JATRA Photograph: (OTV)
ସବୁ କିଛି ଏ ମା’ଟା ପାଇଁ ଶେଷ ହୋଇଯାଇଛି । ଜନ୍ମ ଦେଇ ଯାହାକୁ ଦୁନିଆ ଦେଖାଇଥିଲା ସେ ଚାଲିଯିବା ପରେ ଛାତିକୁ ପଥର କରି ଆଖିକୁ ମଳିମଳି କାନ୍ଦୁଛନ୍ତି । ତ ଆଉ ପୁଣି କେତେବେଳେ ଫଟୋକୁ ଗେଲ କରିଦେଉଛି । ଅଢେଇ ବର୍ଷ ପୁଅକୁ ମେଡ଼ିକାଲ ଆଇ.ସି.ୟୁରେ ଛାଡି ନାଟକ କରିବାକୁ ଯାଇଥିଲେ ଅଭିନେତ୍ରୀ ତମସା ମିଶ୍ର । କିଛି ସମୟ ପରେ ପେଣ୍ଡାଲରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥାନ୍ତେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ହଠାତ୍ ଖବର ପହଞ୍ଚିଲା ପୁଅ ଆଉ ନାହିଁ। ସେଇଠୁ ଏ ମା’ଟା ମୁଣ୍ଡରେ ଯେମିତି ଦୁଃଖର ଆକାଶଟା ଛିଡ଼ି ପଡ଼ିଛି।...
ଯାତ୍ରା ସିଂହବାହିନୀର ଅଭିନେତ୍ରୀ ତମସା ମିଶ୍ର । ଶୁକ୍ରବାର କଟକର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜି ଦେଇଛନ୍ତି ଅଢେଇ ବର୍ଷର ପୁଅ। ଫୁସଫୁସ ସଂକ୍ରମଣ ଯୋଗୁ ଆଇସିୟୁରେ ଥିଲା ପୁଅ। ଏପଟେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ତମସାଙ୍କୁ ଯାତ୍ରା ସିଂହ ବାହିନୀର ମାଲିକ ମାନବିକତା ଦୃଷ୍ଟିରୁ ଛୁଟି ମଂଜୁର କରିଥିଲେ । ତେଣୁ ମାଲିକଙ୍କୁ କୃତଜ୍ଞତା ଜଣାଇ ଘରକୁ ଯାଇଥିଲେ ତମସା।...
ପିଲା ଓ ପରିବାର ଅପେକ୍ଷା କର୍ତ୍ତବ୍ୟର ଆହ୍ବାନକୁ ଗ୍ରହଣ କରି ଶେଷରେ ପୁଅକୁ ହରାଇ ହାରି ଯାଇଛନ୍ତି ତମସା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/28/jatra-2025-12-28-21-15-42.jpg)