Abhijit Majumdar Photograph: (OTV)
ପରଲୋକରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଜଣାଶୁଣାଣ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତକାଲିଠୁ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ ଅଭିଜିତ।
ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଆ ଫିଲ୍ମ ଓ ଆଲବମ ଜଗତକୁ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି ଅଭିଜିତ୍। ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
୧୯୭୧ ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ
୧୯୯୧ ମସିହାରେ ଅଭିଜିତ୍ ଙ୍କ ସଙ୍ଗୀତ କ୍ୟାରିଅର ଆରମ୍ଭ
'ଦକ୍ସିଗଲା' ଅଭିଜିତ୍ ଙ୍କ ପ୍ରଥମ ସମ୍ବଲପୁରୀ ଆଲବମ୍
୨୦୦୦ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା
୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ
୨୦୧୧ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ
ତରଙ୍ଗ ଟିଭିର 'ମେଲୋଡି ନାଇଟ୍ସ' ଖୁବ୍ ଲୋକପ୍ରିୟ ହୋଇଥିଲା
ଲକ୍ ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ ବାଜା ବାରାତ୍ ଉଇଥ୍ ଅଭିଜିତ୍ ବେଶ୍ ଲୋକପ୍ରିୟ
ଅଭିଜିତ୍ ମଜୁମଦାର ଜଣେ ଅଧ୍ୟାପକ ଥିଲେ
୧୯୯୬ରେ ସଙ୍ଗୀତ କ୍ଷେତ୍ରରେ କାମ କରିବାକୁ ଚାକିରିରୁ ଇସ୍ତଫା ଦେଇଥିଲେ
ଅନେକ ସୁପର ହିଟ୍ ଗୀତରେ ଥିଲେ ସଙ୍ଗୀତକାର ଓ କଣ୍ଠଶିଳ୍ପୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/abhijit-majumdar-2026-01-25-11-01-11.jpg)