Advertisment

Satyaki Mishra Alleges Death Threats: ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ, ସୁରକ୍ଷା ମାଗିଲେ ଓଲିଉଡ୍ ଅଭିନେତା

ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ମାରିଦେବାକୁ ଧମକ। ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ବିବାଦ। ସୃଷ୍ଟି ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି।

Satyaki Misra

Satyaki Misra Photograph: (OTV)

Advertisment

ଜଣାଶୁଣା ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ। ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସାତ୍ୟକୀ, କଟକ ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କରିଛନ୍ତି। 

Advertisment

କଟକ ବାଲୁବଜାର ସ୍ଥିତ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ର ମାଲିକାନାକୁ ନେଇ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଛି। ସାତ୍ୟକୀ ମିଶ୍ରଙ୍କ ଅଭିଯୋଗ, ତାଙ୍କର ଦୁଇ ବଡ଼ବାପାଙ୍କ ପୁଅ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ଏ ସଂସ୍ଥାକୁ ବେଆଇନ ଭାବେ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି । 

ଗତ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ସାତ୍ୟକୀଙ୍କ ଘରେ ପଶି ତାଙ୍କର ୮୪ ବର୍ଷୀୟ ବୃଦ୍ଧ ପିତା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଥିସହ ଘରର ମହିଳାମାନଙ୍କ ପ୍ରତି ମଧ୍ୟ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। 

Advertisment

ଏ ନେଇ ସେ ପୁରୀଘାଟ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ, ଆଜି ସାତ୍ୟକୀ ମିଶ୍ର କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ସାତ୍ୟକୀଙ୍କ ବଡ଼ ବାପାଙ୍କ ଦୁଇ ପୁଅ ସବ୍ୟସାଚୀ ଓ ସୌମିତ୍ରୀଙ୍କ ପ୍ରତିକ୍ରିୟା ମିଳିନାହିଁ।

Ollywood Actor Satyaki Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ