Advertisment

‘ବିଗ୍‌ ବି’ଙ୍କ ଅରୋଗ୍ୟ କାମନା କଲେ ଏହି କୁନି ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ଚାରିଜଣ କରୋନା ପଜିଟିଭ ଜଣାପଡ଼ିବା ପରେ ସେମାନଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଏବେ ବିଗ୍‌ ବିଙ୍କ ଜଣେ କୁନି ପ୍ରଶଂସକ ମଧ୍ୟ ନିଆରା ଢଙ୍ଗରେ ତାଙ୍କ ସୁସ୍ଥ ହେବା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମଧ୍ୟପ୍ରଦେଶର ପାନ୍ନାରେ ରହୁଥିବା  ତାଙ୍କର ସବୁଠୁ କନିଷ୍ଠ ପ୍ରଶଂସକ ନାଭେଲି ଗୀତଗାଇ ବିଗ୍‌ ବିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଖବର ଅନୁଯାୟୀ, ୨୦୧୪ ମସିହାରେ […]

‘ବିଗ୍‌ ବି’ଙ୍କ ଅରୋଗ୍ୟ କାମନା କଲେ ଏହି କୁନି ଝିଅ

kbc

Advertisment

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ଚାରିଜଣ କରୋନା ପଜିଟିଭ ଜଣାପଡ଼ିବା ପରେ ସେମାନଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଏବେ ବିଗ୍‌ ବିଙ୍କ ଜଣେ କୁନି ପ୍ରଶଂସକ ମଧ୍ୟ ନିଆରା ଢଙ୍ଗରେ ତାଙ୍କ ସୁସ୍ଥ ହେବା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମଧ୍ୟପ୍ରଦେଶର ପାନ୍ନାରେ ରହୁଥିବା  ତାଙ୍କର ସବୁଠୁ କନିଷ୍ଠ ପ୍ରଶଂସକ ନାଭେଲି ଗୀତଗାଇ ବିଗ୍‌ ବିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Advertisment

अमिताभ ने KBC में किया था जिस बच्ची का नामकरण, मांग रही ऐसे दुआ

ଖବର ଅନୁଯାୟୀ, ୨୦୧୪ ମସିହାରେ ଅମିତାଭ ବଚ୍ଚନଙ୍କ ଶୋ ‘କୌନ୍‌ ବନେଗା କରୋଡପତି’ କାର୍ଯ୍ୟକ୍ରମକୁ ପନ୍ନା ଜିଲ୍ଲାର ଅଜୟଗଡ଼ର ଖୁସବୋ ସିଂ କେବିସିରେ ଅଂଶଗ୍ରହଣ କରିଥିଲେ। ସେତେବେଳେ ଅମିତାଭ ବଚ୍ଚନ ଖୁସବୋଙ୍କ ଝିଅର ନାମକରଣ କରିଥିଲେ। ତା’ଙ୍କ ନାଁ ‘ନାଭେଲି’ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ନାଭେଲିଙ୍କ ମା’ ଖୁସବୋ ୬ ଲକ୍ଷ ୪୦ ହଜାର ଟଙ୍କା ଜିତିଥିଲେ। ତାଙ୍କୁ ଅମିତାଭ ବଚ୍ଚନଙ୍କ ଏକ ସୁନାର ବ୍ରେସଲେଟ୍ ମଧ୍ୟ ଉପହାର ଦେଇଥିଲେ।

Advertisment

ଏହାପୂର୍ବରୁ, ନାଭେଲିଙ୍କ ପିତା ମାଭେଲି ସିଂ ରାଠୋର ମଧ୍ୟ ୨୦୧୧ ମସିହାରେ ‘କୌନ୍‌ ବନେଗା କରୋଡପତି’ରେ  ୫୦ ଲକ୍ଷ ଟଙ୍କା ଜିତିଥିଲେ।

ସୂଚନାଥାଉକି, ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଗତ ଶନିବାର ସଂଧ୍ୟାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲର ମୁଖପାତ୍ର ଏ ନେଇ ସୂଚନା ଦେଇଥିଲେ। ସେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା। କରୋନା ସଂକ୍ରମିତ ହୋଇଥିବା ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ