ALLU-ARJUN Photograph: (OTV)
୧୧ ନମ୍ବର ଅଭିଯୁକ୍ତ ଅଲ୍ଲୁ ଅର୍ଜୁନ୍। ସାଉଥ ସୁପର ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ବହୁ ଚର୍ଚ୍ଚିତ ପୁଷ୍ପା 2 ସିନେମାର ପ୍ରିମିୟ ଶୋ ବେଳେ ହୋଇଥିବା ଦଳଚକଟା ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଚାର୍ଜ୍ ସିଟ୍ ଦାଖଲ କଲା ହାଇଦ୍ରାବାଦ ପୋଲିସ୍। ଆଉ ଏଥିରେ ମୋଟ ୨୩ଜଣଙ୍କୁ ଅଭିଯୁକ୍ତ ଦର୍ଶା ଯାଇଥିବା ବେଳେ ୧୧ ନମ୍ବରରେ ରହିଛି ଅଲ୍ଲୁ ଅର୍ଜୁନଙ୍କ ନାଁ। ହାଇଦ୍ରାବାଦ ପୋଲିସ୍ ୧୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଥିଏଟର ମ୍ୟାନେଜମେଣ୍ଟକୁ ଏଥିରେ ମଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ମୋଟ୍ ୨୩ ଜଣଙ୍କ ମଧ୍ୟରେ ଅଲ୍ଲୁ ଅର୍ଜୁନ୍ ଏବଂ ତାଙ୍କ ସିକ୍ୟୁରିଟି ଟିମର ନାଁ ଉଲ୍ଲେଖ ରହିଛି।
ଲାଲ ଚନ୍ଦନର କଳା ସାମ୍ରାଜ୍ୟ ଅଧାରିତ ସୁପରହିଟ୍ ସିନେମା ପୁଷ୍ପାର ଧମାକା ପରେ ସମସ୍ତେ ଅପେକ୍ଷା କରିଥିଲେ ପୁଷ୍ପା2 କୁ। ଆଉ ଏହି ପୁଷ୍ପା2ର ରିଲିଜ ଦିନ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିଲା ବ୍ୟାପକ ଆୟୋଜନ। ସେଠାକୁ ନିଜେ ଅଲ୍ଲୁ ଅର୍ଜୁନ୍ ଯାଇଥିବା ବେଳେ ଫ୍ୟାନଙ୍କ ମଧ୍ୟରେ ଦେଖାଦେଇଥିଲେ ପ୍ରବଳ ଉତ୍ସାହ। ଭିଡ ନିୟନ୍ତ୍ରଣ ବାହାରକୁ ଯାଇଥିବା ବେଳେ ସେଥିରେ ଜଣେ ମହିଳାଙ୍କର ମୃତ୍ୟୁ ଏବଂ ତାଙ୍କ ନାବାଳକ ପୁଅ ଗୁରୁତର ହୋଇଥିଲେ। ପରିବାର ପକ୍ଷରୁ ଏ ନେଇ ଏତଲା ହୋଇଥିଲା। ସାର୍ବଜନୀନ ସୁରକ୍ଷାକୁ ବିପଦରେ ପକାଇଥିବା ଅଭିଯୋଗରେ ଦଫା ଲାଗିଛି। ଅଲ୍ଲୁଙ୍କ ମ୍ୟାନେଜର ଓ ତାଙ୍କର ପ୍ରାଇଭେଟ୍ ବାଉନସରଙ୍କ ବିରୋଧରେ ବି ହୋଇଛି ଚାର୍ଜସିଟ୍। ସେମାନଙ୍କ ବିରୋଧରେ ଲାଗିଛି BNSର ଧାରା ୧୦୫, ୧୧୮(୧), ୩୦୪(A)ରେ ଦଫା ଲାଗିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/28/allu-arjun-2025-12-28-16-37-55.jpg)