନେ ଏକାଠି ଚାଲୁଛନ୍ତି, ଗ୍ୟାରେଜରେ କାମ କରୁଥିବା ଝିଅମାନେ ବି ସେମାନଙ୍କର କାମ ଭୁଲି ଯାଉଛନ୍ତି।

Advertisment

କମଲ ହାସନ ଡ୍ରାଇଭର ସିଟ୍ ନିଅନ୍ତି, ରଜନୀକାନ୍ତ ତାଙ୍କ ପାଖରେ ବସନ୍ତି। ନେଲସନ ଏବଂ ଅନିରୁଦ୍ଧ ପଛ ସିଟ୍‌ରେ ବସନ୍ତି।

ଅନିରୁଦ୍ଧ ବୁଝାନ୍ତି ଯେ ଥିମ୍ ସଂଗୀତ ପ୍ରସ୍ତୁତ। କିନ୍ତୁ ତା’ପରେ କମଲ୍ ପଚାରନ୍ତି, "ପ୍ରଥମେ, ମୋତେ କୁହ, ହିରୋ କିଏ?" ରଜନୀକାନ୍ତ ମଧ୍ୟ ନେଲସନଙ୍କୁ କୁହନ୍ତି, "ହଁ, ମୋତେ କୁହ, ହିରୋ କିଏ?" ଏହି ମଜାଦାର ମୁହୂର୍ତ୍ତରେ, ଟାଇଟଲ୍ କାର୍ଡ ଦେଖାଯାଏ: KHxRK ରିୟୁନିଅନ୍।

ପୂର୍ବରୁ, ନିର୍ମାତା ଏକ ପୋଷ୍ଟର ଜାରି କରିଥିଲେ ଯେଉଁଥିରେ ଅଭିନେତାଙ୍କ ହାତ ଜ୍ୟାକେଟ୍ ପିନ୍ଧିଥିବା ଦେଖାଯାଇଥିଲା। ପୋଷ୍ଟରର କ୍ୟାପସନରେ ଲେଖାଥିଲା, "କୁଲ୍ ରେଟ୍ରୋ ସ୍ୱାଗ୍।"

ଏହି ଫିଲ୍ମଟି ନେଲସନଙ୍କ ଦ୍ୱାରା ଲେଖା ଏବଂ ନିର୍ଦ୍ଦେଶିତ ହେଉଛି, ଏବଂ ଏହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରୋମୋ ସ୍ପଷ୍ଟ କରୁଛି ଯେ ଏହି ପ୍ରୋଜେକ୍ଟ କେବଳ ଏକ ଫିଲ୍ମ ନୁହେଁ, ବରଂ ତାମିଲ ସିନେମା ଇତିହାସରେ ଏକ ପ୍ରମୁଖ ଘଟଣା ହେବ।

Rajinikanth Kamal Haasan South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ